Advertisement
Article Detail0/zeeodisha/odisha703280
Zee OdishaOdisha National-Internationalପାକିସ୍ତାନରେ ବଡ଼ଧରଣର ଆତଙ୍କୀ ଆକ୍ରମଣ, ୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

ପାକିସ୍ତାନରେ ବଡ଼ଧରଣର ଆତଙ୍କୀ ଆକ୍ରମଣ, ୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

ପାକିସ୍ତାନରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ। ସୋମବାର କରାଚିରେ ଥିବା ପାକିସ୍ତାନୀ ଷ୍ଟକ୍ ଏକ୍ସଚେଞ୍ଜ ବିଲ୍ଡିଂ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଚି। ସକାଳ ପ୍ରାୟ ୧୦ଟା ସମୟରେ ଏହି ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି। ଏହି ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

ପାକିସ୍ତାନରେ ବଡ଼ଧରଣର ଆତଙ୍କୀ ଆକ୍ରମଣ, ୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

କରାଚି: ପାକିସ୍ତାନରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ। ସୋମବାର କରାଚିରେ ଥିବା ପାକିସ୍ତାନୀ ଷ୍ଟକ୍ ଏକ୍ସଚେଞ୍ଜ ବିଲ୍ଡିଂ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଚି। ସକାଳ ପ୍ରାୟ ୧୦ଟା ସମୟରେ ଏହି ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି। ଏହି ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

ମିଳିଥିବା ସୂଚନା ମୁତାବକ ୪ ଜଣ ଆତଙ୍କବାଦୀ ଷ୍ଟକ ଏକ୍ସଚେଞ୍ଜ ବିଲ୍ଡିଂ ଉପରେ ଆକ୍ରମଣ କରିଥିଲେ। ଏପରିକି ବିଲ୍ଡିଂ ଉପରକୁ ଗ୍ରେନେଡ଼ ମାଡ଼ କରିଥିଲେ। ଏହି ଚାରିଜଣ ଆତଙ୍କବାଦୀ ଷ୍ଟକ୍ ଏକ୍ସଚେଞ୍ଜରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ପ୍ରଥମେ ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ ପ୍ରବେଶ ଦ୍ୱାର ଉପରେ ଆକ୍ରମଣ କରିଥିଲେ ଏବଂ ପରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହା ପରେ ପୋଲିସ ଚାରି ଆତଙ୍କବାଦୀଙ୍କୁ ଘେରିଯାଇ ହତ୍ୟା କରିଥିଲା। ସମସ୍ତ ଆତଙ୍କବାଦୀ ପୋଲିସ ୟୁନିଫର୍ମରେ ଥିଲେ। ଏହି ମୁହୂର୍ତ୍ତରେ ଏନକାଉଣ୍ଟର ଶେଷ ହୋଇଛି | ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି।

ଏଥିସହିତ ଆଜି ଭାରତୀୟ ସୁରକ୍ଷା କର୍ମୀମାନେ ବଡ଼ ସଫଳତା ହାସଲ କରିଛନ୍ତି। ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲା ଆଜି ପୁଣି ଥରେ ଆତଙ୍କମୁକ୍ତ ହୋଇଛି। ସୋମବାର ସକାଳେ ଅନନ୍ତନାଗ ଜିଲ୍ଲାର ଏକ ଏନକାଉଣ୍ଟରରେ ଡୋଡା ନିବାସୀ ହିଜବୁଲ କମାଣ୍ଡର ମାସୁଦଙ୍କର ମୃତ୍ୟୁ ଘଟିଛି। ସେ ଡୋଡା ଜିଲ୍ଲାରେ ସଂଗଠନର ଶେଷ ଆତଙ୍କବାଦୀ ଥିଲେ। ଏହାର ବିଲୋପ ସହିତ ଡୋଡା ଜିଲ୍ଲାରେ ଆତଙ୍କବାଦୀମୁକ୍ତ ହୋଇଛି। ମାସୁଦରୁ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିଲା।

Add Zee News as a Preferred Source

 

About the Author