ଆଜି ମଧ୍ୟ ରହିଛି ତ୍ରେତୟା ଯୁଗର ପ୍ରମାଣ; ଅଶୋକ ବାଟିକା ହେଉଛି ଏହାର ଉଦାହରଣ
Advertisement

ଆଜି ମଧ୍ୟ ରହିଛି ତ୍ରେତୟା ଯୁଗର ପ୍ରମାଣ; ଅଶୋକ ବାଟିକା ହେଉଛି ଏହାର ଉଦାହରଣ

ଏହ ଅଞ୍ଚଳରେ ପ୍ରାୟ ସାଢେ ୫ ହଜାର ବର୍ଷ ପୁରୁଣା ପାଦ ଚିହ୍ନ ମଧ୍ୟ ରହିଛି।

ଆଜି ମଧ୍ୟ ରହିଛି ତ୍ରେତୟା ଯୁଗର ପ୍ରମାଣ; ଅଶୋକ ବାଟିକା ହେଉଛି ଏହାର ଉଦାହରଣ

Ashok Vatika:ଭାରତୀୟ ପୌରାଣିକ ଗ୍ରନ୍ଥ ରାମାୟଣ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ରହିଛି ପଡୋଶୀ ଦେଶ ଶ୍ରୀଲଙ୍କା। ଏଠାରେ ଅବସ୍ଥିତ ଅଶୋକ ବାଟିକା ଠାରେ ମାତା ସୀତାଙ୍କୁ ବନ୍ଦୀ କରି ରଖିଥିବା ରାକ୍ଷାସ ରାଜା ରାବଣକୁ ବଧ କରିଥିଲେ ଭଗବାନ ରାମ। 

ରାମାୟଣ, ଭଗବାନ ରାମ, ମାତା ସୀତା ରାକ୍ଷାସ ରାଜା ରାବଣଙ୍କ ଅସ୍ଥିତ୍ୱକୁ ନେଇ ଦେଶରେ ବିଭିନ୍ନ ସମୟରେ ବିତର୍କ ସୃଷ୍ଟି ହେଉଥିବା ବେଳେ ତ୍ରେତୟା ଯୁଗ ଅର୍ଥାତ ରାମାୟଣ କାଳର ପ୍ରମାଣ ବର୍ତ୍ତମାନର କଳିଯୁଗରେ ମିଳିଛି। ଯାହାର ଉଦାହରଣ ହେଉଛି ଶ୍ରୀଲଙ୍କା ଠାରେ ଅବସ୍ଥିତ ଅଶୋକ ବାଟିକା।      

ଅଶୋକ ବାଟିକା ପାହାଡ଼ରେ ହନୁମାନଙ୍କ ସ୍ୱରୂପ ଦେଖାଯାଇ ଥାଏ ଯେଉଁଠି ସେ ପ୍ରଥମେ ମାତା ସୀତାଙ୍କୁ ଭେଟିଥିଲେ। ତ୍ରେତୟା ଯୁଗରେ ଘଟିଥିବା ଏହି ଘଟଣାର ପ୍ରମାଣ ବର୍ତ୍ତମାନର କଳିଯୁଗରେ ମଧ୍ୟ ରହିଛି। ଏଠାରେ ହନୁମାନଙ୍କ ପାଦଚିହ୍ନ ରହିଛି। ଭାରତର ରାଜଧାନୀ ଦିଲ୍ଲୀ ଠାରୁ ପ୍ରାୟ ସାଢେ ୩ ହଜାର କିମି ଦୂରରେ ଏବଂ ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ଠାରୁ ୧୭୦ କିମି ଦୂରରେ ସୀତା ଏଲିୟା ନାମକ ଏକ ସ୍ଥାନ ଅବସ୍ଥିତ। ଯାହା ଅଶୋକ ବାଟିକା ନାମରେ ପରିଚିତ। 
 
