• ରାଜ୍ୟର କୋଭିଡ ସ୍ଥିତି ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ CMଙ୍କ ସମୀକ୍ଷା
  • କୋଭିଡ ବେଳେ ଡାକ୍ତରଙ୍କ ଭୂମିକାକୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ
  • ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
  • ଶ୍ରୀମନ୍ଦିର ରୂପାଦ୍ବାର ଛାଉଣୀ ନେଇ ରୂପରେଖ ଚୂଡ଼ାନ୍ତ
  • କବାଟ ଓ ରୂପା ଛାଉଣୀ ତତ୍ବାବଧାନ ପାଇଁ ୨ଟି କମିଟି କରାଯାଇଛି
  • ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର
  • ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଲଗାଇଲେ ରାଜ୍ୟ ସରକାର
  • ୧୭ କମ୍‌ ସଂକ୍ରମିତ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫ଟା ଯାଏ କଟକଣା କୋହଳ
  • ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା କୋହଳ
  • ବନ୍ଦ ରହିବ ବସ୍‌ ପରିବହନ, ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ

ବିନାଶକାରୀ ରୂପ ନେଲା Tauktae Cyclonic; ଗୋଆରେ ସରିଲା ତାଣ୍ଡବ, ସଂଧ୍ୟା ସୁଦ୍ଧା ଗୁଜୁରାଟ ପହଞ୍ଚିବା ଅନୁମାନ

ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିରନ୍ତର ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। Tauktae Cyclonic ଅଧିକ ଭୟଙ୍କର ରୂପ ନେବ ବୋଲି IMD ପୂର୍ବାନୁମାନ କରିସାରିଛି। 

ବିନାଶକାରୀ ରୂପ ନେଲା Tauktae Cyclonic; ଗୋଆରେ ସରିଲା ତାଣ୍ଡବ, ସଂଧ୍ୟା ସୁଦ୍ଧା ଗୁଜୁରାଟ ପହଞ୍ଚିବା ଅନୁମାନ
ଗୋଆର ଦୃଶ୍ୟ

ନୂଆଦିଲ୍ଲୀ: କୋରୋନା ବିରୋଧରେ ଚାଲିଥିବା ସଂଗ୍ରାମ ମଧ୍ୟରେ ଦେଶ ବର୍ତ୍ତମାନ ଆଉ ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। Tauktae Cyclonic ଗୋଆ ତାଣ୍ଡବ ରଚି ବର୍ତ୍ତମାନ ଗୁଜୁରାଟ ଆଡକୁ ମୁହାଁଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆଜି ସନ୍ଧ୍ୟା ସୁଦ୍ଧା ଗୁଜୁରାଟ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। ମେ ୧୮ ତାରିଖ ସକାଳେ ଭାବନଗର ଜିଲ୍ଲାର ପୋରବନ୍ଦର ଏବଂ ମହୁଆ ମଧ୍ୟରେ ଝଡ଼ ଅତିକ୍ରମ କରିବ।

ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିରନ୍ତର ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। Tauktae Cyclonic ଅଧିକ ଭୟଙ୍କର ରୂପ ନେବ ବୋଲି IMD ପୂର୍ବାନୁମାନ କରିସାରିଛି। ଏଥିପାଇଁ ଅନେକ ରାଜ୍ୟ ସଜାଗ ରହିଛନ୍ତି ଏବଂ NDMA, କୋଷ୍ଟଗାର୍ଡ ସମେତ ଅନ୍ୟାନ୍ୟ ରିଲିଫ ଦଳ ଆଗରେ ରହିଛନ୍ତି।

Also Read: Cyclone Tauktae: Goa ଉପକୂଳରେ Heavy Rain ସହିତ ବଢିଲା Wind Speed

ଗୁଜୁରାଟ, ଦାମନ ଏବଂ ଡିୟୁ ପାଇଁ IMD ୟୋଲେ ଆଲର୍ଟ ଜାରି କରିଛି। IMD ର ସାଇକ୍ଲୋନ ଚେତାବନୀ ବିଭାଗ ଅନୁଯାୟୀ, ମେ ୧୮ ପର୍ଯ୍ୟନ୍ତ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ରହିବ। ଗୁଜୁରାଟର ତଳିଆ ଅଞ୍ଚଳରୁ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ବାତ୍ୟା ମୁକାବିଲା ପାଇଁ NDRF ଏବଂ SDRFର ୫୪ଟି ଟିମ୍ ନିୟୋଜିତ ହୋଇଛନ୍ତି।

କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଖାନାଗୁଡ଼ିକୁ ବିଦ୍ୟୁତର ବ୍ୟାକଅପ୍ ନିଶ୍ଚିତ କରିବାକୁ ସରକାର କହିଛନ୍ତି। ଆଠଟି ଉତ୍ପାଦନ ୟୁନିଟରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଏବଂ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସଶସ୍ତ୍ର ବାହିନୀକୁ ପ୍ରସ୍ତୁତ ହେବାକୁ କୁହାଯାଇଛି। ଜିରୋ କାଜୁଆଲିଟି ସହ ସୋମବାର ଏବଂ ମଙ୍ଗଳବାର ଦିନ ଗୁଜୁରାଟରେ ଟିକାକରଣ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଛନ୍ତି।

Also Read: Cyclone Tauktae: ମୁକାବିଲା ପାଇଁ ଅଣ୍ଟା ଭିଡିଲେ କେନ୍ଦ୍ର ସରକାର

Tauktae Cyclonic ପ୍ରଭାବରେ ଆଜି ମହାରାଷ୍ଟ୍ରର (Maharastra) ମୁମ୍ବାଇ, ଉତ୍ତର କୋଙ୍କଣ, ଥାନେ ଏବଂ ପାଲଘରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବବୋଲି ପାଣିପାଗ ବିଭାଗ (Metrology Dept) ପୂର୍ବାନୁମାନ କରିଛି। ଏଥି ସହିତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର କୂଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏହା ପରେ ମହାରାଷ୍ଟ୍ରର ସମସ୍ତ ୪୫୨୬ ଡଙ୍ଗା ଏବଂ ଗୁଜୁରାଟର ୨୨୫୮ ଡଙ୍ଗା ସୁରକ୍ଷିତ ଭାବେ ବନ୍ଦରରେ ପହଞ୍ଚିଛି।

ଅନ୍ୟପକ୍ଷରେ, ଘୂର୍ଣ୍ଣିବଳୟ ସମ୍ବନ୍ଧୀୟ ଘଟଣା ଯୋଗୁଁ କର୍ଣ୍ଣାଟକର ଉତ୍ତର କନ୍ନଡ, ଉଡୁପ୍ପି, ଚିକମାଗାଲୁର ଏବଂ ଶିମୋଗା ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ଦିନ ରାଜ୍ୟର ଡ୍ୟାମରେ ଜଳସ୍ତରରେ ବୃଦ୍ଧି ଘଟିଛି। ଏହି ଘୂର୍ଣ୍ଣିବଳୟ ବିପର୍ଯ୍ୟସ୍ତ ହୋଇ କେରଳ ଉପକୂଳରୁ ଦୂରେଇ ଯାଇଛି। ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଡାକି ରାଜ୍ୟରେ ହୋଇଥିବା ଘୂର୍ଣ୍ଣିବଳୟର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଛନ୍ତି। ଗୋଆରେ ଘୂର୍ଣ୍ଣିବଳୟ ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶହ ଶହ ଘର ନଷ୍ଟ ହୋଇଯାଇଥିଲା ଏବଂ ବିଦ୍ୟୁତ ପୋଲ ଓ ଗଛ ଉପୁଡ଼ି ଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି।