ଲକଡାଉନରେ ବୁଡ଼ିଗଲା ଫିଲ୍ମ ଇଣ୍ଡଷ୍ଟ୍ରୀର ୧୦ ହଜାର କୋଟି
Advertisement

ଲକଡାଉନରେ ବୁଡ଼ିଗଲା ଫିଲ୍ମ ଇଣ୍ଡଷ୍ଟ୍ରୀର ୧୦ ହଜାର କୋଟି

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଭିଡିଓ କନଫେରେନ୍ସିଂ ଜରିଆରେ ଆଲୋଚନା ପରେ ବହୁତ ଖୁସୀ ଅଛନ୍ତି ନିର୍ମାତା ଓ ନିର୍ଦ୍ଦେଶକ । ସେମାନଙ୍କ କହିବା ହେଲା ମହାରାଷ୍ଟ୍ର ସରକାର ଦ୍ୱାରା ନିୟମ ପାଳନ ସହ ଆଉକିଛି ଦିଗ ଉପରେ ବିଚାର ବିମର୍ଶ କରୁଛନ୍ତି । ଯାହା ବିଷୟରେ ସେମାନେ ଖୁବଶୀଘ୍ର ସରକାରଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି ଆଇଏଫଟିପିସି ଅଧ୍ୟକ୍ଷ ଜେଡି ମଜିଥିଆ ।

ଲକଡାଉନରେ ବୁଡ଼ିଗଲା ଫିଲ୍ମ ଇଣ୍ଡଷ୍ଟ୍ରୀର ୧୦ ହଜାର କୋଟି

ଜିନୁ ଜେନା(ଭୁବନେଶ୍ୱର): ଲକଡାଉନ ପାଇଁ ଫିଲ୍ମ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରୀର କାମ ପୂରା ଠପ୍ ହୋଇଯାଇଛି । ଇଣ୍ଡିଆନ୍ ମୋସନ ପିକ୍ଚର ପ୍ରଡ୍ୟୁସର୍ସ ଆସୋସିଏସନର ପ୍ରେସିଡେଣ୍ଟ (IMPAA) ଟିପି ଅଗ୍ରୱାଲଙ୍କ କହିବା ଅନୁଯାୟୀ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀର ୮ରୁ ୧୦ହଜାର କୋଟି ଟଙ୍କା କ୍ଷତି ହୋଇଛି । ଏମିତିରେ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉଦ୍ୟମରେ ସିନେମା ଇଣ୍ଡଷ୍ଟ୍ରୀରେ ଖୁସୀ ଫେରିଛି । ଲକଡାଉନ ପରେ ଫିଲ୍ମ ଇଣ୍ଡଷ୍ଟ୍ରୀର ୧୦ କୋଟି କ୍ଷତି ହୋଇଛି । ୪୦ ବଲିଉଡ୍ ଫିଲ୍ମ, ୨୫ରୁ ୩୦ ମରାଠି ଫିଲ୍ମ, ୨୫ରୁ ୩୦ ଭୋଜପୁରୀ ଫିଲ୍ମର ସୁଟିଂ ବନ୍ଦ ରହିଛି । ସେହିଭଳି ଟେଲିଭିଜନ ସିରିୟଲଗୁଡିକର ହଜାର ହଜାର ଏପିସୋଡ୍ ସୁଟିଂ ସମ୍ଭବ ହୋଇପାରୁନି । କେବଳ ସେତିକି ନୁହଁ ପୋଷ୍ଟ ପ୍ରଡକ୍ସନ କାମ ବି ଠପ୍ ହୋଇଯାଇଛି ।

ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀର ଗାଡ଼ି ପଟରିକୁ ଫେରିବ । ଏମିତିରେ ନିରାପତ୍ତା ନିୟମାବଳୀ ପାଳନ ସହକାରେ ସୁଟିଂ ଆରମ୍ଭ ହେବ । ସୁଟିଂ ଲୋକେସନରେ ଢେର କିଛି ବଦଳିଯିବ । ଲୋକେ ବାସ କରୁଥିବା ସ୍ଥାନରେ ହେବ ସୁଟିଂ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଅଭିନେତା ଅଭିନେତ୍ରୀଙ୍କ ଶରୀରର ରେଗୁଲାର ତାପମାତ୍ରା ଚେକ୍ ପରେ ସେଟରେ ଏଣ୍ଟ୍ରି ମିଳିବ । ସାମାଜିକ ଦୂରତା ମାନି ସେଟରେ କାମ କରିବାକୁ ପଡ଼ିବ । ସୁଟିଂ ଲୋକେସନକୁ ସାନିଟାଇଜ୍ କରିବା ଜରୁରୀ ହୋଇପଡ଼ିବ । ଡାକ୍ତରଙ୍କ ନିରୀକ୍ଷଣରେ ସୁଟିଂ ଚାଲିବ ।