• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ବିକାଶର ଏନକାଉଣ୍ଟର ନେଇ ଏପରି କହିଲେ ପତ୍ନୀ ରିଚା...

ବିକାଶର ଏନକାଉଣ୍ଟର ନେଇ ଏପରି କହିଲେ ପତ୍ନୀ ରିଚା...

ମୃତ୍ୟୁ ଖବର ପାଇଁ ଭୋ ଭୋ କାନ୍ଦିଲେ ରିଚା...

Edited ByZee Odisha Desk
Published: Jul 10, 2020, 03:13 PM IST|Updated: Jul 10, 2020, 03:13 PM IST
joinshare
ବିକାଶର ଏନକାଉଣ୍ଟର ନେଇ ଏପରି କହିଲେ ପତ୍ନୀ ରିଚା...

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ୭ଟି ମୋଟରସାଇକେଲ୍‌କୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୩ ଆହତ

    ୭ଟି ମୋଟରସାଇକେଲ୍‌କୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୩ ଆହତ

    2

    Top 10 News: ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା, ଦିଲ୍ଲୀରେ ବର୍ଷା ଓ ଅନ୍ୟ ଖବର

    3

    ଦିଲ୍ଲୀରେ ଆଜି କଂଗ୍ରେସ ଓ ସିଜେପିର ବିକ୍ଷୋଭ, କଡ଼ା ସୁରକ୍ଷା ମଧ୍ୟରେ ସହର

    4

    Cordelia Cruises: ୧୫୦୦ ଡ୍ରୋନ୍ ର ଆଲୋକରେ ଝଲସିଲା ପୂରା ମାୟାନଗରୀ,କର୍ଡେଲିଆ ସ୍କାଏରେ ମିଳିବ ଯ

    5

    Top 10 News Today: ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ବୋମାମାଡ଼,ତୃତୀୟ ଟ୍ବି-୨୦

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସବୁଠାରୁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ତଥା କାନପୁର ଏନକାଉଣ୍ଟର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ବିକାଶ ଦୁବେକୁ ଶୁକ୍ରବାର ସକାଳେ ଏନକାଉଣ୍ଟରରେ ହତ୍ୟା କରାଯାଇଛି। ବିକାଶର ଏନକାଉଣ୍ଟର ପରେ ତାଙ୍କ ମା' ସାରଳା ଦୁବେ କାନପୁର ଯିବାକୁ ସିଧାସଳଖ ମନା କରି ଦେଇଛନ୍ତି। ବିକାଶ ଦୁବେଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ରିଚା ଦୁବେ ଏହି ଖବର ଶୁଣିବା ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବା ଦେଖିବାକୁ ମିଳିଛି । କୁହାଯାଉଛି ଯେ ଏନକାଉଣ୍ଟରରେ ବିକାଶଙ୍କୁ ହତ୍ୟା କରାଯାଇଥିବା ରିଚାଙ୍କୁ ପୋଲିସ କହିନଥିଲେ।

    ଏନକାଉଣ୍ଟର ପରେ ପୋଲିସର ହାବଭାବ ତଥା ଚାଲିଚଳନି ଉପରେ ରିଚାଙ୍କର ସନ୍ଦେହ ହୋଇଥିଲା। ଏହା ରିଚା ସ୍ୱାମୀ ବିକାଶଙ୍କୁ ଏନକାଉଣ୍ଟର କରି ହତ୍ୟା କରାଯାଇଥିବା ରିଚା ସନ୍ଦେହ କରିଥିଲେ ଓ ପରେ ନିଶ୍ଚିତ ହୋଇଥିଲେ । ଜାଣିବା ପରେ ରିଚା କାନ୍ଦିବାକୁ ଲାଗିଥିଲେ। ତେବେ ପରେ ବିକାଶକୁ ଦେଖିବାକୁ ଚାହିଁଥିଲେ ପତ୍ନୀ ରିଚା ଏନେଇ ସେ ପୋଲିସକୁ ମଧ୍ୟ କହିଥିବା ଜଣାପଡ଼ିଛି। 

