Advertisement
Article Detail0/zeeodisha/odisha680316
Zee OdishaOdisha National-Internationalମେ ୧୭ ପରେ ବି ଦେଶରେ ଜାରି ରହିବ ଲକଡାଉନ୍

ମେ ୧୭ ପରେ ବି ଦେଶରେ ଜାରି ରହିବ ଲକଡାଉନ୍

ଏହା ସହ ଚତୁର୍ଥ ପର୍ଯ୍ୟାୟର ଲକଡାଉନ ନୂଆ ରୂପରେ ଲାଗୁ ହେବ । ଏନେଇ ଗୃହ ମନ୍ତ୍ରାଳୟ ମେ ୧୮ ପୂର୍ବରୁ ଘୋଷଣା କରିବ । ଏହାସହ ନୂଆ ଗାଇଡଲାଇନ ମଧ୍ୟ ଜାରି କରାଯିବ ।  

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସାରା ଦେଶରେ ମହାମାରୀ କୋରୋନା ଭୂତାଣୁ ଯୋଗୁଁ ସଙ୍କଟ ଦେଖାଦେଇଛି । ଆଉ ଏହି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ୱୋଧନ କରି ଲକଡାଉନ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଅବଶ୍ୟ ଚତୁର୍ଥ ପର୍ଯ୍ୟାୟର ଲକଡାଉନ୍ କେତେ ଦିନ ଜାରି ରହିବ, ତାହାକୁ ନେଇ କିଛି ସ୍ପଷ୍ଟ କରି ନାହାଁନ୍ତି ପିଏମ ମୋଦି । ସେ କହିଛନ୍ତି ଦେଶର ସମସ୍ତ ରାଜ୍ୟର ପରାମର୍ଶ ନେବା ପରେ ଚତୁର୍ଥ ପର୍ଯ୍ୟାୟର ଲକଡାଉନର ଅବଧି ସ୍ଥିର ହେବ । ଏହା ସହ ଚତୁର୍ଥ ପର୍ଯ୍ୟାୟର ଲକଡାଉନ ନୂଆ ରୂପରେ ଲାଗୁ ହେବ । ଏନେଇ ଗୃହ ମନ୍ତ୍ରାଳୟ ମେ ୧୮ ପୂର୍ବରୁ ଘୋଷଣା କରିବ । ଏହାସହ ନୂଆ ଗାଇଡଲାଇନ ମଧ୍ୟ ଜାରି କରାଯିବ ।  

ଏଠାରେ କହି ରଖୁଛୁ ଯେ, ପ୍ୟାକେଜ୍ ଘୋଷଣା କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ୨୦୨୦ରେ ଦେଶର ବିକାଶ ଯାତ୍ରାକୁ ଆତ୍ମନିର୍ଭର ଭାରତ ଅଭିଯାନକୁ ଏକ ନୂତନ ଦିଗ ଦେଖାଇବ । ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପ ପୂରଣ କରିବା ପାଇଁ ଏଥିରେ ସମସ୍ତଙ୍କୁ ଗୁରୁତ୍ୱ ଦିଆଯାଇଛି । ଏହି ଆର୍ଥିକ ପ୍ୟାକେଜ ଆମର କୁଟୀର ଶିଳ୍ପ, କ୍ଷୁଦ୍ର ଶିଳ୍ପ ଏବଂ ମଧ୍ୟମ ଶିଳ୍ପ ପାଇଁ କରାଯାଇଛି । ଯାହା ଆତ୍ମନିର୍ଭରଶୀଳ ଭାରତ ପାଇଁ ଆମର ସଂକଳ୍ପର ମଜଭୁତ ଆଧାର ହେବ ।

Add Zee News as a Preferred Source
About the Author