)
Tejas Fighter jet Crash : ଦୁବାଇ ଏୟାର ଶୋ' ସମୟରେ ଭାରତର ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ LCA ତେଜସ୍ ଆକାଶମାର୍ଗରେ କୌଶଳ ଦେଖାଉଥିବା ସମୟରେ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ୨ଟା୧୦ ସମୟରେ ଏହି ଦୁର୍ଘଟଣା ଘଟିଛି । ଲକ୍ଷ ଲକ୍ଷ ଲୋକ ବିମାନର ଏରୋବାଟିକ୍ସ ଦେଖୁଥିବା ସମୟରେ ଏହି ଅଘଟଣ ଘଟିଛି ।
ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିମାନଟି ହଠାତ୍ ନିୟନ୍ତ୍ରଣ ହରାଇ ଆକାଶମାର୍ଗରେ ଚମତ୍କାର ମୋଡ଼ ନେଉଥିଲା। କିଛି ସେକେଣ୍ଡ ମଧ୍ୟରେ ତେଜସ୍ ସିଧା ଭୂମି ଆଡ଼କୁ ଅଗ୍ରସର ହୋଇଥିଲା । ମାଟିରେ ଧକ୍କା ହେବା ପରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା । ଫଳରେ ଅଲ୍ ମକତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ କଳା ଧୂଆଁର ଆସ୍ତରଣ ଖେଳିଯାଇଥିଲା କିଛି ସମୟ ପାଇଁ । ସବୁଠାରୁ ଖରାପ ଖବର ହେଉଛି ଦୁର୍ଘଟଣାରେ ପାଇଲଟ୍ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।
An IAF Tejas aircraft met with an accident during an aerial display at Dubai Air Show, today. The pilot sustained fatal injuries in the accident.
IAF deeply regrets the loss of life and stands firmly with the bereaved family in this time of grief.
A court of inquiry is being…
— Indian Air Force (@IAF_MCC) November 21, 2025
ଦୁବାଇ ଏୟାର ଶୋ'ରେ ବିଶ୍ୱର ବିଭିନ୍ନ ବିମାନ କମ୍ପାନୀ ଏବଂ ସାମରିକ ନିର୍ମାତାମାନେ ସେମାନଙ୍କର ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିଥାନ୍ତି। ଏହି ଦୁର୍ଘଟଣା ପରେ ବର୍ତ୍ତମାନ ଏୟାର ଶୋ'ର ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। ଅନ୍ୟପଟେ, ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନା (IAF) ଘୋଷଣା କରିଛି। IAF କହିଛି ଯେ, ଏହା ଏହି ଅପୂରଣୀୟ କ୍ଷତି ପାଇଁ ଆମେ ଗଭୀର ଶୋକ ପ୍ରକାଶ କରୁଛୁ । ଏହି କଷ୍ଟକର ସମୟରେ ଆମେ ପାଇଲଟଙ୍କ ପରିବାର ସହିତ ରହିଛୁ। ଦୁର୍ଘଟଣାର କାରଣ ତଦନ୍ତ ପାଇଁ ବାୟୁସେନା ଏକ କୋର୍ଟ ଅଫ୍ ଇନକ୍ୱାରୀ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ତେଜସ୍ ବିମାନ ଦୁବାଇରେ ପୂର୍ବରୁ କେବଳ ଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି। 2024 ମସିହାରେ, ତେଜସ୍ ରାଜସ୍ଥାନର ଜୈସଲମେରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାର କାରଣ ଇଞ୍ଜିନ୍ ବିଫଳତା ବୋଲି ରିପୋର୍ଟ କରାଯାଇଥିଲା। ସୌଭାଗ୍ୟବଶତଃ, ଦୁର୍ଘଟଣା ସମୟରେ ପାଇଲଟ ସୁରକ୍ଷିତ ଭାବରେ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ।