Aishwarya Rai Tej Pratap Yadav: ଐଶ୍ୱର୍ଯ୍ୟା ରାୟ କହିଛନ୍ତି ଯେ, ଯେତେବେଳେ ମୋତେ ମାଡ଼ ମରାଯାଇଥିଲା, ସେତେବେଳେ ସାମାଜିକ ନ୍ୟାୟ ବ୍ୟବସ୍ଥା କେଉଁଠି ଥିଲା? ଏବେ ଯେଉଁ ସାମାଜିକ ନ୍ୟାୟର କଥା କୁହାଯାଉଛି ତାହା କେଉଁଠି ଥିଲା? ଐଶ୍ୱର୍ଯ୍ୟା ରାୟ ଏକଥା କହିଛନ୍ତି ଯେ, ପୁଅ ତେଜ ପ୍ରତାପଙ୍କ ଭୁଲକୁ ଲୁଚାଇବା ପାଇଁ ପରିବାର ସଦସ୍ୟ ମୋ ଉପରେ ସମସ୍ତ ଦୋଷ ଲଦି ଦେଇଥିଲେ। ମୋତେ ପରିବାରରେ ଦୁର୍ବ୍ୟବହାର କରାଯାଇଥିଲା । ମୋ ବିରୁଦ୍ଧରେ ଅନେକ ପ୍ରକାରର ଅଭିଯୋଗ ଆଣିଥିଲେ ପରିବାର ଲୋକେ।
Trending Photos
)
Aishwarya Rai Tej Pratap Yadav: ବରିଷ୍ଠ ନେତା ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ଆଜି ଗଣମାଧ୍ୟମ ଜରିଆରେ ପରିବାରର ଗୁମର ଖୋଲିଛନ୍ତି । ଲାଲୁଙ୍କ ପରିବାର ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି ଐଶ୍ୱର୍ଯ୍ୟା । ଗଣମାଧ୍ୟମ ଜରିଆରେ ତେଜ ପ୍ରତାପଙ୍କ ସହିତ ସେ ଲାଲୁ ଯାଦବଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ଐଶ୍ୱର୍ଯ୍ୟା ରାୟ କହିଛନ୍ତି ଯେ, ଯେତେବେଳେ ମୋତେ ମାଡ଼ ମରାଯାଇଥିଲା, ସେତେବେଳେ ସାମାଜିକ ନ୍ୟାୟ ବ୍ୟବସ୍ଥା କେଉଁଠି ଥିଲା? ଏବେ ଯେଉଁ ସାମାଜିକ ନ୍ୟାୟର କଥା କୁହାଯାଉଛି ତାହା କେଉଁଠି ଥିଲା? ଐଶ୍ୱର୍ଯ୍ୟା ରାୟ ଏକଥା କହିଛନ୍ତି ଯେ, ପୁଅ ତେଜ ପ୍ରତାପଙ୍କ ଭୁଲକୁ ଲୁଚାଇବା ପାଇଁ ପରିବାର ସଦସ୍ୟ ମୋ ଉପରେ ସମସ୍ତ ଦୋଷ ଲଦି ଦେଇଥିଲେ। ମୋତେ ପରିବାରରେ ଦୁର୍ବ୍ୟବହାର କରାଯାଇଥିଲା । ମୋ ବିରୁଦ୍ଧରେ ଅନେକ ପ୍ରକାରର ଅଭିଯୋଗ ଆଣିଥିଲେ ପରିବାର ଲୋକେ।
ତେଜ ପ୍ରତାପ ଯାଦବ ତାଙ୍କ କଥିତ ପ୍ରେମିକାର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ତା ପରେ ଲାଲୁ ପ୍ରସାଦ ଯାଦବ କଠୋର ଆଭିମୁଖ୍ୟ ଗ୍ରହଣ କରି ତାଙ୍କୁ ଦଳରୁ ଛଅ ବର୍ଷ ପାଇଁ ବହିଷ୍କାର କରିଥିଲେ । କେବଳ ସେତିକି ନୁହେଁ ପରିବାରରୁ ମଧ୍ୟ ତେଜ ପ୍ରତାପଙ୍କୁ ବହିଷ୍କାର କରିଥିଲେ।
ଲାଲୁ ଯାଦବ କହିଥିଲେ ଯେ, ଯେଉଁମାନେ ଏବେ ବି ତେଜ ପ୍ରତାପଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଛନ୍ତି, ସେମାନେ ନିଜ ନିଜ ହିସାବରେ ନିଷ୍ପତ୍ତି ନେବା ଉଚିତ। ତେଜ ପ୍ରତାପଙ୍କ ସାନ ଭାଇ ତେଜସ୍ୱୀ ଯାଦବ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଗଣମାଧ୍ୟମ ସହିତ ଆଲୋଚନା ସମୟରେ ତେଜସ୍ୱୀ କହିଥିଲେ, 'ମୁଁ ଏପରି ଜିନିଷକୁ ପସନ୍ଦ କରେ ନାହିଁ କିମ୍ବା ସହ୍ୟ କରେ ନାହିଁ।' ମୁଁ ମୋ ନିଜ କାମରେ ବ୍ୟସ୍ତ ଅଛି। ମୋ ବଡ଼ ଭାଇ ଜଣେ ପ୍ରାପ୍ତବୟସ୍କ ଏବଂ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ସେ ନିଜେ ନେଇପାରିବେ ।
