ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ କୁଲଗାମରେ ଟଳିପଡିଲା ଆତଙ୍କୀ
Advertisement

ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ କୁଲଗାମରେ ଟଳିପଡିଲା ଆତଙ୍କୀ

କୁଲଗାମରେ ସୁରକ୍ଷାକର୍ମୀ ବାହିନୀ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀର ଟଳିପଡିଛି | 

ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ କୁଲଗାମରେ ଟଳିପଡିଲା ଆତଙ୍କୀ

ଶ୍ରୀନଗର: କାଶ୍ମୀର ଘାଟିରୁ ଆତଙ୍କବାଦର ମୂଳୋତ୍ପାଟନ ଭାରତ ପକ୍ଷରୁ ଜାରି ରହିଛି ଉଦ୍ୟମ | ଏହି କ୍ରମରେ ଭାରତୀୟ ସୁରକ୍ଷା ବାହିନୀ ପକ୍ଷରୁ ଜାରି ରହିଛି ସାମରିକ କାର୍ଯ୍ୟାନୁଷ୍ଠାନ | ଜୁନ ୨୧ ତାରିଖ ରବିବାର କାଶ୍ମୀରର କୁଲଗାମ ଜିଲ୍ଲାର ଲାର୍କିପୋରା  ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଟଳିପଡିଛି ଜଣେ ଆତଙ୍କବାଦୀ |         

ଜମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ, ୩୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବାହିନୀ-ସିଆରପିଏଫ(Central Reserve Police Force-CRPF) ପକ୍ଷରୁ ଏହି ଅଞ୍ଚଳରେ ଘେରାବନ୍ଦୀ କରାଯିବା ସହ ଖାନ  ତଲାସୀ କରିଥିଲେ | ଆତଙ୍କବାଦୀ ଶୋପିଆନ୍-କୁଲଗାମ ସୀମାରେ ଥିବା ଲାର୍କିପୋରା ଅଞ୍ଚଳରେ ଥିବା ବଗିଚାରେ ଲୁଚି ରହିଥିଲେ |

ଶନିବାର ଶୋପିଆନରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଅନ୍ୟ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ଦୁଇରୁ ତିନି ମଧ୍ୟରେ ରହିପାରେ ବୋଲି କୁହାଯାଇଛି |  ପ୍ରଥମେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲେ ମଧ୍ୟ ସେମାନେ ଏହାକୁ ଭ୍ରୁକ୍ଷେପ ନକରି ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ | 

ଦକ୍ଷିଣ କାଶ୍ମୀରରେ ଏହା ହେଉଛି ୧୧ ନମ୍ବର ଏନକାଉଣ୍ଟର | ସୁରକ୍ଷାବଳ କାଶ୍ମୀରରେ କରାଯାଇଥିବା ଏନକାଉଣ୍ଟରରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୬ ଆତଙ୍କବାଦୀ ନିପାତ ହୋଇ ସାରିଲେଣୀ |