ବର୍ତ୍ତମାନର କଳି ଯୁଗରେ ଏହି ସ୍ଥାନରେ ଏପରି କିଛି ପ୍ରମାଣ ରହିଛି ଯାହା ରାମାୟଣ କାଳ ଅର୍ଥାତ ତ୍ରେତୟା ଯୁଗରେ ଘଟିଥିବା ଘଟଣା ବାବଦରେ ଦର୍ଶାଇଥାଏ। ଏଠାରେ ମାତା ସୀତାଙ୍କ ଏକ ଭବ୍ୟ ମନ୍ଦିର ରହିଛି। ସୀତା ଏଲିୟା ଠାରେ ରହିଥିବା ପର୍ବତ ଏଠାକୁ ଆସୁଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। କାରଣ ପ୍ରଥମେ ହନୁମାନ ସୀତା ମାତାଙ୍କୁ ସୀତାଙ୍କୁ ଠାହ କରିବା ପାଇଁ ପ୍ରଥମେ ଏଠାକୁ ଆସିଥିଲେ। ପରେ ଏହି ସ୍ଥାନର ନାମ ସୀତା ଏଲିୟା ରଖାଯାଇଥିଲା। କାରଣ ଏଠାକାର କୋଣ ଅନୁକୋଣରେ ମାତା ସୀତାଙ୍କ ଉପସ୍ଥିତି ରହିଛି।    

ଏହ ଅଞ୍ଚଳରେ ପ୍ରାୟ ସାଢେ ୫ ହଜାର ବର୍ଷ ପୁରୁଣା ପାଦ ଚିହ୍ନ ମଧ୍ୟ ରହିଛି। ଏହି ପାଦ ଚିହ୍ନ ହନୁମାନଙ୍କର ବୋଲି କୁହାଯାଏ। ଏହା ମଧ୍ୟରେ ହନୁମାନଙ୍କ ଏକ ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି। ଏହି ଅଞ୍ଚଳକୁ ଏକ ପବିତ୍ର ସ୍ଥାନ ବୋଲି କୁହାଯାଏ। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକେ ଏହି ପାଦ ଚିହ୍ନକୁ ପୂଜା କରିଥାନ୍ତି। ଏଠାରେ ହନୁମାନ ପ୍ରଭୁ ରାମଙ୍କ ଦ୍ୱାରା ପଠାଯାଇଥିବା ମୁଦିକୁ ମାତା ସୀତାଙ୍କୁ ପ୍ରଦାନ କରିଥିଲେ। ଯାହା ଦ୍ୱାରା ମାତା ସୀତା ବିଶ୍ୱାସ କରିପାରିବେ ଯେ ହନୁମାନ ଭୂତ ନୁହଁନ୍ତି ବରଂ ଭଗବାନ ରାମଙ୍କ ଦ୍ୱାରା ପଠାଯାଇଥିବା ଦୂତ।

ଦେଶର ଅନ୍ୟତମ ଧାର୍ମିକ ନଗରୀ ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ରାମ ମନ୍ଦିର ନିର୍ମାଣ ଲାଗି ଅଶୋକ ବାଟିକା ଠାରୁ ଏକ ସ୍ୱତନ୍ତ୍ର କଳା ପଥର ମଧ୍ୟ ପଠାଯାଇଛି। ଯାହାଫଳରେ ଅଶୋକ ବାଟିକା ମଧ୍ୟ ସେହି ମନ୍ଦିରରେ ଉପସ୍ଥିତ ହୋଇପାରିବ। ଏହି ଅଞ୍ଚଳ ମାତା ସୀତାଙ୍କ ଭକ୍ତି ଧର୍ମର ପ୍ରତୀକ ଏବଂ ହନୁମାନଙ୍କ ସେବାର ପ୍ରତୀକ ଯାହାକି ସମଗ୍ର ବିଶ୍ୱର ରାମ ଭକ୍ତଙ୍କ ଆସ୍ଥାର କେନ୍ଦ୍ରସ୍ଥଳ। 

Also Read: ରହସ୍ୟମୟ ନିଧିବନ; ଯେଉଁଠି ଭଗବାନ ଶ୍ରୀକୃଷ୍ଣ କରିଥାନ୍ତି ଗୋପୀଙ୍କ ସହ ରସଲୀଳା