Advertisement
Article Detail0/zeeodisha/odisha2754068
Zee OdishaOdisha National-InternationalSambit Patra ceasefire:ଯୁଦ୍ଧ ବିରତି ଏକ ବୁଝାମଣା, ଭାରତ ଏହାକୁ ଯେକୌଣସି ମୁହୂର୍ତ୍ତରେ ଏଡ଼ାଇପାରେ: ସମ୍ବିତ ପାତ୍ର

Sambit Patra ceasefire:ଯୁଦ୍ଧ ବିରତି ଏକ ବୁଝାମଣା, ଭାରତ ଏହାକୁ ଯେକୌଣସି ମୁହୂର୍ତ୍ତରେ ଏଡ଼ାଇପାରେ: ସମ୍ବିତ ପାତ୍ର

ଅପରେସନ୍‍ ସିନ୍ଦୂର ଅପ୍ରତ୍ୟାଶିତ ଲକ୍ଷ୍ୟ ହାସଲ କରିଛି। ଆନ୍ତର୍ଜାତିକ ସୀମାରେଖା ୧୦୦ କିଲୋମିଟର ଭିତରେ ପଶି ଭାରତ ପାକିସ୍ତାନରେ ଥିବା ଆତଙ୍କୀଙ୍କ ଶିବିରକୁ ନଷ୍ଟ କରିଛି ଭାରତ। ଅନେକ ସନ୍ତର୍ପଣତାର ସହ ଭାରତର ସେନା ଏହି କାର୍ଯ୍ୟ କରିଛନ୍ତି। ଭାରତର ରାଜନୀତିକ ଦଳ, ସାଧାରଣ ଜନତାଙ୍କ ଅଭୂତପୂର୍ବ ଏକତା ଏଠାରେ ଦେଖିବାକୁ ମିଳିଥିଲା ବୋଲି କହିଛନ୍ତ

Sambit Patra ceasefire:ଯୁଦ୍ଧ ବିରତି ଏକ ବୁଝାମଣା, ଭାରତ ଏହାକୁ ଯେକୌଣସି ମୁହୂର୍ତ୍ତରେ ଏଡ଼ାଇପାରେ:  ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଅପରେସନ୍‍ ସିନ୍ଦୂର ଅପ୍ରତ୍ୟାଶିତ ଲକ୍ଷ୍ୟ ହାସଲ କରିଛି। ଆନ୍ତର୍ଜାତିକ ସୀମାରେଖା ୧୦୦ କିଲୋମିଟର ଭିତରେ ପଶି ଭାରତ ପାକିସ୍ତାନରେ ଥିବା ଆତଙ୍କୀଙ୍କ ଶିବିରକୁ ନଷ୍ଟ କରିଛି ଭାରତ। ଅନେକ ସନ୍ତର୍ପଣତାର ସହ ଭାରତର ସେନା ଏହି କାର୍ଯ୍ୟ କରିଛନ୍ତି। ଭାରତର ରାଜନୀତିକ ଦଳ, ସାଧାରଣ ଜନତାଙ୍କ ଅଭୂତପୂର୍ବ ଏକତା ଏଠାରେ ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ବିଜେପି ମୁଖପାତ୍ର ତଥା ପୁରୀର ସାଂସଦ ସମ୍ବିତ ପାତ୍ର। ଏହା ଅପରେସନ୍‍ର ଶତ ପ୍ରତିଶତ ସଫଳତାକୁ ଦର୍ଶାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ସାରା ପୃଥିବୀ ଏହି ମିଶନ ମାଧ୍ୟମରେ ଦେଖିଲା ଯେ, ପାକିସ୍ତାନର ପ୍ରତିଟି କୋଣକୁ ନିଜ ଗୁଇନ୍ଦା ସ୍ଥିତିରେ ରଖିଛି। ୨୩ ମିନିଟର ଅପରେସନ୍‍ରେ ୯ ଆତଙ୍କବାଦୀ ଶିବିର ନଷ୍ଟ କରିଥିଲା। ବିଶ୍ୱରେ ଏମିତି କେବେ କୌଣସି ଦେଶ କରିନାହିଁ। 

