ଏହା ବ୍ୟତୀତ ଜମ୍ମୁ କାଶ୍ମୀର ସରକାର ମଧ୍ୟ ଦ୍ୱିତୀୟ ଆଦେଶ ଜାରି କରିଛନ୍ତି । ଦ୍ୱିତୀୟ ଆଦେଶରେ ଗାନ୍ଦରୱାଲରେ ସୁରକ୍ଷା ବାହିନୀ ପାଇଁ ବିଦ୍ୟାଳୟ ଭବନକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାଶ୍ମୀରର ଗାନ୍ଦରବାଲ ଜିଲ୍ଲା ଲଦାଖର କାରଗିଲ ନିକଟରେ ଅବସ୍ଥିତ ।
Trending Photos
)
ନୂଆଦିଲ୍ଲୀ: ଲଦାଖରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି । ଏହି ସମୟରେ ସରକାରଙ୍କ ନିର୍ଦ୍ଦେଶ ପରେ ଜମ୍ମୁ କାଶ୍ମୀର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି। ବାସ୍ତବରେ ଜମ୍ମୁ କାଶ୍ମୀରରେ ସରକାର ୨ ମାସ ପାଇଁ ଏଲପିଜି ସିଲିଣ୍ଡର ଷ୍ଟକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସୁରକ୍ଷା ବାହିନୀ ପାଇଁ ବିଦ୍ୟାଳୟକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ମଧ୍ୟରେ ଜମ୍ମୁ କାଶ୍ମୀର ସରକାର ବର୍ତ୍ତମାନ ଦୁଇଟି ପୃଥକ ନିର୍ଦ୍ଦେଶ ଜାରି କରିଛନ୍ତି । ଯେଉଁ କାରଣରୁ ସେଠାକାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି । ଏହି ନିର୍ଦ୍ଦେଶ ମଧ୍ୟରୁ ଗୋଟିଏରେ କାଶ୍ମୀରର ଲୋକଙ୍କୁ ଅତି କମରେ ୨ ମାସ ପାଇଁ ଏଲପିଜି ସିଲିଣ୍ଡର ଷ୍ଟକ୍ କରିବାକୁ କୁହାଯାଇଛି ।
ଏହା ବ୍ୟତୀତ ଜମ୍ମୁ କାଶ୍ମୀର ସରକାର ମଧ୍ୟ ଦ୍ୱିତୀୟ ଆଦେଶ ଜାରି କରିଛନ୍ତି । ଦ୍ୱିତୀୟ ଆଦେଶରେ ଗାନ୍ଦରୱାଲରେ ସୁରକ୍ଷା ବାହିନୀ ପାଇଁ ବିଦ୍ୟାଳୟ ଭବନକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାଶ୍ମୀରର ଗାନ୍ଦରବାଲ ଜିଲ୍ଲା ଲଦାଖର କାରଗିଲ ନିକଟରେ ଅବସ୍ଥିତ ।
ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବା ଉପରାଜ୍ୟପାଳଙ୍କ ପରାମର୍ଶଦାତା ଏକ ବୈଠକରେ ଘାଟିରେ ଏଲପିଜିର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ନିଶ୍ଚିତ କରିବାକୁ ଦିଶାନିର୍ଦ୍ଦେଶ ଦେଇଛନ୍ତି । କାରଣ ଭୂସ୍ଖଳନ ହେତୁ ଜାତୀୟ ରାଜପଥ ବନ୍ଦ ଯୋଗୁଁ ଯୋଗାଣ ପ୍ରଭାବିତ ହୋଇପାରେ । ଏହି ଆଦେଶକୁ 'ସବୁଠାରୁ ଜରୁରୀ ବିଷୟ' ଭାବରେ ବର୍ଣ୍ଣନା କରାଯାଇଛି ।