'ଏପରି ଭୟଙ୍କର ଆକ୍ରମଣ ହେବ ଯେ ଭବିଷ୍ୟତରେ ଯୁଦ୍ଧ କରିବା ପୂର୍ବରୁ ଚିନ୍ତା କରିବ ଚୀନ: ୟୁଏସଏ
Advertisement

'ଏପରି ଭୟଙ୍କର ଆକ୍ରମଣ ହେବ ଯେ ଭବିଷ୍ୟତରେ ଯୁଦ୍ଧ କରିବା ପୂର୍ବରୁ ଚିନ୍ତା କରିବ ଚୀନ: ୟୁଏସଏ

ବେଆଇନ ସାମରିକ କାର୍ଯ୍ୟକଳାପକୁ ଚୀନକୁ ଖୋଲାଖୋଲି ଧମକ ଦେଇଛି ୟୁଏସଏ।

'ଏପରି ଭୟଙ୍କର ଆକ୍ରମଣ ହେବ ଯେ ଭବିଷ୍ୟତରେ ଯୁଦ୍ଧ କରିବା ପୂର୍ବରୁ ଚିନ୍ତା କରିବ ଚୀନ: ୟୁଏସଏ

ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀରେ ବିଶ୍ୱ ମହାଶକ୍ତି ହେବାକୁ ସ୍ୱପ୍ନ ଦେଖୁଥିବା ଚୀନକୁ ବିଭିନ୍ନ ପ୍ରସଙ୍ଗରେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ଚେତାବନୀ ଦେଇ ଆସିଛି ସାମରିକ ଦୃଷ୍ଟିକୋଣରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ(USA-United States of America)।ହେଲେ ଏଥର ନିଜକୁ ବିଶ୍ୱର ଅନ୍ୟତମ ମହାଶକ୍ତି ଭାବେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରୁଥିବା ଚୀନକୁ ଏଥର ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିଛି ୟୁଏସଏ ।

ଏନେଇ ଆମେରିକା ପକ୍ଷରୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି ଯଦି ଏଥର ସୈନ୍ୟବାହିନୀ ସହାୟତାରେ କୌଣସି ପ୍ରକାର ଗୁପ୍ତ ସାମରିକ କାର୍ଯ୍ୟକ୍ରମ କିମ୍ବା ଅଭିଯାନ କରାଯାଏ, ଚାରିପଟୁ ଏପରି ଭୟଙ୍କର ଆକ୍ରମଣ କରାଯିବ, ଭବିଷ୍ୟତରେ ଯ଼ୁଦ୍ଧ କରିବା ପୂର୍ବରୁ ଚିନ୍ତା କରିବ ଚୀନ ।  ଏବେ ଆମେରିକାର ଅନ୍ୟତମ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଚୀନକୁ ଜବାବ ଦେବା ଲାଗି ଅଣ୍ଟା ଭିଡିଛି ଆମେରିକୀୟ ବୈଦେଶିକ ବିଭାଗ।
 
ଏନେଇ କୁହାଯାଇଛି, ଚୀନର କୌଣସି ପ୍ରକାର ଉତ୍ତେଜନାମୂଳକ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ । ଆମେରିକା ଏହାର ସମସ୍ତ ସହଯୋଗୀ ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷା କରିବ । ଚୀନ୍ ଜାଣି ରଖିବା ଦରକାର ହିମାଳୟ ଠାରୁ ଦକ୍ଷିଣ ଚୀନ ସାଗର ପର୍ଯ୍ୟନ୍ତ ସମସ୍ତ ମିତ୍ର ରାଷ୍ଟ୍ର ଆମେରିକ ସହ ଛିଡା ହୋଇଛନ୍ତି । ଏପରି ବିବୃତ୍ତି ରଖିଛନ୍ତି ଆମେରିକା ବିଦେଶ ମନ୍ତ୍ରଣାଳୟର ସହାୟକ ସଚିବ ଡେଭିଡ ଆର ଷ୍ଟିଲୱେଲ ଯିଏକି ପୂର୍ବ ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ଦାୟିତ୍ୱରେ ଅଛନ୍ତି। 

ଏହା ସହିତ ସେ କହିଛନ୍ତି ଦକ୍ଷିଣ ଚୀନ୍ ସାଗର ବିବାଦ  ମାମଲା ଏବେ ବିବାଦୀୟ ହୋଇଉଠିଛି । ଯାହାର ପ୍ରଭାବ ଆର୍କଟିକ୍, ଭାରତ ମହାସାଗର, ଭୂମଧ୍ୟସାଗର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଉପରେ ସିଧାସଳଖ ଅନୁଭୂତ ହୋଇଛି ।  ବିବାଦପୂର୍ଣ୍ଣ ଦକ୍ଷିଣ ଚୀନ୍ ସାଗରରେ ଚୀନ ପଟୁ ଯେ କୌଣସି ପ୍ରକାର ବିପଦ ଆସିବ ତାହା ସମୁଦ୍ରର ସ୍ୱାଧୀନତା ଉପରେ ନିର୍ଭର କରୁଥିବା ସମସ୍ତ ଦେଶର ସ୍ୱାର୍ଥକୁ ପ୍ରଭାବିତ କରିପାରେ ।

ଚୀନ୍‌ର କାର୍ଯ୍ୟକଳାପକୁ ସନ୍ଦେହଜନକ ବୋଲି ଆମେରିକୀୟ ବୈଦେଶିକ ବିଭାଗ ପକ୍ଷରୁ  କୁହାଯାଇଛି । ବିଗତ କିଛି ମାସ ମଧ୍ୟରେ ଯେତେବେଳେ କୋରୋନା ମହମାରୀର ମୁକାବିଲା କରିବା ଲାଗି ସମଗ୍ର ବିଶ୍ୱ ଲଢେଇ କରୁଥିଲା ସେତେବେଳେଚୀନ୍ ଦକ୍ଷିଣ ଚୀନ୍, ଦକ୍ଷିଣ ସାଗରରେ ସନ୍ଦେହଜନକ ଭାବେ ସାମରିକ ଗତିବିଧିକୁ ବଢାଇବା ସହ ଏପରି କାର୍ଯ୍ୟକୁ ଜାରି ରଖିଥିଲା ।