• କୋରାପୁଟରେ ଭୁଷୁଡ଼ୁଛି କଂଗ୍ରେସର ଗଡ଼
  • ଚନ୍ଦ୍ରଶେଖର ମାଝିଙ୍କ ପରେ ବିଜେଡିରେ ସାମିଲ ହେଲେ କୈଳାଶ କୁଲେସିକା
  • ମମିତା ମୃତ୍ୟୁ ମାମଲା: ନବୀନ ନିବାସ ଆଗରେ ଯୁବ କଂଗ୍ରେସର କଳାପତାକା ପ୍ରଦର୍ଶନ
  • ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ
  • ଗୋବିନ୍ଦ ସାହୁର ଆତ୍ମସମର୍ପଣ ଓ ସ୍ୱୀକାରୋକ୍ତି ପରେ ନିଜେ ହତ୍ୟା କରିଥିବା ନେଇ ସ୍ପଷ୍ଟ
  • କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନକୁ ଅଣ୍ଡା ମାଡ
  • ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଭବାନୀପାଟଣା ସ୍ଥିତ ବାସଭବନକୁ ଅଣ୍ଡା ମାଡ
  • ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ମାମଲା
  • ଆଉ ୨ଜଣଙ୍କୁ ଅଟକ ରଖିଲା ପୋଲିସ
  • କଲେଜ ଅଧ୍ୟକ୍ଷ, ଜେସିବି ଡ୍ରାଇଭର ଓ ୱାଚ୍ ମ୍ୟାନ୍ ଅଟକ

ଆଜି ୧୦ ଘଣ୍ଟିଆ 'ଭାରତ ବନ୍ଦ', ଜାଣନ୍ତୁ ଆପଣଙ୍କ ଜୀବନ ଉପରେ କ'ଣ ପଡିବ ପ୍ରଭାବ?

ସୋମବାର ସକାଳ ୬ ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭାରତ ବନ୍ଦ ରହିବ। କୃଷକ ଆନ୍ଦୋଳନ ସହ ଜଡିତ ଲୋକମାନେ ଦିଲ୍ଲୀ ସୀମାର ସମସ୍ତ ରାସ୍ତାରେ ପିକେଟିଂ କରିବେ। ତେବେ ଏଥର ଆନ୍ଦୋଳନ ସ୍ଥଳକୁ ଗାଁରୁ ଚାଷୀଙ୍କୁ ଡକାଯିବ ନାହିଁ।

ଆଜି ୧୦ ଘଣ୍ଟିଆ 'ଭାରତ ବନ୍ଦ',  ଜାଣନ୍ତୁ ଆପଣଙ୍କ ଜୀବନ ଉପରେ କ'ଣ ପଡିବ ପ୍ରଭାବ?
ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ତିନୋଟି ନୂତନ କୃଷି ଆଇନକୁ (Farm Law) ନେଇ ଦେଶରେ ବିବାଦ ଲାଗି ରହିଛି। କିଛି ଦିନ ପୂର୍ବେ ୟୁପିର ମୁଜାଫରନଗରରେ କୃଷକ ନେତାମାନେ 'କିସାନ ମହାପଞ୍ଚାୟତ' ଅନୁଷ୍ଠିତ କରିବା ପରଠାରୁ ସେମାନଙ୍କ କାର୍ଯ୍ୟକଳାପ ଓ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ଆନ୍ଦୋଳନକାରୀ କୃଷକମାନେ ୨୭ ସେପ୍ଟେମ୍ବର ଅର୍ଥାତ ସୋମବାର ଭାରତ ବନ୍ଦର (Bharat Bandh) ଡାକରା ଦେଇଛନ୍ତି। ଏହି ୧୦ ଘଣ୍ଟିଆ ଭାରତ ବନ୍ଦକୁ CPI, କଂଗ୍ରେସ ସମେତ ଅନେକ ରାଜନୈତିକ ଦଳ ଓ ଟ୍ରେଡ ୟୁନିୟନ ସମର୍ଥନ ଜଣାଇଛନ୍ତି। 

ସୋମବାର ସକାଳ ୬ ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭାରତ ବନ୍ଦ ରହିବ। କୃଷକ ଆନ୍ଦୋଳନ ସହ ଜଡିତ ଲୋକମାନେ ଦିଲ୍ଲୀ ସୀମାର ସମସ୍ତ ରାସ୍ତାରେ ପିକେଟିଂ କରିବେ। ତେବେ ଏଥର ଆନ୍ଦୋଳନ ସ୍ଥଳକୁ ଗାଁରୁ ଚାଷୀଙ୍କୁ ଡକାଯିବ ନାହିଁ। ଏଥିସହିତ ଗାଜିପୁର ସୀମାରେ ବସିଥିବା କୃଷକମାନେ NH-୨୪ ଓ NH-୯ ର ଯାତାୟାତରେ ବାଧା ସୃଷ୍ଟି କରିବେ। ଉତ୍ତର ପ୍ରଦେଶର କୃଷକମାନେ ଏଠାକୁ ନ ଆସି ସେମାନେ ନିଜ ନିଜ ଅଞ୍ଚଳରେ ବନ୍ଦକୁ ଆୟୋଜନ କରିବେ।

