ବାରମୁଳାରେ ଆତଙ୍କବାଦୀ ଆକ୍ରମଣ, ସିଆରପିଏଫ ଯବାନ ସହିଦ

ସିଆରପିଏଫ ପେଟ୍ରୋଲିଂ ଟିମ ଉପରକୁ ଆତଙ୍କବାଦୀ ଆକ୍ରମଣ

ବାରମୁଳାରେ ଆତଙ୍କବାଦୀ ଆକ୍ରମଣ, ସିଆରପିଏଫ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରମୁଳା ଜିଲ୍ଲାରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ। ଏହି ଆକ୍ରମଣରେ ଜଣେ ସିଆରପିଏଫ ଯବାନ ଓ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଆତଙ୍କବାଦୀମାନେ ଏକ ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ କରିବା ପରେ ତିନି ଜଣ CRPF ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀ ଆକ୍ରମଣରେ ଜଣେ ୩ ବର୍ଷର ବାଳକକୁ ଉଦ୍ଧାର କରାଯାଇଥିବା ପୋଲିସ କହିଛି।

ଆତଙ୍କବାଦୀମାନେ ଶ୍ରୀନଗରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ବାରମୁଳା ଜିଲ୍ଲାର ସୋପୋର ସହରରେ ସିଆରପିଏଫ ପାଟ୍ରୋଲିଂ ଦଳ ଉପରକୁ ଆଖିବୁଜା ଗୁଳି ଚଳାଇଥିବାର ପୋଲିସ କହିଛି। CRPF ଯବାନ ଏହାର ଜବାବ ଦେଇଥିଲେ ମଧ୍ୟ ଆତଙ୍କବାଦୀମାନେ ଖସିଯିବାରେ ସଫଳ ହୋଇଥିଲେ।

ଏହି ଆକ୍ରମଣରେ CRPFର ଯବାନଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମୃତକ ଜଣକ ତାଙ୍କ ପିଲାମାନଙ୍କ ସହ କାରରେ ଯାଉଥିବା ବେଳେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଜମ୍ମୁ କାଶ୍ମୀରର ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।