ରତନ ଟାଟାଙ୍କ ବଡ଼ ଘୋଷଣା, କୋରୋନା ମୁକାବିଲା ପାଇଁ ୫୦୦ କୋଟି ଖର୍ଚ୍ଚ କରିବ ଟାଟା ଟ୍ରଷ୍ଟ
Advertisement

ରତନ ଟାଟାଙ୍କ ବଡ଼ ଘୋଷଣା, କୋରୋନା ମୁକାବିଲା ପାଇଁ ୫୦୦ କୋଟି ଖର୍ଚ୍ଚ କରିବ ଟାଟା ଟ୍ରଷ୍ଟ

ଟାଟା ଟ୍ରଷ୍ଟ କୋରୋନା ଭୂତାଣୁର ମୁକାବିଲା ପାଇଁ 500 କୋଟି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛି ।

ରତନ ଟାଟାଙ୍କ ବଡ଼ ଘୋଷଣା, କୋରୋନା ମୁକାବିଲା ପାଇଁ ୫୦୦ କୋଟି ଖର୍ଚ୍ଚ କରିବ ଟାଟା ଟ୍ରଷ୍ଟ

ନୂଆଦିଲ୍ଲୀ: କୋରୋନା ମୁକାବିଲାରେ ସାହାଯ୍ୟ କରିବାକୁ ଟାଟା ଟ୍ରଷ୍ଟ ମଧ୍ୟ ହାତ ବଢ଼ାଇଛି । ଟାଟା ଟ୍ରଷ୍ଟ କୋରୋନା ଭୂତାଣୁର ମୁକାବିଲା ପାଇଁ 500 କୋଟି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛି । ଆଜି ଅର୍ଥାତ ଶନିବାର ଏହି ଘୋଷଣା ଟାଟା ଟ୍ରଷ୍ଟର ଚେୟାରମ୍ୟାନ ରତନ ଟାଟା କରଛନ୍ତି ।

ଏହି ଘୋଷଣା କରି ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ରତନ ଟାଟା କହିଛନ୍ତି ଯେ କରୋନା ଭାଇରସ ଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟକୁ ମୁକାବିଲା କରିବା ପାଇଁ ଜରୁରୀକାଳୀନ ସମ୍ବଳର ଆବଶ୍ୟକତା ରହିଛି । କୋରୋନା ଭୂତାଣୁ ସଙ୍କଟ ହେଉଛି ସବୁଠାରୁ କଠିନ ଚ୍ୟାଲେଞ୍ଜ ମଧ୍ୟରୁ ଅନ୍ୟତମ । ସେ କହିଛନ୍ତି ଯେ ଏହି ଅର୍ଥ କରୋନା ଭୂତାଣୁ ସହ ଲଢୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଉପକରଣ ଯୋଗାଇବାରେ ଏବଂ କୋରୋନା ରୋଗୀଙ୍କ ଚିକିତ୍ସାରେ ଖର୍ଚ୍ଚ କରାଯିବ ।

କୋରୋନା ଭାଇରସର ଯୁଦ୍ଧରେ ସାଥ୍ ଦେବା ପାଇଁ  ପ୍ରଧାନମନ୍ତ୍ରୀ ସିଟିଜନ ଆସିଷ୍ଟେଣ୍ସ ଆଡ୍ ରିଲଫ ଇନ ଇମେରଜେନ୍ସି ସିଚୁଏଶନ ଫଣ୍ଡ ଅର୍ଥାତ ପିଏମ କେୟର୍ସ ଫଣ୍ଡ ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ପିଏମ କେୟାର ଫଣ୍ଡ ଭାରତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ। ସମସ୍ତେ ଏହି ପାଣ୍ଠିକୁ ଦାନ କରିପାରିବେ । ଏହା ପରେ ଆଜି ଅଭିନେତା ଅକ୍ଷୟ କୁମାର ଏହି ପାଣ୍ଠିକୁ 25 କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।