    ଏଠାରେ କହି ରଖୁଛୁ ଯେ, ରିଚା ଦୁବେ ଏବଂ ତାଙ୍କ ପୁଅ ଲକ୍ଷ୍ନୌର କୃଷ୍ଣନଗରରୁ ଗୁରୁବାର ସନ୍ଧ୍ୟାରେ STF ଦ୍ୱାରା ଧରାପଡିଥିଲେ। ସୂଚନା ଅନୁଯାୟୀ, ବିକାଶ ଦୁବେଙ୍କ ପତ୍ନୀ ଏବଂ ପୁଅଙ୍କୁ ପଚରାଉଚରା ପରେ ପୋଲିସ ଛାଡ଼ି ଦେଇଛି। କାନପୁର ଏସଏସପି ଦୀନେଶ କୁମାରଙ୍କ ଅନୁଯାୟୀ ରିଚାଙ୍କୁ ଏହି ମାମଲାରେ କୌଣସି ଭୂମିକା ମିଳିନାହିଁ। ସେ କହିଛନ୍ତି ଯେ ଘଟଣା ସମୟରେ ରିଚା ଘଟଣାସ୍ଥଳରେ ନଥିଲେ।

    ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଉଜ୍ଜୈନରେ ଗିରଫ ହେବା ପରେ ବିକାଶ ଦୁବେଙ୍କୁ ଉତ୍ତରପ୍ରଦେଶର ଏସଟିଏଫ ଗାଡି କାନପୁର ଅଭିମୁଖେ ଆସୁଥିଲା। ଏହି ସମୟରେ କାନପୁର ନିକଟରେ ଗାଡ଼ିଟି ଓଲଟି ପଡ଼ିଥିଲା। ଏହି ଗାଡିରେ ବିକାଶ ଦୁବେ ମଧ୍ୟ ଯାଉଥିଲେ। କୁହାଯାଉଛି ଯେ ଗାଡିଟିକୁ ଓଲଟିବା ପରେ ବିକାଶ ପୋଲିସ କର୍ମଚାରୀଙ୍କ ନିକଟରୁ ବନ୍ଧୁକ ଛଡ଼ାଇ ଖସିଯିବାକୁ ଚେଷ୍ଟା କରିଥିଲା। ଏହା ପରେ ଏନକାଉଣ୍ଟରରେ ବିକାଶ ଦୁବେଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି।

    କାନପୁରର ଏସଏସପି ଦୀନେଶ କୁମାର କହିଛନ୍ତି ଯେ କାରଟି ଓଲଟି ପଡ଼ିବା ପରେ ପୋଲିସର ବନ୍ଧୁକ ଛଡ଼ାଇ ବିକାଶ ଦୁବେ ପଳାଇ ଯାଇଥିଲେ। ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ ସୁଯୋଗ ଦିଆଯାଇଥିଲା, କିନ୍ତୁ ବିକାଶ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ତେବେ ନିଜକୁ ରକ୍ଷା କରିବାକୁ ଯାଇ ଗୁଳିରେ ତାଙ୍କୁ ଏନକାଉଣ୍ଟର କରି ହତ୍ୟା କରିଥିଲା।

    ଅପରାଧ ଦୁନିଆ ସହିତ ବିକାଶ ଦୁବେର ଗଭୀର ସମ୍ପର୍କ ଅଛି | ରାଜନୀତିର ପୃଷ୍ଠପୋଷକତା ହେତୁ ତାଙ୍କ ଅପରାଧ ବୃଦ୍ଧି ପାଇଥିବା ଆଲୋଚନା ହୁଏ। ତାଙ୍କର ସୁରକ୍ଷା ପାଇଁ ସେ ରାଜନୀତିକୁ ଏକ କବଚ ଭାବରେ ରଖିଥିଲେ। ତାଙ୍କ ବିରୋଧରେ ୬୦ଟି ଗୁରୁତର ଅପରାଧିକ ମାମଲା ଥିଲା। ୨୦୦୧ ମସିହାରେ ରାଜ୍ୟ ମନ୍ତ୍ରୀ ସନ୍ତୋଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ହିଷ୍ଟ୍ରିସୁଟର ବିକାଶ ଦୁବେ ମୁଖ୍ୟ ଅଭିଯୁକ୍ତ ଥିଲେ। ଗତ ସପ୍ତାହରେ ତାକୁ ଗିରଫ କରିବାକୁ ଯାଇଥିବା ପୋଲିସ ଟିମ ଉପରକୁ ଗୁଳି କରି ୮ ଜଣ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବାନେଇ ଅଭିଯୋଗ ହୋଇଥିଲା।  

    Add Zee News as a Preferred Source
    TAGS:
    vikash dubey
    RICHA DUBEY
    Reaction
    encounter
    Criminal
    Uttarpradesh
    Kanpur