ଅପରେସନ୍‍ ସିନ୍ଦୂର ମାଧ୍ୟମରେ ଭାରତ ଯେଉଁପରି ଭାବେ ପାକିସ୍ତାନର ଆତଙ୍କୀ ଅଡ୍ଡାକୁ ଭାରତ ନଷ୍ଟ କରିଛି ତାହା ସାରା ପୃଥିବୀରେ ପ୍ରଶଂସା ସାଉଁଟିଛି। ଭାରତୀୟ ସେନା ଅଦମ୍ୟ ସାହସ ପ୍ରଦର୍ଶନ କରିଛି ବୋଲି ସେ କହିଛନ୍ତି। ଏହାଦ୍ୱାରେ ପାକିସ୍ତାନ ଅନେକ କ୍ଷତି ସହିଛି। ଏଥିରେ ୫ଟି ପ୍ରମୁଖ ବିନ୍ଦୁ ହେଉଛି: ପାକିସ୍ତାନର ୯ ଆତଙ୍କୀ ଆସ୍ଥାନ ନଷ୍ଟ ହୋଇଛି। ୧୧ ବିମାନ ବନ୍ଦର ନଷ୍ଟ ହେବା ସହ, ୧୦୦ ଆତଙ୍କବାଦୀ  ନିପାତ ହୋଇଛନ୍ତି। ୫୦ରୁ ଅଧିକ ପାକିସ୍ତାନୀ ଯବାନ ପ୍ରାଣ ହରାଇଛନ୍ତି ବୋଲି କହିଛନ୍ତି ସମ୍ବିତ। ଏହି କ୍ଷତି ପାକିସ୍ତାନକୁ ଯୁଦ୍ଧ ବିରତି କରିବାକୁ ବାଧ୍ୟ ହୋଇଥିଲା। କିନ୍ତୁ ଏହା ଯୁଦ୍ଧ ବିରତି ନୁହେଁ ଏହା ଏକ ବୁଝାମଣା, ଭାରତ ଯେ କୌଣସି ମୁହୂର୍ତ୍ତରେ ଏହାକୁ ଏଡ଼ାଇପାରେ ବୋଲି କହିଛନ୍ତି ସମ୍ବିତ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି, ଅପରେସନ୍‍ ସିନ୍ଦୂର ବିଷୟରେ ସାରା  ଭାରତ ଜାଣିଛି। ଗତକାଲି ମଧ୍ୟ ତିନି ଡିଜିଏମ୍‍ଓ ମଧ୍ୟ ସାରା ଦେଶବାସୀଙ୍କୁ ଜଣାଇଛନ୍ତି। ସାଧାରଣ ଭାଷାରେ ମୁଁ ଏ ବାବଦରେ ସୂଚନା ଦେବାକୁ ଯାଉଛି। କେମିତି ଭାରତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ୨୨ ତାରିଖ ଦିନ ପହଲଗାମର ୨୬ ଲୋକଙ୍କ ନୃସଂସ ଭାବେ ହତ୍ୟା କରାଯାଇଥିଲା। ପାକିସ୍ତାନଦ୍ୱାରା ପ୍ରଶିକ୍ଷିତ ପାକିସ୍ତାନୀ ନାଗରିକ ୨୫ ଜଣ ଭାରତୀୟଙ୍କୁ ହତ୍ୟା କରିଥିଲେ। ପ୍ରଧାନମନ୍ତ୍ରୀ ସେତେବେଳେ ବିଦେଶରେ ଥିଲେ। ଏବଂ ଆସିବା କ୍ଷଣି ବିହାର ଭୂମିରୁ କହିଥିଲେ, ଯେ ଆତଙ୍କବାଦ ବିରୁଦ୍ଧରେ ଆକ୍ରମଣ ହେବ ବୋଲି କହିଥିଲେ। 

