Telecom Relief Package: ଟେଲିକମ୍ କ୍ଷେତ୍ର ପାଇଁ ୧୦୦% FDI ଅନୁମୋଦନ କଲେ ମୋଦି କ୍ୟାବିନେଟ୍
Advertisement

Telecom Relief Package: ଟେଲିକମ୍ କ୍ଷେତ୍ର ପାଇଁ ୧୦୦% FDI ଅନୁମୋଦନ କଲେ ମୋଦି କ୍ୟାବିନେଟ୍

Telecom Relief Package : କ୍ୟାବିନେଟ୍ ବୈଠକ ପରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଟେଲିକମ୍ କ୍ଷେତ୍ରରେ କ୍ୟାବିନେଟ୍ ଶତପ୍ରତିଶତ ଏଫଡିଆଇ ଅନୁମୋଦନ କରିଛି ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ଆଜି ଟେଲିକମ୍ କ୍ଷେତ୍ର ପାଇଁ ଏକ ରିଲିଫ୍ ପ୍ୟାକେଜ୍ ଅନୁମୋଦନ କରିଛି । ଯାହାର ଉଦ୍ଦେଶ୍ୟ ହେଉଛି ଭୋଡାଫୋନ୍ ଆଇଡିଆ ପରି କମ୍ପାନୀଗୁଡିକୁ ରିଲିଫ୍ ଦେବା । ଏହି କମ୍ପାନୀଗୁଡ଼ିକୁ ହଜାର ହଜାର କୋଟିର ଅତୀତର ଆଇନଗତ ଦେୟ କ୍ଳିଅର କରିବାକୁ ପଡିବ । ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଟେଲିକମ୍ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗ (FDI) କୁ ମଧ୍ୟ ଅନୁମୋଦନ କରାଯାଇଛି ।

ବୈଠକ ପରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) କହିଛନ୍ତି ଯେ ନଅଟି ଗଠନମୂଳକ ସଂସ୍କାରକୁ କ୍ୟାବିନେଟ୍ ଅନୁମୋଦନ କରିଛି । ସ୍ପେକ୍ଟ୍ରମ୍ ୟୁଜର୍ ଚାର୍ଜଗୁଡିକ ସମନ୍ୱିତ ହୋଇଛି ।

ଅଧିକ ପଢ଼ନ୍ତୁ: Cabinet Decisions: କେନ୍ଦ୍ର ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁଁ ଲକ୍ଷ ଲକ୍ଷ ଲୋକ ପାଇବେ ଚାକିରୀ, ଜାଣନ୍ତୁ ଡିଟେଲ୍ସ 

ପ୍ରସ୍ତାବିତ ରିଲିଫ୍ ପଦକ୍ଷେପଗୁଡ଼ିକରେ ଦେୟ ସ୍ଥଗିତ ରଖିବା, AGR ର ପୁନଃ ସଂଜ୍ଞା ଏବଂ ସ୍ପେକ୍ଟ୍ରମ୍ ବ୍ୟବହାର ଶୁଳ୍କ ହ୍ରାସ ଅନ୍ତର୍ଭୁକ୍ତ, ଯାହା ମାଧ୍ୟମରେ ଏହି କ୍ଷେତ୍ରରେ ସଂସ୍କାର ନିଆଯାଇପାରିବ ।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଟେଲିକମ୍ କମ୍ପାନୀଗୁଡିକର ଅଣ ଟେଲିକମ୍ ଆୟକୁ ଆଇନଗତ ଦେୟରୁ ବାଦ ଦେଇ କ୍ୟାବିନେଟ୍ ଆଡଜଷ୍ଟଡ୍ ମୋଟ ରାଜସ୍ୱ (AGR) ସଂଜ୍ଞାକୁ ଯୁକ୍ତିଯୁକ୍ତ କରିଛି ।

ସେ କହିଛନ୍ତି ଯେ ଦେୟ ପ୍ରଦାନ ପାଇଁ ଟେଲିକମ୍ କମ୍ପାନୀମାନଙ୍କୁ କ୍ୟାବିନେଟ୍ ଚାରି ବର୍ଷର ମୋର୍ଚ୍ଚା ଦେଇଛି, ଟେଲିକମ୍ କମ୍ପାନୀଗୁଡିକ ମୋର୍ଚ୍ଚା ଅବଧି ମଧ୍ୟରେ ସୁଧ ଦେବେ । ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷର ଶେଷ କ୍ୱାର୍ଟରରେ ସ୍ପେକ୍ଟ୍ରମ୍ ନିଲାମ କରାଯିବ ।

ଅଧିକ ପଢ଼ନ୍ତୁ: ବେକାରୀ ଭତ୍ତା ଚାହୁଁଥିଲେ ତୁରନ୍ତ କରନ୍ତୁ ରେଜିଷ୍ଟ୍ରେସନ;ଏହା ହେଉଛି ପକ୍ରିୟା, ତୁରନ୍ତ ମିଳିବ ଲାଭ

ଅଟୋ ସେକ୍ଟରକୁ ରିଲିଫ୍
ଅଟୋ, ଡ୍ରୋନ୍ ସେକ୍ଟର ପାଇଁ ସରକାର ୨୬,୦୫୮ କୋଟି ଟଙ୍କାର PLI ଯୋଜନାକୁ ମଧ୍ୟ ଅନୁମୋଦନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଭାରତର ଉତ୍ପାଦନ କ୍ଷମତାକୁ ବଢ଼ାଇବା ପାଇଁ ଅଟୋ, ଅଟୋ କମ୍ପୋନେଣ୍ଟ ଏବଂ ଡ୍ରୋନ୍ ଇଣ୍ଡଷ୍ଟ୍ରି ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (PLI) ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି ।

ଅଧିକ ପଢ଼ନ୍ତୁ: ତାଲିବାନ ଦି'ଫାଳ! ହକ୍କାନି ନେତାଙ୍କ ସହ ବିବାଦ ପରେ କାବୁଲ ଛାଡିଲେ ଡେପୁଟି ପିଏମ୍ ବରାଦର

PLI ଯୋଜନା ଭାରତରେ ଉନ୍ନତ ଅଟୋମୋବାଇଲ୍ ଟେକ୍ନୋଲୋଜିର ଏକ ବିଶ୍ୱ ଯୋଗାଣ ଶୃଙ୍ଖଳାର ବିକାଶକୁ ଉତ୍ସାହିତ କରିବ । ଏହି ପଦକ୍ଷେପ ୭.୬ ଲକ୍ଷରୁ ଅଧିକ ଲୋକଙ୍କୁ ଅତିରିକ୍ତ ରୋଜଗାର ଯୋଗାଇବ ବୋଲି ଆଶା କରାଯାଉଛି ।

ସେ କହିଛନ୍ତି ଯେ PLI ଯୋଜନା ଅଧୀନରେ ପାଞ୍ଚ ବର୍ଷ ମଧ୍ୟରେ ୪୨,୫୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ହେବ ଓ ୨.୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଉତ୍ପାଦନ ହେବ ।