ନୂଆଦିଲ୍ଲୀ: WWE ଫ୍ୟାନ୍ସଙ୍କୁ ଲାଗିଛି ଶକ୍ତ ଝଟକା। ୩ ଦଶନ୍ଧି ପରେ ରିଙ୍ଗରୁ ସନ୍ୟାସ ନେଲେ ଷ୍ଟାର ରେସଲର ଅଣ୍ଡରଟେକର (The Undertaker)। ରବିବାର ତାଙ୍କୁ ସର୍ଭାଇଭର ସିରିଜ ( Survivor Series)ରେ ଫାଇନାଲ୍ ଫେରୱେଲ ଦିଆଯାଇଛି। ୧୯୯୦ ମସିହାରେ ଅଣ୍ଡରଟେକର ଏହି ଇଭେଣ୍ଟରେ ଡେବ୍ୟୁ କରିଥିଲେ।
ଗତ ୩୦ ବର୍ଷ ଧରି ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ଫେବରେଟ୍ ପାଲଟିଥିବା ଅଣ୍ଡରଟେକର ରବିବାର ରେସ୍ଲିଂ ଜଗତକୁ ବାଏ ବାଏ କହିଛନ୍ତି। ସେ ଗତ ଜୁନ ମାସରେ ହିଁ ପ୍ରଫେସନାଲ ରେସ୍ଲିଂରୁ ଅବସର ଘୋଷଣା କରିଥିବା ବେଳେ ରବିବାର ତାଙ୍କୁ WWEରେ ଶେଷ ବିଦାୟକାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି। ଏହାର ଭିଡିଓକୁ WWE ତାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଛି।
ଥଣ୍ଡର ଡମରେ ଅଣ୍ଡର ଟେକରଙ୍କ ପାଇଁ ଫେରୱେଲ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରୋମାନ ରେଞ୍ଜ୍ସ (Roman Reigns) ଓ ଡ୍ରିଉ ମେକଲଣ୍ଟାଏର (Drew McIntyre)ଙ୍କ ମ୍ୟାଚ ପରେ ତାଙ୍କୁ WWEର ଲିଜେଣ୍ଟମାନେ ଗ୍ରାଣ୍ଡ ଫେରୱେଲ ଦେଇଛନ୍ତି। ନିଜ ଫେରୱେଲ ବେଳେ ୫୫ ବର୍ଷୀୟ ଅଣ୍ଡରଟେକର କହିଛନ୍ତି, ୩୦ ବର୍ଷ ପୂର୍ବେ ମୁଁ ଏହି ରିଂଗକୁ ଆସିଥିଲି। ଆଉ ଲୋକଙ୍କ ପ୍ରେମ ମତେ ଆଜି ଏହି ସ୍ଥାନକୁ ପହଞ୍ଚାଇଛି। ତେବେ ଏବେ (The Undertaker rest in peace) ଦ ଅଣ୍ଡରଟେକରର ଶେଷ ସମୟ ଆସିଯାଇଛି।
#Undertaker ଙ୍କୁ ଝୁରିବ ରିଙ୍ଗ, ୩୦ ବର୍ଷ ପରେ ପ୍ରଫେସନାଲ୍ ରେସଲିଂ କ୍ୟାରିଅରକୁ ବାଏ ବାଏ । #SurvivorSeries ରେ ବିଦାୟ ସମ୍ୱର୍ଦ୍ଧନା
(Courtesy: @WWE) pic.twitter.com/fdq3lwNtpl
— ZEE Odisha (@ZeeOdisha) November 23, 2020
ଅଣ୍ଡରଟେକରଙ୍କ ପ୍ରକୃତ ନାମ ମାର୍କ କାଲୱେ (Mark Calway)। ସେ ୧୯୬୫ ମସିହାରେ ଆମେରିକାର ଟେକ୍ସେସ ସହରରେ ଜନ୍ମ ଗ୍ରହଣ କରିଥିଲେ। ୧୯୮୭ ମସିହାରେ ଅଣ୍ଡରଟେକର ରେସ୍ଲିଂରେ ତାଙ୍କର ପ୍ରଫେସ୍ନାଲ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମେ ସେ World Class Championship Wrestling (WCCW) ସହ ଅନେକ ପ୍ରତିଯୋଗୀତାରେ ନିଜର ପାରଦର୍ଶୀତା ଦେଖାଇଛନ୍ତି। 'Undertaker: The Last Ride' ନାମରେ ଏକ ଡକ୍ୟୁମେଣ୍ଟାରୀ ବି ତିଆରି ହୋଇଛି।
ରବିବାର WWE ଚେୟାରମ୍ୟାନ୍ ଭିନ୍ସ ମ୍ୟାକମାହନ୍ (Vince McMahon) ମଧ୍ୟ ଅଣ୍ଡରଟେକରଙ୍କୁ ରିଙ୍ଗକୁ ଆଣିବା ପୂର୍ବରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ରିଙ୍ଗରେ ଥିବା କିଛି ତାରକାଙ୍କୁ ଅଣ୍ଡରଟେକର୍ ବିଷୟରେ ସାକ୍ଷାତକାର ଦେଇଥିଲେ। ବାଟିଷ୍ଟା, ଜନ୍ ସିନା ଏବଂ ଷ୍ଟୋନ କୋଲ୍ଡ ଷ୍ଟିଭ୍ ଅଷ୍ଟିନ ଏଥିରେ ଯୋଗ ଦେଇ ଆଇକନିକ୍ ରେସଲରଙ୍କ ବିଷୟରେ କହିଥିଲେ।
ତେବେ ଗଙ୍ଗ ବେଲ୍ ବାଜିବା ପରେ ଅଣ୍ଡର ଟେକର ତାଙ୍କର ପାରମ୍ପାରିକ ଆକ୍ସନରେ ନଜର ଆସିଥିଲେ। ସେ ପ୍ରଥମେ ନିଜର ମୁଣ୍ଡକୁ ତଳେ କରି ନିଜ ବୁଢା ଆଙ୍ଗୁଠିରେ ବେକ କାଟିଲା ଭଳି ଅଙ୍ଗଭଙ୍ଗି କରିଥିଲେ। ପରେ ରିଂଗରୁ ବାହାରି ଚାଲିଯାଇଥିଲେ। ଅଣ୍ଡର ଟେକର ତାଙ୍କର ଅନ୍ତିମ ମ୍ୟାଚ୍ WrestleMania 36ରେ " "Boneyard Match" ରେ AJ Stylesଙ୍କ ବିପକ୍ଷରେ ଖେଳିଥିଲେ।