Tata salt Price Hike: ମହଙ୍ଗା ମାଡ଼ରେ ବେହାଲ ଦେଶର ଜନତାଙ୍କ ସ୍ୱାଦ ବିଗିଡ଼ିବାକୁ ଯାଉଛି । ଯେ କୌଣସି ଖାଦ୍ୟରେ ଖାଇବା ଲୁଣ ଗୁରୁତ୍ୱ ବହନ କରିଥାଏ । ଦେଶକୁ ଖାଇବା ଲୁଣ ଯୋଗାଉଥିବା ସବୁଠାରୁ ବଡ଼ ନାମ ହେଉଛି Tata Salt । ହେଲେ ମହଙ୍ଗା ମାଡ଼ରେ ଏବେ ଏହି କମ୍ପାନୀ ଏହା ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।


COMMERCIAL BREAK
SCROLL TO CONTINUE READING

ଟାଟା କଂଜ୍ୟୁମର ସିଇଓ ଦେଲେ ସଙ୍କେତ
ଟାଟା କଂଜ୍ୟୁମର (Tata Consumer Products) ଏମଡି ଏବଂ ସିଇଓ ସୁନୀଲ ଡିସୁଜା ଏକ ସାକ୍ଷାତକାର ସମୟରେ ଟାଟା ଲୁଣ (Tata Salt)ମୂଲ୍ୟ ବୃଦ୍ଧି କରିବାକୁ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି କି ଟାଟା ଲୁଣ ଉପରେ ମୁଦ୍ରାସ୍ପିତି ଚାପ ଲଗାତାର ଜାରି ରହିଛି । ଏମିତିରେ ମାର୍ଜିନକୁ ସୁରକ୍ଷା ଦେବା ପାଇଁ ଆମକୁ ଲୁଣ ମୂଲ୍ୟ ବୃଦ୍ଧି କରିବା ପାଇଁ ପ୍ରସ୍ତୁତି କରୁଛୁ ।


Energy ମୂଲ୍ୟ ବୃଦ୍ଧି ହେଉଛି ବଡ଼ କାରଣ
ଡିସୁଜା କହିଛନ୍ତି କି ଲୁଣ ମୂଲ୍ୟକୁ ଦୁଇଟି ଉପାଦାନ ଉପରେ ଆଧାରିତ । ଏଥିରେ ପ୍ରଥମ ବ୍ରାଇନ୍ ଏବଂ ଅନ୍ୟଟି ହେଉଛି ଏନର୍ଜୀ । ବ୍ରାଇନ ମୂଲ୍ୟ ସ୍ଥିର ରହିଥିବାବେଳେ ଏନର୍ଜୀ ବା ଶକ୍ତିର ମୂଲ୍ୟ ଉଚ୍ଚ ସ୍ତରକୁ ପହଞ୍ଚିଯାଇଛି । ଏଥିପାଇଁ ଲୁଣର ମାର୍ଜିନ୍ (Margin)ଉପରେ ଚାପ ଦେଖିବାକୁ ମିଳିଛି । ଟାଟା କଂଜ୍ୟୁମର ସିଇଓଙ୍କ ଅନୁସାରେ, ଏହା ହେଉଛି ସବୁଠାରୁ ବଡ଼ କାରଣ, କି କମ୍ପାନୀ ଟାଟା ଲୁଣ ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରିଛି । 


ରୋଷେଇ ଘର ବଜେଟ୍ ବିଗାଡ଼ିବ
ଏମିତିରେ ଟାଟା କଂଜ୍ୟୁମର ସିଇଓ ଏହି ସମ୍ପର୍କରେ କୌଣସି ଖୁଲାସା କରିନାହାନ୍ତି କି ଲୁଣ ମୂଲ୍ୟ କେତେ ବୃଦ୍ଧି ହେବ ଏବଂ କେବେ ହେବ । ଏବେ ଟାଟା ଲୁଣ (Tata Salt) ର ଗୋଟିଏ କିଲୋ ପ୍ୟାକେଟ୍ ୨୮ ଟଙ୍କାରେ ଉପଲବ୍ଧ । ସବୁଠାରୁ ଅଧିକ ବିକ୍ରି ହେଉଥିବା ଏହି ଲୁଣ ମହଙ୍ଗା ହେବା ପୂର୍ବରୁ ମହଙ୍ଗା ମାଡ଼ ସହୁଥିବା ଲୋକଙ୍କ ରୋଷେଇ ବଜେଟ୍ ଆହୁରି ବିଗାଡ଼ିବ ।


କମ୍ପାନୀର ଲାଭ ୩୮ ପ୍ରତିଶତ ବଢ଼ିଲା
ବୁଧବାରକୁ ଟାଟା କଂଜ୍ୟୁମର ପ୍ରଥମ ତ୍ରୈମାସିକର ଫଳାଫଳ (Tata Consumer Q1 results)ଘୋଷଣା କରିଛି । ଜୁନ ତ୍ରୈମାସିକରେ କମ୍ପାନୀର ଲାଭ ବାର୍ଷିକ ଆଧାରରେ  ୩୮ ପ୍ରତିଶତ ବଢ଼ି  ୨୫୫ କୋଟି ଟଙ୍କା ପହଞ୍ଚିଯାଇଛି । କମ୍ପାନୀ ସିଇଓଙ୍କ ମୂଲ୍ୟ ବୃଦ୍ଧି ସଙ୍କେତ, ନିଶ୍ଚିତ ଭାବେ ଖାଇବା ସ୍ୱାଦ ବିଗାଡ଼ିବାକୁ ପ୍ରସ୍ତୁତି ହୋଇସାରିଛି ।