ଖାସ୍ ଏଥିପାଇଁ ଦେଶର ପ୍ରାୟ ୧୨,୦୦୦ ଡାକ୍ତରଙ୍କ ସହ କଥା ହେଲେ ସଚିନ ତେନ୍ଦୁଲକର
Advertisement
Article Detail0/zeeodisha/odisha666782

ଖାସ୍ ଏଥିପାଇଁ ଦେଶର ପ୍ରାୟ ୧୨,୦୦୦ ଡାକ୍ତରଙ୍କ ସହ କଥା ହେଲେ ସଚିନ ତେନ୍ଦୁଲକର

ନିଜ କ୍ୟାରିୟରରେ ୨୦୦ ଟେଷ୍ଟ ଏବଂ ୪୬୩ଟି ଏକ ଦିବସୀୟ ଖେଳିଥିବା ତେନ୍ଦୁଲକରଙ୍କୁ ହାଡ଼ ରୋଗ ବିଶେଷଜ୍ଞ ଡକ୍ଟର ସୁଧୀର ୱାରିୟରଙ୍କଠାରୁ ଜାଣିବାକୁ ପାଇଲେ ଯେ ଲକଡାଉନ୍ ସମୟରେ 'ଲାଇଭ୍ ୱେବିନାର' ମାଧ୍ୟମରେ ଦେଶର ଅନେକ ଯୁବ ଡାକ୍ତର କ୍ରୀଡ଼ା ଆଘାତ ବିଷୟରେ ଜ୍ଞାନ ବଢ଼ାଇବାକୁ ଚାହୁଁଛନ୍ତି । 

ଖାସ୍ ଏଥିପାଇଁ ଦେଶର ପ୍ରାୟ ୧୨,୦୦୦ ଡାକ୍ତରଙ୍କ ସହ କଥା ହେଲେ ସଚିନ ତେନ୍ଦୁଲକର

ମୁମ୍ବାଇ: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଦେଶର ୧୨,୦୦୦ ଡାକ୍ତରଙ୍କ ସହ କଥା ହୋଇଛନ୍ତି । ଖେଳ ସମୟରେ ଲାଗିଥିବା ଆଘାତ ବିଷୟରେ ଓ ଅନୁଭବକୁ ଡାକ୍ତରଙ୍କ ସହ ବାଣ୍ଟିଥିଲେ ସଚିନ ।  ତେନ୍ଦୁଲକର ନିଜ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା କ୍ରିକେଟ କ୍ୟାରିୟରରେ ବହୁତ ଆଘାତ ସହିଛନ୍ତି, ଯେଉଁଥିରେ ଟେନିସ୍ ଏଲବୋ ଆଘାତ ପ୍ରମୁଖ, କିନ୍ତୁ ସଚିନ୍ ତାଙ୍କ କ୍ୟାରିୟରର ସମସ୍ତ ଆଘାତକୁ ମାତ୍ ଦେଇ ମୈଦାନରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ।

ନିଜ କ୍ୟାରିୟରରେ ୨୦୦ ଟେଷ୍ଟ ଏବଂ ୪୬୩ଟି ଏକ ଦିବସୀୟ ଖେଳିଥିବା ତେନ୍ଦୁଲକରଙ୍କୁ ହାଡ଼ ରୋଗ ବିଶେଷଜ୍ଞ ଡକ୍ଟର ସୁଧୀର ୱାରିୟରଙ୍କଠାରୁ ଜାଣିବାକୁ ପାଇଲେ ଯେ ଲକଡାଉନ୍ ସମୟରେ 'ଲାଇଭ୍ ୱେବିନାର' ମାଧ୍ୟମରେ ଦେଶର ଅନେକ ଯୁବ ଡାକ୍ତର କ୍ରୀଡ଼ା ଆଘାତ ବିଷୟରେ ଜ୍ଞାନ ବଢ଼ାଇବାକୁ ଚାହୁଁଛନ୍ତି । 

ଏହି ପରିପ୍ରେକ୍ଷୀରେ, କ୍ରୀଡା ଆଘାତ ସହ ଶନିବାର ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ତେନ୍ଦୁଲକର ଅନୁଭବ କରିଥିଲେ ଯେ ତାଙ୍କ ଅଭିଜ୍ଞତା ଏହି ଚିକିତ୍ସକମାନଙ୍କୁ ଉପକୃତ କରିପାରିବ, ତେଣୁ ସେ ନିଜେ ଏହାର ଏକ ଅଂଶ ହୋଇଥିଲେ । ଏହିପରି, ତେନ୍ଦୁଲକର ଏହି ଅଧିବେଶନରେ ଉପସ୍ଥିତ ଥିବା ୧୨,୦୦୦ ଡାକ୍ତରଙ୍କ ସହ କଥା ହୋଇଥିଲେ । ୪୬ ବର୍ଷୀୟ ସଚିନ କହିଛନ୍ତି ଯେ ନିଜ ସେବା ପାଇଁ ସେ ମେଡିକାଲ ସମୁଦାୟ ପାଖରେ କୃତଜ୍ଞ ।

;