ଏହି ୫ଟି ଦେଶ ପାଖରେ ନାହିଁ କୌଣସି ସେନା, ଜାଣନ୍ତୁ କିପରି କରନ୍ତି ସେମାନଙ୍କ ସୀମାର ସୁରକ୍ଷା
Advertisement

ଏହି ୫ଟି ଦେଶ ପାଖରେ ନାହିଁ କୌଣସି ସେନା, ଜାଣନ୍ତୁ କିପରି କରନ୍ତି ସେମାନଙ୍କ ସୀମାର ସୁରକ୍ଷା

ସାରା ଦୁଆରରେ ବିଭିନ୍ନ ଦେଶ ପାଖରେ ରହିଛି ନିଜସ୍ୱ ସେନା । ସେନା ଦେଶର ସୀମା ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ଗୋଟିଏ ପଟେ ପୋଲିସ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ନିୟୋଜିତ ହୋଇଥାଏ । ଅନ୍ୟପକ୍ଷେ ସେନା ଦେଶକୁ ବାହ୍ୟ ଶତ୍ରୁ କବଳରୁ ରକ୍ଷା କରିଥାଏ । ତେଣୁ ସେନା ଦେଶର ସୀମା ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ ।

ଏହି ୫ଟି ଦେଶ ପାଖରେ ନାହିଁ କୌଣସି ସେନା, ଜାଣନ୍ତୁ କିପରି କରନ୍ତି ସେମାନଙ୍କ ସୀମାର ସୁରକ୍ଷା

ନୂଆଦିଲ୍ଲୀ: ସାରା ଦୁଆରରେ ବିଭିନ୍ନ ଦେଶ ପାଖରେ ରହିଛି ନିଜସ୍ୱ ସେନା (Army) । ସେନା ଦେଶର ସୀମା ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ଗୋଟିଏ ପଟେ ପୋଲିସ (Police) ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ନିୟୋଜିତ ହୋଇଥାଏ । ଅନ୍ୟପକ୍ଷେ ସେନା ଦେଶକୁ ବାହ୍ୟ ଶତ୍ରୁ କବଳରୁ ରକ୍ଷା କରିଥାଏ । ତେଣୁ ସେନା ଦେଶର ସୀମା ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ମାସ୍କ ନ ପିନ୍ଧିଲେ ଯିବାକୁ ପଡ଼ିବ ଜେଲ

କିନ୍ତୁ କିଛି ଏପରି ଦେଶ ରହିଛି ଯେଉମାନଙ୍କ ପାଖରେ କୌଣସି ନିଜସ୍ବ ସେନା ନାହିଁ । ଅନ୍ୟଦେଶର ସେନା ଏହି ଦେଶଗୁଡିକର ସୁରକ୍ଷା ଦାୟିତ୍ବ ନିର୍ବାହ କରନ୍ତି ।

ନିମ୍ନ ଲିଖିତ ଦେଶଗୁଡିକ ପାଖରେ ନାହିଁ କୌଣସି ସେନା:

ଭାଟିକାନ ସିଟି (Vatican City): ବିଶ୍ବର ସବୁଠାରୁ କ୍ଷୁଦ୍ରତମ ଦେଶ ହେଉଛି ଭାଟିକାନ ସିଟି । ଏଠାରେ ପ୍ରଥମେ ନୋବେଲ ଗାର୍ଡଙ୍କ ଉପସ୍ଥିତି ଥିଲା, କିନ୍ତୁ ୧୯୭୦ରେ ଏହି ସଂସ୍ଥାକୁ ଭାଙ୍ଗି ଦିଆଯାଇଥିଲା । ଏହି ଦେଶର ସୁରକ୍ଷା ଇଟୀଲୀର ସେନା କରନ୍ତି ।

ମୋନାକୋ (monaco): ଏହି ଦେଶ ପାଖରେ ସପ୍ତଦଶ ଶତାବ୍ଦୀରୁ କୌଣସି ସେନା ନାହିଁ । ଏଠାରେ ଛୋଟ ଛୋଟ ଦୁଇ ଗୋଷ୍ଠୀର ସେନା ଦଳ ରହିଛି । ଗୋଟିଏ ଗୋଷ୍ଠୀ ରାଜକୁମାରଙ୍କ ସୁରକ୍ଷା ଦାୟିତ୍ବରେ ସଦାବେଳେ ରହେ ଓ ଅନ୍ୟଟି ପ୍ରଜାଙ୍କ ସୁରକ୍ଷା ପାଇଁ ରହିଛି । ଫ୍ରାନ୍ସର ସେନା ଏହି ଦେଶର ସୀମାର ସୁରକ୍ଷା କରନ୍ତି ।

ମୋରିସିୟସ (Mauritius): ଏକ ବହୁ ସଂସ୍କୃତିର ଦେଶ ହେଉଛି ମୋରିସିୟସ। ଏଠାରେ ମଧ୍ୟ ୧୯୬୮ରୁ କୌଣସି ସେନା ନାହିଁ । ଏହି ଦେଶରେ କେବଳ ୧୦,୦୦୦ ପୋଲିସ କର୍ମା ସୁରକ୍ଷା ଦାୟିତ୍ବରେ ଅଛନ୍ତି । ଏହି ପୋଲିସ କର୍ମୀ ଆଭ୍ୟନ୍ତରୀଣ ସହ ବାହ୍ୟ ସୁରକ୍ଷାର ଦାୟିଦ୍ବ ନିର୍ବାହ କରନ୍ତି ।

ଅଧିକ ପଢ଼ନ୍ତୁ:-ଅତି ଶୀଘ୍ର ଶେଷ ହେଉ ୨୦୨୦! ମହାକାଶରୁ ମାଡି ଆସୁଛି 'ବୁର୍ଜ ଖଲିଫା' ପରି ବୃହତ ଉଲକାପିଣ୍ଡ

ଆଇସଲ୍ୟାଣ୍ଡ (Iceland): .ୟୁରୋପିୟ ମହାଦେଶର ସବୁଠାରୁ ବଡ ଦ୍ବୀପ ହେଉଛି ଆଇସଲ୍ୟାଣ୍ଡ । ଏହି ଦେଶ ପାଖରେ ୧୮୬୯ରୁ କୌଣସି ସେନା ନାହିଁ । ଏହି ଦେଶ ନାଟୋର ସଦସ୍ୟ ଓ ଆମେରିକା ଏହାର ସୁରକ୍ଷା ଦାୟିତ୍ବ ନିର୍ବାହ କରେ ।

କୋଷ୍ଟା ରିକା (Costa Rica): ମଧ୍ୟ ଆମେରିକାର ଦେଶ କୋଷ୍ଟା ରିକା ପାଖରେ ୧୯୪୮ରୁ କୌଣସି ସେନା ନାହିଁ । ୧୯୪୮ରେ ଦେଶରେ ଭୟଙ୍କର ଗୃହଯୁଦ୍ଧ ହୋଇଥିଲା । ଯାହା ପରେ ଏହି ଦେଶ ନିଜ ସେନାକୁ ସମାପ୍ତ କରି ଦେଇଥିଲା । ଏଠାରେ ଆନ୍ତରିକ ମାମଲାର ସମାଧାନ ପାଇଁ କେବଳ ପୋଲିସ ରହିଛି ।