Vodafone Ideaର ଏହି ଗ୍ରାହକଙ୍କୁ ଆଉ ମିଳିବନି ଦ୍ୱିଗୁଣା ଡାଟା
Advertisement

Vodafone Ideaର ଏହି ଗ୍ରାହକଙ୍କୁ ଆଉ ମିଳିବନି ଦ୍ୱିଗୁଣା ଡାଟା

ଏଠାର ଜଣାଇ ଦେବାକୁ ଚାହିଁବୁ ଯେ, କମ୍ପାନୀ ଚଳିତ ମାସ ଆରମ୍ଭରେ ଏହାର ଡବଲ୍ ଡାଟା ଅଫର ଘୋଷଣା କରିଥିଲା, ଯେଉଁଥିରେ ୨୪୯,୩୯୯ ଓ ୫୯୯ ଟଙ୍କା ପ୍ରିପେଡ୍ ରିଚାର୍ଜ ପ୍ଲାନ ସାମିଲ ଥିଲା । ଏହି ପ୍ଲାନରେ ଭୋଡାଫୋନ୍ ଆଇଡିଆ ଗ୍ରାହକମାନଙ୍କୁ ୧.୫ ଜିବି ଅତିରିକ୍ତ ଡାଟା ପ୍ରଦାନ କରାଯାଉଛି ।

Vodafone Ideaର ଏହି ଗ୍ରାହକଙ୍କୁ ଆଉ ମିଳିବନି ଦ୍ୱିଗୁଣା ଡାଟା

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ(Vodafone Idea) ନିଜର ଡବଲ୍ ଡାଟା ଅଫର୍ ୨୨ଟି ଟେଲିକମ୍ ସର୍କଲରେ  ଆରମ୍ଭ କରିଥିଲା । କିନ୍ତୁ ବର୍ତ୍ତମାନ ଏହି ଅଫର କେବଳ ୧୪ ସର୍କଲରେ ହିଁ ଉପଲବ୍ଧ ହେବ । ହଁ ଅଜ୍ଞା, ଏହାର ଅର୍ଥ ହେଉଛି ଟେଲିକମ୍ ଅପରେଟର ୮ଟି ଟେଲିକମ୍ ସର୍କଲରେ ଏହି ସୁବିଧା ବନ୍ଦ କରି ଦେଇଛି । 

ଏଠାର ଜଣାଇ ଦେବାକୁ ଚାହିଁବୁ ଯେ, କମ୍ପାନୀ ଚଳିତ ମାସ ଆରମ୍ଭରେ ଏହାର ଡବଲ୍ ଡାଟା ଅଫର ଘୋଷଣା କରିଥିଲା, ଯେଉଁଥିରେ ୨୪୯,୩୯୯ ଓ ୫୯୯ ଟଙ୍କା ପ୍ରିପେଡ୍ ରିଚାର୍ଜ ପ୍ଲାନ ସାମିଲ ଥିଲା । ଏହି ପ୍ଲାନରେ ଭୋଡାଫୋନ୍ ଆଇଡିଆ ଗ୍ରାହକମାନଙ୍କୁ ୧.୫ ଜିବି ଅତିରିକ୍ତ ଡାଟା ପ୍ରଦାନ କରାଯାଉଛି ।

ଭୋଡାଫୋନ୍ ଇଣ୍ଡିଆର ୱେବସାଇଟରେ ଦେଖାଯାଇଥିବା ଅପଡେଟ୍ ଅନୁଯାୟୀ, ଡବଲ୍ ଡାଟା ଅଫର୍ ଆଉ ୮ଟି ସର୍କଲରେ ଉପଲବ୍ଧ ନାହିଁ । ଏହି ୮ଟି ସର୍କଲ୍- ଅରୁଣାଚଳ ପ୍ରଦେଶ, ବିହାର, ଗୁଜୁରାଟ, କେରଳ, ମହାରାଷ୍ଟ୍ର-ଗୋଆ, ଉତ୍ତର-ପୂର୍ବ, ପଞ୍ଜାବ ଏବଂ ୟୁପି ପଶ୍ଚିମ ସାମିଲ ରହିଛି । ତେବେ ଲଞ୍ଚ ସମୟରେ ଏହା ହୋଇ ନଥିଲା । ଲଞ୍ଚ ସମୟରେ, ଭୋଡାଫୋନ୍ ଆଇଡିଆର ଏହି ଡବଲ୍ ଡାଟା ଅଫର୍ ୨୨ଟି ଟେଲିକମ୍ ସର୍କଲରେ ଉପଲବ୍ଧ କରାଯାଇଥିଲା ।