ପାହାଲଗାମରେ ଆତଙ୍କବାଦୀ ଆକ୍ରମଣ, ଘୋଡାରେ ଆସୁଥିବା ପର୍ଯ୍ୟଟକ ଗୁରୁତର
Advertisement
Article Detail0/zeeodisha/odisha2726851

ପାହାଲଗାମରେ ଆତଙ୍କବାଦୀ ଆକ୍ରମଣ, ଘୋଡାରେ ଆସୁଥିବା ପର୍ଯ୍ୟଟକ ଗୁରୁତର

ଜମ୍ମୁ କାଶ୍ମୀର ପାହାଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ଖବର ସାମ୍ନାକୁ ଆସିଛି । ଗୁଳିମାଡ଼ରେ କିଛି ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି । ଆକ୍ରମଣ ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ।

ପାହାଲଗାମରେ ଆତଙ୍କବାଦୀ ଆକ୍ରମଣ, ଘୋଡାରେ ଆସୁଥିବା ପର୍ଯ୍ୟଟକ ଗୁରୁତର

ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପାହାଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ କିଛି ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯାଇଛି । ମୋଟ ଛଅ ଜଣ ଆହତ ହୋଇଥିବା ସମୟରେ ସେମାନଙ୍କ ମଧ୍ୟରେ ତିନି ଜଣ ସ୍ଥାନୀୟ ଲୋକ ଏବଂ ତିନି ଜଣ ପର୍ଯ୍ୟଟକ ଥିବା କୁହାଯାଉଛି ।

ସୂଚନା ମୁତାବକ, ବୈସାରନରେ ଅଞ୍ଚଳରେ ଏହ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆକ୍ରମଣରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଖବର ମିଳିଛି । କିଛି ଘୋଡା ମଧ୍ୟ ଗୁଳିମାଡର ଶିକାର ହୋଇଥିବା ଖବର ଅଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । କାଶ୍ମୀରରେ କିଛି ଅଞ୍ଚଳ ଅଛି ଯେଉଁଠାରେ ଆତଙ୍କବାଦ କାର୍ଯ୍ୟକଳାପ ଦେଖିବାକୁ ମିଳେନାହିଁ । ପାହାଲଗାମ୍ ମଧ୍ୟ ସେପରି ଏପରି ଏକ ଅଞ୍ଚଳ । କାରଣ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାନ୍ତି। ମାର୍ଚ୍ଚ ମାସରେ ତୁଷାରପାତ ପରେ ଶହ ଶହ ପର୍ଯ୍ୟଟକ ଏଠାକୁ ନିରନ୍ତର ଆଗମନ କରୁଛନ୍ତି। ପର୍ବତ ଶିଖରକୁ ପର୍ଯ୍ୟଟକମାନେ ଟ୍ରେକିଂ ପାଇଁ ଯାଆନ୍ତି। ସେହି ସମୟରେ ହିଁ ଏହି ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଲୁଚି ରହିଥିବା ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ଜଣେ ମହିଳା କାନ୍ଦୁଥିବାର ଦେଖିବାକୁ ମିଳିଛି । ମହିଳା ଜଣକ କାନ୍ଦି କହୁଛନ୍ତି ଯେ, ତାଙ୍କ ପୁଅକୁ ଗୁଳି କରାଯାଇଛି।

ଆତଙ୍କବାଦୀ ଆକ୍ରମଣ ଖବର ପ୍ରଚାରିତ ହେବା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପର୍ଯ୍ୟଟକମାନଙ୍କୁ ଭୟଭୀତ ନ ହେବାକୁ ସୁରକ୍ଷାବାହିନୀ ନିବେଦନ କରିଛନ୍ତି। ଆକ୍ରମଣ ପରେ ଅନେକ ସ୍ଥାନୀୟ ଲୋକ ସେମାନଙ୍କର ଦୋକାନ ବନ୍ଦ କରିଥିବା ଦେଖିବାକୁ ମିଳିଛି ।

ପାହାଲଗାମରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣ ଏକ ଚିନ୍ତାଜନକ ଖବର । କାରଣ ଆଗକୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହାର ବେସ୍ କ୍ୟାମ୍ପ ପାହାଲଗାମରେ ହିଁ ଅଛି। ଅନ୍ୟପଟେ, ଅଧିକାଂଶ ଆତଙ୍କବାଦୀ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରନ୍ତି ନାହିଁ। କାରଣ ଏହା ସ୍ଥାନୀୟ ଲୋକଙ୍କ ବ୍ୟବସାୟକୁ ପ୍ରଭାବିତ କରିଥାଏ । ତେବେ ଉକ୍ତ ପର୍ଯ୍ୟଟକମାନେ ଯେଉଁ ସ୍ଥାନରେ ପହଞ୍ଚିଥିଲେ ତାହା ଏକ ପର୍ବତ ଶିଖର ସ୍ଥାନ ଥିଲା । ପୋଲିସ କର୍ମଚାରୀମାନେ ପ୍ରତ୍ୟେକ ସ୍ଥାନରେ ପହଞ୍ଚିପାରିନଥାନ୍ତି । ଆତଙ୍କବାଦୀମାନେ ଏହି ସୁଯୋଗରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ।

Also Read- Top 10 News: ବାହାରିଲା UPSC ଫଳ, ୨୪ରେ ମିଳିବ ନୂଆ ରାସନ କାର୍ଡ ସହ ଅନ୍ୟ ଖବର

Also Read- Monthly Horoscope May: ମଇ ମାସରେ ୬ଟି ଗ୍ରହର ମହାପରିବର୍ତ୍ତନ, ଜାଣନ୍ତୁ କିପରି ରହିବ ପ୍ରଭାବ

;