ଐଶ୍ୱର୍ଯ୍ୟା ରାୟ ଲାଲୁଙ୍କ ପରିବାର ଉପରେ ପ୍ରଶ୍ନବାଚୀ ଲଗାଇ କହିଥିଲେ, 'ମୋ ଜୀବନ କାହିଁକି ନଷ୍ଟ ହୋଇଗଲା?' ମୋତେ କାହିଁକି ମାଡ଼ ମରାଗଲା? ଏବେ ସେମାନଙ୍କୁ ହଠାତ୍ ସାମାଜିକ ନ୍ୟାୟର କଥା କିପରି ମନେ ପଡ଼ିଲା? ସେମାନେ ସମସ୍ତେ ଏକାଠି ଅଛନ୍ତି, କେହି ଅଲଗା ହୋଇନାହାଁନ୍ତି। ନିର୍ବାଚନ ପାଖେଇ ଆସିଛି, ସେଥିପାଇଁ ଲୋକଙ୍କୁ ଭ୍ରମିତ କରିବାକୁ ଏହି ପ୍ରକାରର ନାଟକ କରାଯାଉଛି।
ଐଶ୍ୱର୍ଯ୍ୟା ଅଭିଯୋଗ କରିଛନ୍ତି ଯେ, ଯଦି ସେମାନେ ପୂର୍ବରୁ ସବୁକିଛି ଜାଣିଥିଲେ ତେବେ ତେଜ ପ୍ରତାପଙ୍କ ସହ ମୋର ବାହାଘର କାହିଁକି କରିଥିଲେ? ମୁଁ ବର୍ତ୍ତମାନ ଗଣମାଧ୍ୟମରୁ ଛାଡପତ୍ର ବିଷୟରେ ଜାଣିବାକୁ ପାଇଲି। ମୋତେ ଏ ବାବଦରେ କିଛି କୁହା ଯାଇନଥିଲା। ମୋର ଦୋଷ କ’ଣ ଥିଲା? ବୋଲି ଐଶ୍ୱର୍ଯ୍ୟା ପ୍ରଶ୍ନ କରିଛନ୍ତି । ତେଜ ପ୍ରତାପଙ୍କ ୧୨ ବର୍ଷର ପୁରୁଣା ପ୍ରେମ ସମ୍ପର୍କ ଏବେ ସାମ୍ନାକୁ ଆସିଛି ଆଉ ବର୍ତ୍ତମାନ ସମୟରେ ସବୁଠାରୁ ସହଜ ଉପାୟ ହେଉଛି ସମ୍ପୂର୍ଣ୍ଣ ଦୋଷ ମହିଳାଙ୍କ ଉପରେ ଲଦିବା।' ମୁଁ ମୋର ସଂଘର୍ଷ ଜାରି ରଖିବି ଏବଂ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବି' ବୋଲି ଐଶୋର୍ଯ୍ୟା କହିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ତେଜ ପ୍ରତାପ ଯାଦବ ଶନିବାର ଦିନ ଫେସବୁକରେ ଏକ ପୋଷ୍ଟ ସେୟାର କରିଥିଲେ। ଏଥିରେ ସେ ଅନୁଷ୍କା ଯାଦବଙ୍କ ସହ ଫଟୋ ସେୟାର କରି ଲେଖିଥିଲେ ଯେ, 'ମୁଁ ତେଜ ପ୍ରତାପ ଯାଦବ ଏବଂ ମୋ ସହିତ ଏହି ଫଟୋରେ ଥିବା ଝିଅ ହେଉଛନ୍ତି ଅନୁଷ୍କା ଯାଦବ।' ଆମେ ଦୁହେଁ ଗତ ୧୨ ବର୍ଷ ଧରି ପରସ୍ପରକୁ ଜାଣୁ ଏବଂ ଭଲ ପାଉ। ଆମେ ଗତ ୧୨ ବର୍ଷ ଧରି ସମ୍ପର୍କରେ ଅଛୁ। ମୁଁ ବହୁତ ଦିନ ଧରି ଆପଣମାନଙ୍କୁ ଏହି ବିଷୟରେ ସୂଚନା ଦେବାକୁ ଚାହୁଁଥିଲି । କିନ୍ତୁ ମୁଁ ଏହାକୁ କିପରି କହିବି ସେ ବିଷୟରେ ବୁଝିପାରୁ ନଥିଲି । ତେଣୁ ଆଜି ଏହି ପୋଷ୍ଟ ମାଧ୍ୟମରେ ମୁଁ ଆପଣଙ୍କ ସମସ୍ତଙ୍କ ସହିତ ମୋ ହୃଦୟର ଭାବନା ବାଣ୍ଟିଛି। ମୁଁ ଆଶା କରୁଛି ଆପଣ ସମସ୍ତେ ମୁଁ କଣ କହୁଛ ତାହା ବୁଝିପାରିବେ। ବୋଲି ତେଜ ଲେଖିଥିଲେ ।
Also Read- ଉଷୁମ ପାଣି ସହ ମିଶାଇ ପିଅନ୍ତୁ ଏହି ଜିନିଷ, ମିଳିବ ୫ଟି ଲାଭ
Also Read- Surya Nakshatra Gochar 2025: ମଇ ମାସ ଶେଷ ସପ୍ତାହରୁ ସାବଧାନ ରୁହନ୍ତୁ ୩ ରାଶି, ଆସିପାରେ ଏହି ସମସ୍ୟା