Also Read: ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍! ଆରମ୍ଭ ହେବାକୁ ଯାଉଛି ଆହୁରି ଅନେକ ପାସେଞ୍ଜର ଟ୍ରେନ୍

ଭାରତ କିସାନ ୟୁନିଅନ (BKU) ଗଣମାଧ୍ୟମ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି ଯେ, ପୂର୍ଣ୍ଣ ପ୍ରସ୍ତୁତି ସହିତ ଏହି ବନ୍ଦକୁ ସଫଳ କରିବା ପାଇଁ ବି.କେ.ୟୁ ପାଇଁ ସମସ୍ତ ଜିଲ୍ଲାରେ ବୈଠକ କରାଯାଇଛି। କିସାନ ୟୁନିଅନର କର୍ମକର୍ତ୍ତାମାନେ ସକାଳ ୬ଟାରୁ ୪ ଟା ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଚକା ଜାମ କରିବେ। ସଂଯୁକ୍ତ କିଶାନ ମୋର୍ଚ୍ଚାର ନେତାଙ୍କ କହିବାନୁସାରେ, ଯଦି ଆନ୍ଦୋଳନକାରୀ ଚାଷୀଙ୍କୁ ହଟାଇବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଚାଷୀମାନେ ଜେଲ ଯିବାକୁ ପସନ୍ଦ କରିବେ କିନ୍ତୁ ରାସ୍ତା ଛାଡ଼ିବେ ନାହିଁ। 

ଦିଲ୍ଲୀର ଆପ୍ ସରକାର, କଂଗ୍ରେସ, ବାମପନ୍ଥୀ ଦଳ ଓ ତେଲୁଗୁ ଦେଶମ ପାର୍ଟି ସମେତ ୭ଟି ରାଜନୈତିକ ଦଳ 'ଭାରତ ବନ୍ଦ'କୁ ସମର୍ଥନ ଜଣାଇଛନ୍ତି।  କିନ୍ତୁ BJD ଓ BJP ନିଜକୁ ଏଥିରୁ ଦୂରେଇ ରଖିଛନ୍ତି। ଟ୍ରେଡ୍‌ ୟୁନିୟନ୍‌, ପରିବହନ ସଙ୍ଘ, ବ୍ୟବସାୟୀ ସଙ୍ଘ ଓ ବିଭିନ୍ନ ଗଣ ସଙ୍ଗଠନ ଏହି ବନ୍ଦରେ ସାମିଲ ହୋଇଛନ୍ତି। ଜନସାଧାରଣଙ୍କ ସହଯୋଗ ଭାଗିଦାରୀରେ ବନ୍ଦ ପଳନ ହେବ। କୌଣସି ଅଘଟଣ ଯେମିତି ନ ଘଟେ ସେଥି ପ୍ରତି ସଜାଗ ରହିବେ ବୋଲି ଅଖିଳ ଭାରତୀୟ କୄଷକ ମହାସଭାର ରାଜ୍ୟ ସଚିବ ସୁରେଶ ପାଣିଗ୍ରାହୀ କହିଛନ୍ତି।

Also Read: ସପ୍ତାହର ପ୍ରଥମ ଦିନରେ ଦେଢ଼ ଘଣ୍ଟା ରାହୁକାଳ, ଏହି ଦୁଇ ରାଶି ଉପରେ ଅଛି ବପଦ

ଭାରତ ବନ୍ଦ ସମୟରେ ଘରୋଇ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ବନ୍ଦ ସମୟରେ ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବା ଜାରି ରହିବ। ମାଲବାହୀ ଟ୍ରକ୍ ଓ ଟ୍ରେନ୍ ଗୁଡିକୁ ଦିଲ୍ଲୀକୁ ପ୍ରବେଶ କିମ୍ବା ଦିଲ୍ଲୀରୁ ଛାଡିବାକୁ ଦିଆଯିବ ନାହିଁ। ବନ୍ଦକୁ ଦୄଷ୍ଟିରେ ରଖି ସବୁ ସରକାରୀ କର୍ମଚାରୀଙ୍କୁ ସକାଳ ୯:୩୦ ପୂର୍ବରୁ କାର୍ଯ୍ୟାଳୟରେ ପହଞ୍ଚିଯିବାକୁ କୁହାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆବଶ୍ୟକୀୟ ପୋଲିସ ଫୋର୍ସ ମୁତୟନ କରିବା ସହ ସହାୟତା ନମ୍ବର ଜାରି କରାଯାଇଛି।