ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତଥା ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ସର୍ବଶ୍ରେଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବରେ ମନୋନୀତ କରାଯାଇଛି ।
Trending Photos
)
ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କୁ ମିଳିତ ଭାବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଶ୍ରେଷ୍ଠ ଅଧିନାୟକ ଭାବରେ ଘୋଷଣା କରାଯାଇଛି । ଏହି ଦୁଇ ଖେଳାଳିଙ୍କୁ ଷ୍ଟାର୍ ସ୍ପୋର୍ଟସ୍ ର ୫୦ ଲୋକଙ୍କ ଏକ ଚୟନ କମିଟି ଦ୍ୱାରା ମନୋନୀତ କରାଯାଇଥିଲା । ଯେଉଁଥିରେ ୨୦ ଜଣ ପୂର୍ବତନ କ୍ରିକେଟର, ୧୦ ଜଣ କ୍ରୀଡ଼ା ସାମ୍ବାଦିକ, ୧୦ ଜଣ ପରିସଂଖ୍ୟାନ ଏବଂ ୧୦ ଜଣ ବିଶ୍ଳେଷକ ସାମିଲ ଥିଲେ ।
ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର ୧୧ଟି ପ୍ଲେ ଅଫ୍ ମଧ୍ୟରୁ ୧୦ଟିରେ ପହଞ୍ଚିବାରେ ସଫଳ ହୋଇଛି । ଦଳ ୩ ଥର ଚାମ୍ପିୟନ ଏବଂ ରନର୍ ଅପ୍ ୫ ଥର ରହିଛି । ରୋହିତ ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସର କମାଣ ସମ୍ଭାଲିଥିଲେ ଓ ଦଳକୁ ୪ ଥର ଚାମ୍ପିୟନ କରାଇଥିଲେ ।
ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଏବି ଡି ଭିଲିୟର୍ସ ସର୍ବକାଳୀନ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ମନୋନୀତ ହୋଇଛନ୍ତି । ସେହିପରି ଶ୍ରୀଲଙ୍କାର ଲାସିଥ୍ ମାଲିଙ୍ଗାଙ୍କୁ ଶ୍ରେଷ୍ଠ ବୋଲର ଭାବେ ମନୋନୀତ କରାଯାଇଛି । ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ଓ ଅଷ୍ଟ୍ରେଲିଆର ସେନ ୱାଟସନ ଶ୍ରେଷ୍ଠ ଅଲରାଉଣ୍ଡର ଭାବରେ ମନୋନୀତ ହୋଇଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତଥା ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ସର୍ବଶ୍ରେଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବରେ ମନୋନୀତ କରାଯାଇଛି ।