)
ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ଭୟର ବାତାବରଣ ଦେଖାଦେଇଛି । ଏହି କୋରୋନା ସଙ୍କଟ ମଧ୍ୟରେ ଆଫ୍ରିକା ମହାଦେଶର ନାଇଜରରେ ଏକ ଘଟଣା ଘଟିଛି । ଯାହାକୁ ଦେଖି ସମସ୍ତଙ୍କ ହୋଶ୍ ଉଡ଼ି ଯାଇଛି । ସୋସିଆଲ ମିଡିଆରେ ଲୋକମାନେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । କିଛି ଲୋକ କହୁଛନ୍ତି ଯେ ବର୍ତ୍ତମାନ ଦୁନିଆ ଧ୍ୱଂସ ହୋଇଯିବ ।
ବାସ୍ତବରେ, ଆଫ୍ରିକୀୟ ଦେଶ ନାଇଜରର ରାଜଧାନୀରେ ଏକ ବଡ଼ ବାଲି ଝଡ଼ ହୋଇଥିଲା । ଏହି ସମୟ ମଧ୍ୟରେ ହଠାତ୍ ସମଗ୍ର ଆକାଶ ନାଲି ହୋଇଯାଇଥିଲା । ଲୋକମାନେ ଏହା ଦେଖି ଭୟଭୀତ ହୋଇଯାଇଥିଲେ । ଲୋକମାନେ ଟ୍ୱିଟରରେ ଫଟୋ ସେୟାର କରିବା ମଧ୍ୟ ଆରମ୍ଭ କରିଥିଲେ । ଲୋକମାନେ ଲେଖିଛନ୍ତି ଯେ, ନାଇଜେରିଆରେ ବାଲୁକା ଝଡ଼ ପରେ ମେଘର ରଙ୍ଗ ବଦଳି ଯାଇ ନାଲି ହୋଇଗଲା । ଲକଡାଉନ୍ ମଧ୍ୟରେ ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଏହି ଫଟୋଗୁଡ଼ିକୁ ଦେଖି ଲୋକମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
Zackaria ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଏପରି ଲାଗୁଛି ସତେ ଯେପରି ଦୁନିଆ ଶେଷ ହୋଇଯିବ । ଆଉ ଜଣେ ୟୁଜସ ଲେଖିଛନ୍ତି, ଆଜି ନାଇଜରରୁ ଅବିଶ୍ୱସନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ମୋ ଭାଇ ଏବଂ ତାଙ୍କ ପରିବାର ଏଠାରେ ରୁହନ୍ତି । ନାଇଜେରିଆରେ ବାଲି ଝଡ଼ ଯୋଗୁଁ ମେଘ ମଧ୍ୟ ଲାଲ ହୋଇଯାଇଛି ।
ସୂଚନା ଅନୁଯାୟୀ, ଗ୍ରୀଷ୍ମ ଋତୁରେ ପଶ୍ଚିମ ଆଫ୍ରିକାରେ ପ୍ରବଳ ଧୂଳି ପବନ ଓ ବାଲି ଝଡ଼ ଆସେ । ଏହି ସମୟରେ ବଜ୍ରପାତ ଓ ପ୍ରବଳ ପବନ ସହିତ ଧୂଳି ଉତ୍ପନ୍ନ ହୁଏ । ଅନେକ ଥର ଏହି କାରଣରୁ ଆକାଶ ମଧ୍ୟ ଲାଲ ହୋଇଯାଏ ।