ଭୋଡାଫୋନ୍ ଆଇଡିଆର ନୂତନ ୱେବ୍ / ଆପ୍ ଏକ୍ସକ୍ଲୁସିଭ୍ ଅଫର୍ ସମସ୍ତ ସର୍କଲରେ ଉପଲବ୍ଧ । ଭୋଡାଫୋନ୍ ପରି ଆଇଡିଆରେ ମଧ୍ୟ ଆପଣ ଏହି ରିଚାର୍ଜରେ ସମାନ ସୁବିଧା ପାଇବେ ।
Trending Photos
)
ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ(Vodafone Idea) ନିଜର ୱେବ୍ / ଆପ୍ ଏକ୍ସକ୍ଲୁସିଭ୍ ଅଫର ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ପ୍ରିପେଡ୍ ପ୍ଲାନ ସହିତ ୫ ଜିବି ଅତିରିକ୍ତ ଡାଟା ପ୍ରଦାନ କରୁଛି । ଏହି ଅଫର ସହିତ ମୋଟ ୫ଟି ପ୍ରିପେଡ୍ ପ୍ଲାନ ତାଲିକାଭୁକ୍ତ କରିଛି । ସେଗୁଡ଼ିକ ହେଉଛି- ୧୪୯ ଟଙ୍କା,୨୧୯ ଟଙ୍କା, ୨୪୯ ଟଙ୍କା, ୩୯୯ ଟଙ୍କା ଏବଂ ୫୯୯ ଟଙ୍କାର ପ୍ଲାନ । ଏହି ୫ଟି ପ୍ଲାନ ଭୋଡାଫୋନ୍ ଆଇଡିଆ ୱେବ୍ / ଆପ୍ ଏକ୍ସକ୍ଲୁସିଭ୍ ଅଫରର ଏକ ଅଂଶ । ଯେପରି ନାଁରୁ ସୂଚାଏ । ଏହି ଅଫର କେବଳ ୱେବସାଇଟ୍ ଏବଂ ଅଫିସିଆଲ୍ ଆପ୍ ମାଧ୍ୟମରେ କରାଯାଇଥିବା ଭୋଡାଫୋନ୍ ଆଇଡିଆ ରିଚାର୍ଜରେ ବୈଧ ହେବ ।
ୱେବ୍ / ଆପ୍ ଏକ୍ସକ୍ଲୁସିଭ୍ ଅଫର୍ ଉଭୟ ଭୋଡାଫୋନ୍ ଓ ଆଇଡିଆ ୱେବସାଇଟରେ ତାଲିକାରେ ରହିଛି । ୧୪୯ ଟଙ୍କା ପ୍ରିପେଡ୍ ପ୍ଲାନରେ ୨ ଜିବି ଡାଟା ବ୍ୟତୀତ ୧ ଜିବି ଅତିରିକ୍ତ ଡାଟା ମିଳିବ । ଅର୍ଥାତ ନୂତନ ଅଫର ଅନୁଯାୟୀ ଆପଣ ଏହି ପ୍ଲାନରେ ମୋଟ ୩ ଜିବି ଡାଟା ପାଇବେ । ଏହା ବ୍ୟତୀତ ୧୪୯ ଟଙ୍କାର ପ୍ରିପେଡ୍ ପ୍ଲାନରେ ୨୮ଦିନର ବୈଧତା ସହିତ ଅସୀମିତ କଲିଂ, ଭୋଡାଫୋନ୍ ପ୍ଲେ ସବସ୍କ୍ରିପସନ୍, ଜି5 ସବସ୍କ୍ରିପସନ୍ ଇତ୍ୟାଦି ପ୍ରଦାନ କରେ ।