Add Zee News as a Preferred Source

ଏହି ପ୍ରତିଶୋଧ ଆତଙ୍କବାଦୀଙ୍କ କଳ୍ପନାର ବହାରେ ରହିବ ବୋଲି ପ୍ରଧନାମନ୍ତ୍ରୀ କହିଥିଲେ। ଆମେ ଆତଙ୍କୀ ଠିକଣାକୁ ମାଟିରେ ମିଶାଇବୁ ବୋଲି କହିଥିଲେ। ଆଉ ସେହି ନିର୍ଣ୍ଣୟକୁ ସାକାର କରିଛନ୍ତି ସେନା। ୧୪ ଦିନ ଧରି ପୂରା ଭାରତ ବର୍ଷରେ ଏକ ଚାପ ଓ ଉତ୍ତେଜନାର ବାତାବରଣ ଥିଲା। ଅନେକ ବୁଝି ବିଚାରି ରଣନୀତି ପରିଚାଳନା କରାଯାଇଥିଲା। 

ସର୍ଜିକାଲ୍‍ ଷ୍ଟ୍ରାଇକ୍‍, ଏୟାର ଷ୍ଟ୍ରାଇକ୍‍ ହୋଇଥିଲା। ପୂର୍ବରୁ ପାକିସ୍ତାନ ଏ ବାବଦରେ ସଜାଗ ଥିଲା। କିନ୍ତୁ ପାକିସ୍ତାନ ଜାଣିପାରିଲାନ ନାହିଁ କେବେ ଆକ୍ରମଣ ହେବ। ଏହି ଯୁଦ୍ଧରେ ଅନେକ ଅଣ ସାମରିକ ବିଷୟ ରହିଛି। ଏଥିରେ ସିନ୍ଧୁ ଚୁକ୍ତି ବାତିଲ , ଭିସାରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ବାଣିଜ୍ୟ କାରବରକୁ ସମ୍ପୂର୍ଣ୍ଣ ବନ୍ଦ କରି ପାକିସ୍ତାନର ଅର୍ଥନୀତି ଉପରେ ଆକ୍ରମଣ କରିଥିଲା। ପ୍ରଧାନମନ୍ତ୍ରୀ ୩୦ ରାଷ୍ଟ୍ର ସହ ଆଲୋଚନା କରିଥିଲେ। ଏହି ସମସ୍ତ ଦେଶ ଭାରତର ସମର୍ଥନ କରିଥିଲେ। ଇସ୍‍ଲାମିକ ବିଶ୍ୱର ସବୁଠାରୁବ ଡ଼ ଦେଶ ଭାବେ ପରିଚିତ ସାଉଦି ଆରବ, ୟୁଏଇ ମଧ୍‍ୟ ଏହାକୁ ସମର୍ଥନ କରିଥିଲେ। ଆତଙ୍କବାଦୀଙ୍କ ବିରୁଦ୍ଧରେ ଏହି ଲଢ଼େଇ ହୋଇଥିଲା। 

୫୦ ବର୍ଷରୁ ଅଧିକ ସମୟ ହେଲା ଯାହା କେବେ ବ୍ୟବହାର କରାଯାଇ ନଥିଲା ତାହା ବ୍ୟବହାର କରି ଭାରତ ଉଲ୍ଲେଖନୀୟ ଭୂମିକା ନେଇଛି। କୌଣସି ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଭିତରେ ପ୍ରବେଶ କରି ଏହାର ବିମାନବନ୍ଦର ନଷ୍ଟ କରିବା ଭାରତର ଅପରେସନ୍‍ ସିନ୍ଦୂର ସଫଳତା ବୋଲି କହିଛନ୍ତି।

About the Author