)
ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଜିଡିପି ନେଗେଟିଭ ରହିପାରେ । ଶେଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ମଧ୍ୟ ଏକଥାକୁ ସ୍ୱୀକାର କରିଛି । କୋରୋନା ମୁକାବିଲା କରିବାକୁ ଯାଇ ଦେଶକୁ ଲକଡାଉନ୍ କରାଯାଇଛି । ଆଉ ଏହାର ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିବ । ଜିଡିପି ହ୍ରାସ ନେଇ ପୂର୍ବରୁ ଅନେକ ସଂସ୍ଥା ଆକଳନ କରିଥିଲେ । ଆଉ ଏବେ ଆରବିଆଇ ମଧ୍ୟ ଜିଡିପି ହ୍ରାସ ହେବା ଆକଳନରେ ହଁ ମାରିଛି ।
ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏପରି କିଛି କହିଛନ୍ତି । ଲକଡାଉନ୍ କାରଣରୁ ୨୦୨୦-୨୧ ବର୍ଷରେ ଦେଶର ଜିଡିପି ହ୍ରାସ ହେବ ବୋଲି ସେ କହିଛନ୍ତି । ଏପରିକି ଏହା ମାଇନସ୍ ମଧ୍ୟ ରହିପାରେ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ।
The GDP growth in 2020-21 is expected to remain in the negative category with some pick up in second half: RBI Governor Shaktikanta Das pic.twitter.com/wq3VUcBK7C
— ANI (@ANI) May 22, 2020
କୋରୋନା ସଙ୍କଟକୁ ଆଖିଆଗରେ ରଖି ମୋଦି ସରକାର ୨୦ଲକ୍ଷ କୋଟିର ଅର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଦେଶ ସାମ୍ନାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସବିଶେଷ ସୂଚନା ଦେଇସାରିଛନ୍ତି । ଆଉ ଏବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ ହ୍ରାସ ନେଇ ମଧ୍ୟ ଘୋଷଣା କରିଛନ୍ତି । ଫଳରେ ଏବେ ରେପୋ ରେଟ ୪.୪ ପ୍ରତିଶତରୁ ୪ ପ୍ରତିଶତକୁ ହ୍ରାସ ପାଇଛି ।
Three-month moratorium we allowed on term loans&working capitals we allowed certain relaxations. In view of the extension of the lockdown&continuing disruption on account of #COVID19, these measures are being further extended by another 3 months from June 1 to Aug 31: RBI Guv pic.twitter.com/YKulKb9bD0
— ANI (@ANI) May 22, 2020
ସେହିପରି ମାସିକ ଋଣ କିସ୍ତି କୋହଳ ନୀତିକୁ ମଧ୍ୟ ଆହୁରି ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅର୍ଥାତ ଯେଉଁମାନେ ଚାହିଁବେ, ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଋଣ ଉପରେ କୌଣସି ଇଏମଆଇ ପୈଠ କରିବେ ନାହିଁ । ଗ୍ରାହକଙ୍କୁ ଚାପମୁକ୍ତ କରିବା ପାଇଁ ଏପ୍ରକାର ନିଷ୍ପତ୍ତି ନେଇଛି ଆରବିଆଇ ।