• ଭୁବନେଶ୍ବରରେ ଆଜି ରାତି ୯ଟାରୁ ନାଇଟ୍‌ କର୍ଫ୍ୟୁ
  • କୋରୋନା ନିୟମ ନମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
  • ଟ୍ବିନ୍‌ ସିଟିରେ ଜାରି ହୋଇଛି ୧୪୪ ଧାରା
  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ
  • ସଂଧ୍ୟା ସୁଦ୍ଧା ୧୨ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା
  • ଗ୍ୟାଙ୍ଗଷ୍ଟର ହାଇଦରକୁ କୋରୋନା
  • ପୁଣିଥରେ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରାଯିବ: CP
  • ଅଧିକ ଟିକା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି
  • ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ କରୋନା ସଂକ୍ରମଣରେ ଶିକାର
  • ୨୪ତମ ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଜେଡି ନେତା ଓ ମନ୍ତ୍ରୀ

କାଶ୍ମୀରରେ ସେନାଠୁ ବର୍ତ୍ତିବା ଲାଗି ଟନେଲରେ ଲୁଚୁଛନ୍ତି ଆତଙ୍କବାଦୀ

କାଶ୍ମୀରରେ ଆତଙ୍କବାଦୀଙ୍କ ଟନେଲ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି ।  ଆତଙ୍କବାଦୀ କାଶ୍ମୀରରେ ସେନା ଠାରୁ ରକ୍ଷା ପାଇବା ପାଇଁ ଟନେଲରେ ଲୁଚୁଛନ୍ତି। ଆତଙ୍କବାଦୀ ସେଓ ବଗିଚାରେ ଗୁପ୍ତଚର ବଙ୍କର ନିର୍ମାଣ କରୁଛନ୍ତି । 

 କାଶ୍ମୀରରେ ସେନାଠୁ ବର୍ତ୍ତିବା ଲାଗି ଟନେଲରେ ଲୁଚୁଛନ୍ତି ଆତଙ୍କବାଦୀ

ଜିନୁ ଜେନା, ନୂଆଦିଲ୍ଲୀ: ସେନା ପକ୍ଷରୁ ଚାଲିଥିବା ଅପରେସନ୍ ଅଲଆଉଟ (Operation All Out) ରୁ ବର୍ତ୍ତିବା ଲାଗି ଆତଙ୍କବାଦୀ କାଶ୍ମୀରରେ ଏକ ନୂଆ କୌଶଳ ଆପଣାଇଛନ୍ତି । ସେନାର ପରାକ୍ରମକୁ ଭୟ କରି ଆତଙ୍କବାଦୀ ବର୍ତ୍ତମାନ ଟନେଲ (Tunnel) ଏବଂ ବଙ୍କର (Bunker) ରେ ଲୁଚି ରହୁଛନ୍ତି । ଆତଙ୍କବାଦୀଙ୍କ ନୂଆ ଆଡ୍ଡା ହେଉଛି ଉପତ୍ୟକାର ଗହଳ ସେଓ ବଗିଚା (Apple Garden) ଏବଂ ଜଙ୍ଗଲ (Forest) । ଯେଉଁଠାରେ ଆତଙ୍କବାଦୀ ଗୁପ୍ତଚର ଟନେଲ ନିର୍ମାଣ କରୁଛନ୍ତି । ଆତଙ୍କବାଦୀ ମୌସୁମୀ ନଦୀରେ ବଙ୍କର ତିଆରି କରୁଛନ୍ତି, ଶୋପିଆନରେ ଏହି ବଙ୍କର ସଂଖ୍ୟା ଅଧିକ ରହିଛି କାହିଁକି ନା ଏଠି ଘଞ୍ଚ ସେଓ ବଗିଚା ଏବଂ ଜଙ୍ଗଲ ରହିଛି । 

ବଙ୍କରରେ ଲୁଚିବାକୁ ବାଧ୍ୟ ହେଲେ ଆତଙ୍କବାଦୀ

ସେନାର ପ୍ରହାର ଯୋଗୁଁ ଆତଙ୍କବାଦୀ ଭୟଭୀତ ହୋଇ ବଞ୍ଚିବାକୁ ବାଧ୍ୟ ହୋଇଛନ୍ତି। ଏହି କାରଣରୁ ସେମାନେ ଜଙ୍ଗଲରେ ଟନେଲ ତିଆରି କରିବାକୁ ବାଧ୍ୟ ହୋଇଛନ୍ତି । ଆତଙ୍କବାଦୀ ମୌସମୀ ନଦୀରେ ବଙ୍କର ମଧ୍ୟ ତିଆରି କରୁଛନ୍ତି । ବାସ୍ତବରେ କେତେକ ଅଞ୍ଚଳରେ ସୁରକ୍ଷା ବାହିନୀ ଲୁହାରେ ତିଆରି ବଙ୍କର ପାଇଛନ୍ତି । ବର୍ତ୍ତମାନ ପଡ଼ୋଶୀ ପାକିସ୍ତାନ ସୁଡଙ୍ଗ ଖୋଳି ଅନୁପ୍ରବେଶ କରିବାକୁ ଷଡଯନ୍ତ୍ର ରଚନା କରୁଛି । ପୁଲୱାମା ଏବଂ ଶୋପିଆନ ଅପରେସନ ବେଳେ ଆତଙ୍କବାଦୀଙ୍କ ଏହି ଷଡଯନ୍ତ୍ର ନେଇ ପର୍ଦ୍ଦାଫାଶ ହୋଇଛି । 

ଟନେଲର ଆକାର ପ୍ରାୟ ୧୨ ଫୁଟ୍

ଏହି ଟନେଲର ଆକାର ପ୍ରାୟ ୧୨ ଫୁଟ୍ । ଯେଉଁଠାରେ ଆତଙ୍କବାଦୀ ସୁରକ୍ଷା ବଳ ଠାରୁ ଲୁଚନ୍ତି । ବନ୍ୟା ଦ୍ୱାରା ପ୍ରଭାବିତ କେତେକ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ଲୁହାରେ ନିର୍ମିତ ବଙ୍କର ମଧ୍ୟ ଠାବ ହୋଇଛି । ଯାହା କୌଣସି ଏକ ବଡ ଷଡ଼ଯନ୍ତ୍ର ଆଡକୁ ସୂଚାଉଛି ।

ବଗିଚା କିମ୍ବା ନଦୀ ମଧ୍ୟରେ ନିର୍ମିତ ଟନେଲ୍ କିମ୍ବା ବଙ୍କର ଉପରକୁ ସହଜରେ ଦୃଷ୍ଟି ଯାଇ ନଥାଏ । ଆତଙ୍କବାଦୀ ଏଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୁଚି ରହିପାରନ୍ତି । ହେଲେ ଆତଙ୍କବାଦୀଙ୍କ ଏହି ଷଡଯନ୍ତ୍ର ସମ୍ପର୍କରେ ସେନା ଜାଣିସାରିଛି । ଏବେ କାଶ୍ମୀରରେ ଆତଙ୍କବାଦୀଙ୍କ ଗୋଟି ଗୋଟି ସୁଡଙ୍ଗ ଆଉ ଗୋଟି ଗୋଟି ବଙ୍କର ସେନାର ଟାର୍ଗେଟରେ ରହିଛି । 

ଆତଙ୍କବାଦୀ ଟନେଲ ଖୋଳି LACରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି, ସୁରକ୍ଷା ବାହିନୀ ଏଭଳି ଅନେକ ଟନେଲକୁ ଚିହ୍ନଟ କରିଛନ୍ତି ଯାହା ଜରିଆରେ ପାକିସ୍ତାନୀ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।