Layoff News: ୮୫୦୦ କର୍ମଚାରୀଙ୍କୁ ଛଟେଇ କରିବେ ଟେଲିକମ୍ କମ୍ପୀନୀ ଏରିକ୍ସନ୍
Advertisement
Article Detail0/zeeodisha/odisha1585382

Layoff News: ୮୫୦୦ କର୍ମଚାରୀଙ୍କୁ ଛଟେଇ କରିବେ ଟେଲିକମ୍ କମ୍ପୀନୀ ଏରିକ୍ସନ୍

Ericsson Layoff: ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବୋରଜେ ଏକହୋଲମ କହିଛନ୍ତି ଯେ, କିପରି କର୍ମଚାରୀ ସଂଖ୍ୟା ହ୍ରାସ କରାଯିବ ତାହା ସ୍ଥାନୀୟ ଦେଶ ଉପରେ ନିର୍ଭର କରେ। ଛଟେଇ ପ୍ରକ୍ରିୟା ଭିନ୍ନ ଭିନ୍ନ ରହିବ। କମ୍ପାନୀ ପକ୍ଷରୁ ଆଶା କରାଯାଉଥିବା ଚତୁର୍ଥ ତ୍ରୈମାସିକ ମୂଳ ଆୟ ରିପୋର୍ଟ ଆସିବାର ଏକ ମାସରୁ ଅଧିକ ସମୟ ପରେ ଏହି ପଦକ୍ଷେପ ନିଆଯାଇଛି। 

Layoff News: ୮୫୦୦ କର୍ମଚାରୀଙ୍କୁ ଛଟେଇ କରିବେ ଟେଲିକମ୍ କମ୍ପୀନୀ ଏରିକ୍ସନ୍

Ericsson Will Layoff Its 8500 Employee: ଦୂରସଞ୍ଚାର ଉପକରଣର ନିର୍ମାତା ଏରିକ୍ସନ୍ ବିଶ୍ୱସ୍ତରରେ ଏହାର ୮୫୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଏନେଇ ମିଳିଥିବା ଖବର ଅନୁଯାୟୀ ଖର୍ଚ୍ଚ ହ୍ରାସ ପାଇଁ କମ୍ପାନୀ ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି। ଏହା ସହିତ କମ୍ପାନୀ ସ୍ୱୀଡେନ ସ୍ଥିତ ୟୁନିଟ ଠାରେ ପ୍ରାୟ ୧୪୦୦ ପଦବୀକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥନୈତିକ ଅବସ୍ଥା ହେତୁ ବିଭିନ୍ନ ଟେକ୍ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କରି ଆସୁଛନ୍ତି। ହେଲେ ବର୍ତ୍ତମାନ ଟେଲିକମ୍ ଇଣ୍ଡଷ୍ଟ୍ରି ଏହାର ସର୍ବ ବୃହତ ଛଟେଇର ସମ୍ମୁଖୀନ ହୋଇଛି। ଏରିକ୍ସନ୍ ବିଶ୍ୱରେ ଏହାର ୮୫୦୦ କର୍ମଚାରୀଙ୍କୁ ଛଟେଇ କରିଛି। ସୋମବାର କମ୍ପାନୀ ସ୍ୱୀଡେନ ଠାରେ ପ୍ରାୟ ୧୪୦୦ କର୍ମଚାରୀଙ୍କୁ ହଟାଇବାକୁ ଘୋଷଣା କରିସାରିଛି।

ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବୋରଜେ ଏକହୋଲମ କହିଛନ୍ତି ଯେ, କିପରି କର୍ମଚାରୀ ସଂଖ୍ୟା ହ୍ରାସ କରାଯିବ ତାହା ସ୍ଥାନୀୟ ଦେଶ ଉପରେ ନିର୍ଭର କରେ। ଛଟେଇ ପ୍ରକ୍ରିୟା ଭିନ୍ନ ଭିନ୍ନ ରହିବ। କମ୍ପାନୀ ପକ୍ଷରୁ ଆଶା କରାଯାଉଥିବା ଚତୁର୍ଥ ତ୍ରୈମାସିକ ମୂଳ ଆୟ ରିପୋର୍ଟ ଆସିବାର ଏକ ମାସରୁ ଅଧିକ ସମୟ ପରେ ଏହି ପଦକ୍ଷେପ ନିଆଯାଇଛି। ବିଶ୍ୱବ୍ୟାପୀ 5G ଉପକରଣର ବିକ୍ରି ବିଶ୍ୱବ୍ୟାପୀ ମନ୍ଥର ହୋଇଛି। ଯାହା ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଅଞ୍ଚଳ ମଧ୍ୟ ରହିଛି।

ସମଗ୍ର ବିଶ୍ୱରେ ଟେଲିକମ୍ ଉପକରଣର ଚାହିଦା ହ୍ରାସ ପାଇଥିବାରୁ ଆସନ୍ତା ୨୦୨୩ ଶେଷ ସୁଦ୍ଧା ଦୂରସଞ୍ଚାର କମ୍ପାନୀ ଏରିକ୍ସନ୍ ଏହାର ଖର୍ଚ୍ଚ ୮୮୦ ମିଲିୟନ ହ୍ରାସ କରିବାକୁ ଯୋଜନା କରୁଛି। ଖର୍ଚ୍ଚ ହ୍ରାସ କରିବା ଏବଂ କର୍ମଚାରୀ ସଂଖ୍ୟା ହ୍ରାସ କରିବା ଏହାର ଉଦ୍ଦେଶ୍ୟ ବୋଲି ଏରିକ୍ସନ୍ ସ୍ପଷ୍ଟ କରିଛି। 

କମ୍ପାନୀ ମୁଖ୍ୟ ଆର୍ଥିକ ଅଧିକାରୀ କାର୍ଲ ମେଲାଣ୍ଡର୍ ପୂର୍ବରୁ କହି ସାରିଛନ୍ତି ଯେ କମ୍ପାନୀ ଖର୍ଚ୍ଚକାଟ କରିବାକୁ ଯୋଜନା କରୁଛି। ଯେଉଁଥିରେ ପରାମର୍ଶଦାତା, ରିଏଲ୍ ଇଷ୍ଟେଟ୍ ଏବଂ କର୍ମଚାରୀ ଅନ୍ତର୍ଭୂକ୍ତ ରହିବେ। କର୍ମଚାରୀ ଛଟେଇ ପ୍ରକ୍ରିୟା ଗୋଟିଏ ଦେଶ ଠାରୁ ଅନ୍ୟ ଦେଶରେ ଭିନ୍ନ ରହିବ। କେତେକ ଦେଶରେ ବର୍ତ୍ତମାନ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ଦେଶର ଶ୍ରମ ନିୟମକୁ ବିଚାର କରି ଆମେ କର୍ମଚାରୀ ଛଟେଇ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ। 

କମ୍ପାନୀ ଆଶା କରିଛି ଯେ ନେଟୱାର୍କ କ୍ଷେତ୍ର ମଧ୍ୟରେ ହ୍ରାସ ଚଳିତ ବର୍ଷ ପ୍ରାରମ୍ଭିକ ୬ ମାସ ପର୍ଯ୍ୟନ୍ତ ଜାରି ରହିବ। ହେଲେ ଦ୍ୱିତୀୟ ତ୍ରୈମାସିକ ଶେଷ ସୁଦ୍ଧା ଖର୍ଚ୍ଚକାଟ ଲାଗି ନିଆଯାଇଥିବା ପଦକ୍ଷେପର ପ୍ରଭାବ ସ୍ପଷ୍ଟ ହୋଇଯିବ ବୋଲି କମ୍ପାନୀ ପୂର୍ବାନୁମାନ କରିଛି।