ଦେଶରେ ଜାରି ରହିବ ଗ୍ରୀଷ୍ମ ଲହରୀ, ଉତ୍ତରପ୍ରଦେଶରେ ବର୍ଷିବ ଅଗ୍ନୀ ବର୍ଷା
Advertisement
Article Detail0/zeeodisha/odisha685452

ଦେଶରେ ଜାରି ରହିବ ଗ୍ରୀଷ୍ମ ଲହରୀ, ଉତ୍ତରପ୍ରଦେଶରେ ବର୍ଷିବ ଅଗ୍ନୀ ବର୍ଷା

ଦେଶରେ କୋରୋନା ଭୁତାଣୁ କାରଣରୁ ମେ ୩୧ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରାଯାଇଛି। ଗୃହ ମନ୍ତ୍ରଣାଳୟର କଡା ନିର୍ଦ୍ଦେଶନାମା ରହିଛି। କୌଣସି ବ୍ୟକ୍ତି ବିନା କାରଣରେ ଘରୁ ବାହାରକୁ ଯିବା ଉଚିତ୍ ନୁହେଁ। କୋରୋନାର ଚିକିତ୍ସା ନ ମିଳିବା ପର୍ଯ୍ୟନ୍ତ, ଲକ୍ ଡାଉନ୍ ହେଉଛି ଏକମାତ୍ର ପ୍ରତିକାରର ମାଧ୍ୟମ | ଅନ୍ୟପକ୍ଷରେ, ଆଗାମୀ ତିନି ଦିନ ମଧ୍ୟରେ ଉତ୍ତର ଭାରତର

ଦେଶରେ ଜାରି ରହିବ ଗ୍ରୀଷ୍ମ ଲହରୀ, ଉତ୍ତରପ୍ରଦେଶରେ ବର୍ଷିବ ଅଗ୍ନୀ ବର୍ଷା

ନୂଆଦିଲ୍ଲୀ: ଦେଶରେ କୋରୋନା ଭୁତାଣୁ କାରଣରୁ ମେ ୩୧ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରାଯାଇଛି। ଗୃହ ମନ୍ତ୍ରଣାଳୟର କଡା ନିର୍ଦ୍ଦେଶନାମା ରହିଛି। କୌଣସି ବ୍ୟକ୍ତି ବିନା କାରଣରେ ଘରୁ ବାହାରକୁ ଯିବା ଉଚିତ୍ ନୁହେଁ। କୋରୋନାର ଚିକିତ୍ସା ନ ମିଳିବା ପର୍ଯ୍ୟନ୍ତ, ଲକ୍ ଡାଉନ୍ ହେଉଛି ଏକମାତ୍ର ପ୍ରତିକାରର ମାଧ୍ୟମ | ଅନ୍ୟପକ୍ଷରେ, ଆଗାମୀ ତିନି ଦିନ ମଧ୍ୟରେ ଉତ୍ତର ଭାରତର ଅନେକ ରାଜ୍ୟରେ ପ୍ରବଳ ଉତ୍ତାପ ଲୋକଙ୍କୁ ବିବ୍ରତ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଉତ୍ତରପ୍ରଦେଶରେ ପ୍ରବଳ ଗରମ ଆରମ୍ଭ ହୋଇଛି। ଶୁକ୍ରବାର ରାଜ୍ୟ ପାଇଁ ସବୁଠାରୁ ଉତପ୍ତର ଦିନ ଥିଲା | ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଉପରେ ପାରଦ ରହିଥିଲା। ଦିନସାରା ଆକାଶରୁ ନିଆଁ ବର୍ଷିଥିଲା। ଫଳରେ ଲୋକମାନେ ଡହଳବିକଳ ହୋଇ ପଡ଼ିଥିଲେ। ପାଣିପାଗ ବିଭାଗ ଆକଳନ କରିଛି ଯେ ବର୍ତ୍ତମାନ ଏହି ଉତ୍ତାପରୁ କୌଣସି ପ୍ରକାର ତ୍ରାହି ମିଳିବ ନାହିଁ। ବର୍ତ୍ତମାନ ତିନି ଦିନ ଅଧିକ ଉତ୍ତାପ ଜାରି ରହିବ। 

ପାଣିପାଗ ବିଭାଗ ଶୁକ୍ରବାର ଉତ୍ତରପ୍ରଦେଶ ସହିତ ରାଜସ୍ଥାନରେ ମଧ୍ୟ ପାରଦ ୪୦ ଉପରେ ରହିବ ବୋଲି ସୁଚନା ଦେଇଛି। ସେହିପରି ସୋମବାର ପର୍ଯ୍ୟନ୍ତ ଏହି ଗରମ ଜାରି ରହିବ ବୋଲି ପାଣିପାଗ ଅନୁମାନ କରିଛି। ତେବେ ମଧ୍ୟପ୍ରଦେଶ, ବିଦର୍ଭ ଓ ତେଲଙ୍ଗାନାରେ ଏହି ତାତି ଦିନକ ମଧ୍ୟରେ କମିଯାଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛନ୍ତି। ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛନ୍ତି ଉପକୂଳ ଆନ୍ଧ୍ର, କର୍ଣ୍ଣାଟକର ଆଭ୍ୟନ୍ତରିଣ ଅଞ୍ଚଳରେ ମଧ୍ୟ ଖୁବ ଗରମ ହେବ ବୋଲି ସୂଚନା ଦେଇଛି। 

ସେହିପରି ଓଡ଼ିଶା, ତାମିଲନାଡ଼ୁ, ପଣ୍ଡିଚେରୀ ଆଦି ଅଞ୍ଚଳରେ ମଧ୍ୟ ଗରମ ପ୍ରବାହ ଜାରି ରହିବ। ବିଶେଷ କରି ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ପାରଦ ୪୦ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। 

;