Advertisement
Article Detail0/zeeodisha/odisha665661
Zee OdishaOdisha National-Internationalମହାକାଶରୁ ଦେଖାଯାଏ ଏହି ମନ୍ଦିରର ଚମକ, ଜାଣି ଚକିତ ହୋଇଯିବେ ଆପଣ

ମହାକାଶରୁ ଦେଖାଯାଏ ଏହି ମନ୍ଦିରର ଚମକ, ଜାଣି ଚକିତ ହୋଇଯିବେ ଆପଣ

କୁହାଯାଏ ଯେ, ଯେତେବେଳେ କିଛି ବିଦେଶୀ କୋଟି କୋଟି ଟଙ୍କା ଦେଇ ମନ୍ଦିର ଗମ୍ବୁଜ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ, ସେତେବେଳେ ମନ୍ଦିର ପ୍ରଶାସନ ଏବଂ ଗ୍ରାମବାସୀ ଏହି ମନ୍ଦିର କେତେ ମହତ୍ୱପୂର୍ଣ୍ଣ ତାହା ପ୍ରଥମେ ଜାଣିବାକୁ ପାଇଥିଲେ । ସ୍ଥାନୀୟ ଲୋକ ପ୍ରଶାସନକୁ ଅନୁରୋଧ କରିଥିଲେ ଏବଂ ଏହାର ସୁରକ୍ଷା ବୃଦ୍ଧି କରିଥିଲେ ।

ମହାକାଶରୁ ଦେଖାଯାଏ ଏହି ମନ୍ଦିରର ଚମକ, ଜାଣି ଚକିତ ହୋଇଯିବେ ଆପଣ

ନୂଆଦିଲ୍ଲୀ: ଆମ ଦେଶର ଦକ୍ଷିଣ ଭାରତରେ ୨ ହଜାର ବର୍ଷ ପୁରୁଣା ମନ୍ଦିର ଅଛି ଯାହାର ଆଲୋକ ମହାକାଶ ପର୍ଯ୍ୟନ୍ତ ଯାଏ । ଯଦି କୌଣସି ଏଲିୟନ ମହାକାଶ ଦେଇ ଗତି କରିବ, ତେବେ ଏହା ନିଶ୍ଚିତ ଭାବରେ ଗିଜାର ପିରାମିଡ୍, କୈଳାଶ ପର୍ବତ, କୈଳାସ ମନ୍ଦିର ବ୍ୟତୀତ ଦକ୍ଷିଣ ଭାରତର ଏହି ମନ୍ଦିର ଧ୍ୟାନ ଧ୍ୟାନ ଆକର୍ଷଣ କରିବ ।

ବାସ୍ତବରେ ବହୁ ବର୍ଷ ପୂର୍ବରୁ ଯେତେବେଳେ ଏକ ଉପଗ୍ରହ ଏହା ଉପର ଦେଇ ଗତି କରିଥିଲା, ସେତେବେଳେ ଗୋଟିଏ ସ୍ଥାନରେ ଅପ୍ରତ୍ୟାଶିତ ଭାବରେ ଉଜ୍ଜ୍ୱଳତା ଦେଖା ଦେଇଥିଲା । ଏହି ଉଜ୍ଜ୍ୱଳତାର କାରଣ ଜାଣିବା ଖୋଜିବା ପରେ ଜାଣିବାକୁ ପାଇଲା ଯେ ଏହା ଦକ୍ଷିଣ ଭାରତର କେରଳର ଆଲାପ୍ପୁଝା ଜିଲ୍ଲାର ଚେଙ୍ଗାନୁର ନିକଟ ମୁଥାବଞ୍ଜା, ପଣ୍ଡନାଡରେ ସ୍ଥାପିତ ସ୍ଥିତ ଏକ ମନ୍ଦିରର ଗମ୍ୱଜରୁ ଚମକ ବାହାରୁଛି, ଯାହା ମହାକାଶ ଯାଏ ବ୍ୟାପିଛି । ତେବେ ପ୍ରଶ୍ନ ଉଠୁଛି ଏହି ଗମ୍ବୁଜରେ କଣ ଏମିତି ଅଛି, ଯାହା ଏତେ ଉଜ୍ଜ୍ୱଳତା ପ୍ରଦାନ କରୁଛି ?

କୁହାଯାଏ ଯେ, ଯେତେବେଳେ କିଛି ବିଦେଶୀ କୋଟି କୋଟି ଟଙ୍କା ଦେଇ ମନ୍ଦିର ଗମ୍ବୁଜ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ, ସେତେବେଳେ ମନ୍ଦିର ପ୍ରଶାସନ ଏବଂ ଗ୍ରାମବାସୀ ଏହି ମନ୍ଦିର କେତେ ମହତ୍ୱପୂର୍ଣ୍ଣ ତାହା ପ୍ରଥମେ ଜାଣିବାକୁ ପାଇଥିଲେ । ସ୍ଥାନୀୟ ଲୋକ ପ୍ରଶାସନକୁ ଅନୁରୋଧ କରିଥିଲେ ଏବଂ ଏହାର ସୁରକ୍ଷା ବୃଦ୍ଧି କରିଥିଲେ ।

Add Zee News as a Preferred Source

ସ୍ଥାନୀୟ ଲୋକ ଏହି ମନ୍ଦିର ବିଷୟରେ କହିଛନ୍ତି ଯେ, ମନ୍ଦିରର ପବିତ୍ର ସ୍ଥାନ ପଥର ଓ କାଠରେ ନିର୍ମିତ, କିନ୍ତୁ ଏହାର ଛାତ ତମ୍ବାରେ ନିର୍ମିତ ଓ ଏହି ଗମ୍ବୁଜ ବିଶ୍ୱର ବହୁମୂଲ୍ୟ ଧାତୁ ଇରେଡିୟମରେ ନିର୍ମିତ ହୋଇଛି । ଏହାକୁ କେହି ଜାଣି ନ ଥିଲେ । ଏହି ଧାତୁ ଯୋଗୁଁ ଏହି ମନ୍ଦିର ଚାରିପାଖରେ ପ୍ରକାଶ ପୁଞ୍ଜ ସୃଷ୍ଟି ହୁଏ ଯାହା ମହାକାଶରୁ ମଧ୍ୟ ଦୃଶ୍ୟମାନ ହୁଏ । ତଥାପି ଏବେ ବି ଏହା ରହସ୍ୟ ରହିଯାଇଛି ଯେ ଏହି ଖବରଟିରେ ସତ୍ୟତା ଅଛି କି ? ଅଛି ଯଦି ତେବେ ସେହି  ଗମ୍ବୁଜର ଧାତୁ ଏବେବି ସୁରକ୍ଷିତ ରହିଛି କି ?

About the Author