Advertisement
Article Detail0/zeeodisha/odisha696230
Zee OdishaOdisha National-Internationalସୀମା ଟପୁଛି ମଣିଷର ବର୍ବର ମାନସିକତା...

ସୀମା ଟପୁଛି ମଣିଷର ବର୍ବର ମାନସିକତା...

ହାତୀର ବିଶ୍ୱାସ ଓ ମଣିଷର ଧୋକା କାହାଣୀ ମନରୁ ଲିଭିନି । ପୁଣି ସେହି କେରଳରୁ ସାମ୍ନାକୁ ଆସିଛି ପଶୁଙ୍କ ଉପରେ ମଣିଷର ବର୍ବର କାହାଣୀ । ମଣିଷର ସୈତାନି ମାନସିକତାର ଶିକାର ହୋଇଛି ନିରୀହ କୁକୁର । 

ସୀମା ଟପୁଛି ମଣିଷର ବର୍ବର ମାନସିକତା...

ତପସ୍ୱିନୀ ମହାଳିକ, ଭୁବନେଶ୍ୱର: ମଣିଷର ମସ୍ତିଷ୍କରେ ଭରି ରହିଥିବା ସୈତାନି ମାନସିକତାର କୌଣସି ଉପସମ ନାହିଁ । ଏହି କାରଣରୁ ନିରୀହ ପଶୁପକ୍ଷୀଙ୍କ ଉପରେ ମଣିଷର ଅତ୍ୟାଚାର ବଢ଼ିଚାଲିଛି । ପୁଣି କେରଳରୁ ଏକ ପଶୁ ଉପରେ ହୋଇଥିବା ଅତ୍ୟାଚାର ଘଟଣା ସାମ୍ନାକୁ ଆସିଛି । ଏଥର କିନ୍ତୁ ଗୋଟିଏ କୁକୁର ସହିତ ବର୍ବର କାଣ୍ଡ ଘଟାଇଛି ମଣିଷ । ଗତ ଦୁଇ ସପ୍ତାହ ଧରି ଇନସୁଲେସନ୍ ଟେପ୍ ସହିତ ସିଲ୍ ହୋଇଥିବା ଏକ କୁକୁର ହୋଇଛି । ପିପୁଲ୍ସ ଫର ଆନିମଲ ୱେଲଫେୟାର ସର୍ଭିସେସର ସ୍ୱେଚ୍ଛାସେବୀମାନେ ଏହାକୁ ଉଦ୍ଧାର କରିଛନ୍ତି । 

ହାତୀ ଉପରେ ହୋଇଥିବା ବର୍ବରତା ମନରୁ ଲିଭିନି । ପୁଣି କୁକୁର ଉପରେ ମଧ୍ୟ ବର୍ବରତା ଦେଖିଛି ମଣିଷର ସୈତାନି ମାନସିକତା । କେହି ଜଣେ ନିଷ୍ଠୁର ମଣିଷ କୁକୁରର ପାଟିରେ ଟେପ୍ ଲଗାଇ ଦେଇଥିଲା । କୁକୁରଟିକୁ ଉଦ୍ଧାର କରାଯାଇ ବର୍ତ୍ତମାନ ଏକ ପଶୁ ଆଶ୍ରୟ ଗୃହକୁ ପଠାଯାଇଛି । ଟେପ୍ ଖୋଲିବା ପରେ କୁକୁରଟିର ପାଣି ପିଇବା ଚିତ୍ର ଆପଣଙ୍କୁ ମଧ୍ୟ କିଛି ସମୟ ପାଇଁ ଭାବିବାକୁ ବାଧ୍ୟ କରିବ । ଏକାଥରକେ ପାଖାପାଖି ଦୁଇ ଲିଟର ପାଣି ପିଇ ପକାଇଥିଲା କୁକୁର । ଏଥିରୁ ଆପଣ ଅନୁମାନ କରିପାରିଥିବେ, କେତେ ଦିନ ପର୍ଯ୍ୟନ୍ତ ଶୋଷିଲା ଥିବା ଏହି ନିରୀହ ପଶୁଟି । ଯଦି ଉଦ୍ଧାର କରିବାରେ ଆଉ କିଛି ସମୟ ବିଳମ୍ବ ହୋଇଥାନ୍ତା, ତେବେ ସେ ଭୋକ ଓ ଶୋଷରେ ମରି ଯାଇଥାନ୍ତା । 

fallback

Add Zee News as a Preferred Source

ଟେପ ଯୋଗୁଁ ହୋଇଯାଇଛି ଘା

ସୂଚନାନୁସାରେ, ଦୁଇ ସପ୍ତାହ ପୂର୍ବେ କୁକୁରର ପାଟିରେ ଟେପ୍ ଲାଗିଥିବା ବିଷୟରେ ଫୋନ ମାଧ୍ୟମରେ ପଶୁ କଲ୍ୟାଣ ସେବା ପାଇଁ ଥ୍ରିସୁର ୟୁନିଟ୍ ଲୋକଙ୍କୁ ସୂଚନା ଦିଆଯାଇଥିଲା । କୁକୁରର ବିଷୟରେ ସୂଚନା ପାଇବା ପରେ ଅନୁଷ୍ଠାନର ଲୋକମାନେ ଦୀର୍ଘ ସମୟ ଖୋଜିଥିଲେ । ଯେତେବେଳେ କୁକୁରଟି ମିଳିଲା, ସମସ୍ତେ ତାଙ୍କ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।   ଟେପ୍ ଯୋଗୁଁ କୁକୁରଟିର ମୁହଁରେ କ୍ଷତ ହୋଇଯାଇଥିଲା । ଅନୁଷ୍ଠାନର କହିବାନୁସାରେ, ଟେପ୍ ବାନ୍ଧିବା କାରଣରୁ ଗଭୀର କ୍ଷତ ହୋଇଥିଲା, ଯାହା ଫଳରେ କୁକୁରଟିର ନାକ ହାଡ଼ ଦେଖାଯାଉଥିଲା ।  

About the Author