Advertisement
Article Detail0/zeeodisha/odisha692535
Zee OdishaOdisha National-Internationalଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ପ୍ରାୟ ୨୯ ହଜାର

ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ପ୍ରାୟ ୨୯ ହଜାର

ଏହି ସମୟରେ ବଢୁଥିବା କୋରୋନା ମାମଲା ମଧ୍ୟରେ ଦିଲ୍ଲୀ କ୍ୟାବିନେଟ ନିଷ୍ପତ୍ତି ନେଇଛି ଯେ କେବଳ ଦିଲ୍ଲୀ ବାସିନ୍ଦାଙ୍କୁ ଦିଲ୍ଲୀ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯିବ । 

ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ପ୍ରାୟ ୨୯ ହଜାର

ନୂଆଦିଲ୍ଲୀ: ଦ୍ରୁତଗତିରେ ବଢ଼ି ଚାଲିଛି କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା । ଏହାସହ ଏହି ମହାମାରୀ ସାରା ଦେଶରେ ଆତଙ୍କ ସୃଷ୍ଟି କରିଚାଲିଛି । ଭାରତରେ କୋରୋନାରେ ୨.୫ ଲକ୍ଷରୁ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୭ ହଜାର କୋରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨୯ ହଜାରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୨୮୨ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହା ସହିତ ସଂକ୍ରମିତ ସଂଖ୍ୟା ୨୮,୯୩୬ରେ ପହଞ୍ଚିଛି ।

ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୫ କୋରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।  ଫଳରେ ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୦,୯୯୯ ସଂକ୍ରମିତ ଚିକିତ୍ସା ପରେ ନିଜ ଘରକୁ ଫେରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ କୌଣସି ମୃତ୍ୟୁ ଘଟି ନାହିଁ । କିନ୍ତୁ ମେ ୮ରୁ ଜୁନ୍ ୫ ମଧ୍ୟରେ ୫୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିଲା । ଯେଉଁ କାରଣରୁ ଏହି ମୃତ୍ୟୁ  ସଂଖ୍ୟା ୭୬୧ରୁ ୮୧୨ କୁ ବୃଦ୍ଧି ପାଇଛି । ଦିଲ୍ଲୀରେ ସୁସ୍ଥ ହେବା ହାର ୩୮.୦୧ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୨.୮୦ ରହିଛି । ବର୍ତ୍ତମାନ ଏଠାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୭,୧୨୫ ରହିଛ ।

ଏହି ସମୟରେ ବଢୁଥିବା କୋରୋନା ମାମଲା ମଧ୍ୟରେ ଦିଲ୍ଲୀ କ୍ୟାବିନେଟ ନିଷ୍ପତ୍ତି ନେଇଛି ଯେ କେବଳ ଦିଲ୍ଲୀ ବାସିନ୍ଦାଙ୍କୁ ଦିଲ୍ଲୀ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯିବ । ଅନ୍ୟପକ୍ଷେ ସମସ୍ତ ଚିକିତ୍ସା କେନ୍ଦ୍ର ସରକାରୀ ଡାକ୍ତରଖାନାରେ ହେବ । ଏକ ସାମ୍ବାଦିକ ସମ୍ମିଳନୀ କରିବା ପରେ ଅରବିନ୍ଦ କେଜ୍ରିୱାଲ ଏହି ସୂଚନା ଦେଇଛନ୍ତି । ଏହା ସହିତ ଦିଲ୍ଲୀ ବାହାରେ ଥିବା ସମସ୍ତ ଲୋକଙ୍କ ପାଇଁ ସୀମା ଖୋଲାଯିବ ବୋଲି ସେ କହିଛନ୍ତି ।

Add Zee News as a Preferred Source
About the Author