ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦେଶରେ ପରୀକ୍ଷା କ୍ଷମତା ପ୍ରତିଦିନ ହେଉଛି ୯୫ ହଜାର । ବର୍ତ୍ତମାନ ୩୨୭ ସରକାରୀ ଓ ୧୧୮ ଘରୋଇ ଲ୍ୟାବରେ କୋରୋନାର ପରୀକ୍ଷଣ କରାଯାଉଛି ।
Trending Photos
ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ବଢ଼ି ଚାଲିଛି । ଏହି ସମୟରେ ଏକ ଭଲ ଖବର ଆସିଛି । ରାଜ୍ୟ ସମେତ ୧୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନାର କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ । ଏଥିସହ ୧୮୦ଟି ଜିଲ୍ଲାରେ ଗତ ୭ ଦିନ ମଧ୍ୟରେ କୌଣସି କୋରୋନା ମାମଲା ରିପୋର୍ଟ ହୋଇନାହିଁ । ବର୍ତ୍ତମାନ ଭାରତରେ କୋରୋନା ଯୋଗୁଁ ମୃତ୍ୟୁହାର ୩.୩ ପ୍ରତିଶତ ରହିଛି । ସୁସ୍ଥ ହାର ୨୮.୮୩ ପ୍ରତିଶତ ରହିଛି । ଏହାସହ ୪.୮ ପ୍ରତିଶତ ରୋଗୀ ଆଇସିୟୁରେ ଅଛନ୍ତି । ଦେଶର ୧.୧ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଏବଂ ୩.୩ ପ୍ରତିଶତ ରୋଗୀ ଅମ୍ଳଜାନ ସହାୟତାରେ ଅଛନ୍ତି ।
ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦେଶରେ ପରୀକ୍ଷା କ୍ଷମତା ପ୍ରତିଦିନ ହେଉଛି ୯୫ ହଜାର । ବର୍ତ୍ତମାନ ୩୨୭ ସରକାରୀ ଓ ୧୧୮ ଘରୋଇ ଲ୍ୟାବରେ କୋରୋନାର ପରୀକ୍ଷଣ କରାଯାଉଛି । ଯେଉଁ ଅଞ୍ଚଳରେ କୋରୋନା ମାମଲା ରିପୋର୍ଟ ହୋଇନାହିଁ । ସେଗୁଡ଼ିକ ହେଉଛି ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଛତିଶଗଡ, ଗୋଆ, ଝାଡଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, କେରଳ, ଲଦାଖ, ଲାକ୍ଷାଦୀପ, ମଣିପୁର, ଦାମନ ଡିୟୁ, ସିକିମ୍, ନାଗାଲାଣ୍ଡର ।
ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶରେ ୧୩୦ଟି ହଟସ୍ପଟ୍ ଜିଲ୍ଲା ଅଛି । ୨୮୪ଟି ହେଉଛି ନନ୍-ହଟସ୍ପଟ୍ ଜିଲ୍ଲା । ୩୧୯ଟି ଜିଲ୍ଲା ସଂକ୍ରମଣମୁକ୍ତ । ବର୍ତ୍ତମାନ ଦେଶରେ ୮୨୧ଟି କୋଭିଡ ହସ୍ପିଟାଲ ରହିଛି । ଯେଉଁଥିରେ ୧ ଲକ୍ଷ ୫୦ ହଜାର ୫୯ ବେଡ୍ ରହିଛି । ଏହାସହ ୧ ଲକ୍ଷ ୩୨ ହଜାର ୨୧୯ ଆଇସୋଲେଶନ ୱାର୍ଡ ଥିବାବେଳେ ୧୭,୮୪୦ ଆଇସିୟୁ ଶଯ୍ୟା ଅଛି । ୧,୮୯୮ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି । ଯେଉଁଠାରେ ୧ ଲକ୍ଷ ୧୯ ହଜାର ୧୦୯ ଶଯ୍ୟା ଅଛି ।