୨୧୯ ଟଙ୍କା ଭୋଡାଫୋନ୍ ଆଇଡିଆ ପ୍ରିପେଡ୍ ପ୍ଲାନ ବିଷୟରେ କହିବାକୁ ଗଲେ । ଏଥିରେ ପ୍ରତିଦିନ ୧ ଜିବି ଡାଟା ଲାଭ ସହିତ ୨ ଜିବି ଅତିରିକ୍ତ ଡାଟା ମିଳିବ । ଏହାର ଅର୍ଥ ହେଉଛି ପ୍ରତିଦିନ ୧ ଜିବି ଡାଟା ସହିତ ଆପଣ ଏହି ୨ ଜିବି ଅତିରିକ୍ତ ଡାଟା ୨୮ ଦିନ ପାଇଁ ବ୍ୟବହାର କରିପାରିବେ । ଏହା ବ୍ୟତୀତ ୧୪୯ ଟଙ୍କା ମୂଲ୍ୟର ପ୍ରିପେଡ୍ ପ୍ଲାନରେ ଅସୀମିତ କଲିଂ, ଦୈନିକ ୧୦୦ ଏସଏମଏସ, ଭୋଡାଫୋନ୍ ପ୍ଲେ ସବସ୍କ୍ରିପସନ୍ ଏବଂ ଜି5 ସବସ୍କ୍ରିପସନ୍ ପ୍ରଦାନ କରାଯାଇଛି ।
ବର୍ତ୍ତମାନ ଆସନ୍ତୁ ୨୪୯ ଟଙ୍କା ମୂଲ୍ୟର ଏକ ପ୍ରିପେଡ୍ ପ୍ଲାନ ବିଷୟରେ ଆଲୋଚନା କରିବା । ଯେଉଁଥିରେ ଆପଣ ପ୍ରତିଦିନ ୧.୫ ଜିବି ଡାଟା ପାଇପାରିବେ । ତେବେ ନୂତନ ଅଫର ଅନୁଯାୟୀ, ପ୍ରତିଦିନ ୧.୫ ଜିବି ଡାଟା ସହିତ ୨୮ ଦିନ ପାଇଁ ୫ ଜିବି ଅତିରିକ୍ତ ଡାଟା ଉପଲବ୍ଧ ହେବ । ଏହା ସହିତ ଅସୀମିତ କଲିଂ, ପ୍ରତିଦିନ ୧୦୦ ଏସଏମଏସ, ଭୋଡାଫୋନ୍ ପ୍ଲେ ସବସ୍କ୍ରିପସନ୍ ଏବଂ ଜି5 ସବସ୍କ୍ରିପସନ୍ ମଧ୍ୟ ୨୮ ଦିନର ବୈଧତା ସହିତ ଉପଲବ୍ଧ ହେବ । ୩୯୯ ଟଙ୍କା ପ୍ରିପେଡ୍ ପ୍ଲାନରେ ଆପଣ ସମାନ ସୁବିଧା ପାଇବେ । ଯାହା ୨୪୯ ଟଙ୍କା ରିଚାର୍ଜରେ ଉପଲବ୍ଧ ରହିଛି । ପାର୍ଥକ୍ୟ କେବଳ ବୈଧତା ୫୬ ଦିନର ହେବ । ସେହିଭଳି ୫୯୯ ଟଙ୍କା ମୂଲ୍ୟର ପ୍ରିପେଡ୍ ପ୍ଲାନ ମଧ୍ୟ ୨୪୯ ଟଙ୍କା ପ୍ରିପେଡ୍ ପ୍ଲାନ ସୁବିଧା ସହିତ ତାଲିକାଭୁକ୍ତ ହୋଇଛି । ଯଦିଓ ଏହି ଯୋଜନାରେ ଆପଣ ୮୪ ଦିନ ପାଇଁ ଏହି ସୁବିଧା ପାଇବେ ।
ଭୋଡାଫୋନ୍ ଆଇଡିଆର ନୂତନ ୱେବ୍ / ଆପ୍ ଏକ୍ସକ୍ଲୁସିଭ୍ ଅଫର୍ ସମସ୍ତ ସର୍କଲରେ ଉପଲବ୍ଧ । ଭୋଡାଫୋନ୍ ପରି ଆଇଡିଆରେ ମଧ୍ୟ ଆପଣ ଏହି ରିଚାର୍ଜରେ ସମାନ ସୁବିଧା ପାଇବେ ।