ନୂଆଦିଲ୍ଲୀ: କୋରୋନା ମହାମାରୀର ଦ୍ୱିତୀୟ ଲହର ଆସିବା ପରେ ଦେଶରେ କୋଭିଡ୧୯ ସଂକ୍ରମଣ ଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ମଧ୍ୟରେ ଦେଶବ୍ୟାପୀ ଲକ୍ଷାଧିକ ନୂଆ କୋରୋନା ମାମଲା ସାମ୍ନାକୁ ଆସିବା ପରେ ସ୍ଥିତି ସଂକଟାପର୍ଣ୍ଣ ହୋଇପଡିଛି। ଏହି ବିଶ୍ୱ ମହାମାରୀର ନିୟନ୍ତ୍ରଣ ପାଇଁ ଟିକାକରଣ ଚାଲିଥିଲେ ମଧ୍ୟ ଏହାର କୌଣସି ଆଖିଦୃଶିଆ ସଫଳତା ଏ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇନାହିଁ। 


COMMERCIAL BREAK
SCROLL TO CONTINUE READING

କୋରୋନା ମୁକାବିଲା ପାଇଁ ଏବେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଅନିବାର୍ଯ୍ୟ ହୋଇପଡିଛି। ଦେଶରେ ଏହି ବିଶ୍ୱ ମହାମାରୀର ପ୍ରକୋପ ଦେଖାଯିବା ପରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ସହ ଜଡିତ ଲୋକଙ୍କୁ ପିପିଇ କିଟ (PPE Kit) ପିନ୍ଧୁଥିବାର ଦେଖିବାକୁ ମିଳୁଛି ହେଲେ ଏବେ ସୁରକ୍ଷା ଦାୟିତ୍ୱରେ ରହୁଥିବା ଯବାନ ଏହାକୁ ପିନ୍ଧି ରାସ୍ତାରେ ଯାଉଛନ୍ତି। 


Also Read: କୋରୋନା ସଂକ୍ରମଣକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ


 


ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର (Madhya Pradesh) ଜବଲପୁର (Jabalpur) ଜିଲ୍ଲାରେ। ଯେଉଁଠି ଚୋରି କରିବା ଅଭିଯୋଗରେ ଧରାପଡିଥିବା ୨ ଅଭିଯୁକ୍ତଙ୍କୁ ଜେଲ ନେବା ରେଳବାଇ ପୋଲିସ କର୍ମଚାରୀଙ୍କୁ ପିପିଇ କିଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ମହାମାରୀ କବଳରୁ ରକ୍ଷା ପାଇବା ଲାଗି ସେ କୋରୋନ ମୁକାବିଲା ଲାଗି ଜାରି ହୋଇଥିବା ଗାଇଡଲାଇନ୍ସ ପାଳନ କରିଥିଲେ। 


Also Read: Fights with Corona: Vaccine ନୁହେଁ Tablet କରିବ ଆରୋଗ୍ୟ


 


ଚୋରି କରିବା ଅଭିଯୋଗରେ ଧରାପଡିଥିବା ୨ ଅଭିଯୁକ୍ତଙ୍କ କୋରୋନା ପରୀକ୍ଷା କରିଥିଲା ପୋଲିସ। ସେମାନଙ୍କ ମଧ୍ୟରୁ ଜଣେ କୋରୋନା ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଥିଲା। ଅଭିଯୁକ୍ତଙ୍କୁ କୋର୍ଟରେ  ହାଜର କରିବାକୁ ନେଉଥିବା ବେଳେ ଅଫିସ ଗାଡି ଖରାପ ହୋଇଯାଇଥିଲା। ଏହା ପରେ ଜଣେ ରେଳବାଇ ପୋଲିସ କର୍ମଚାରୀ ପିପିଇ କିଟ ପିନ୍ଧି ଉଭୟଙ୍କୁ ରାସ୍ତାରେ ଚଲାଇ ଚଲାଇ କୋର୍ଟରେ ପହଞ୍ଚାଇଥିଲେ। ଏ ଘଟଣାରେ ପ୍ରତିକ୍ରିୟା ରଖି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତିତ କୋରୋନା ଗାଇଡଲାଇନ୍ସ କରିବାକୁ ଯାଇ ସମ୍ପୃକ୍ତ କର୍ମଚାରୀଙ୍କୁ ଏହା ପିନ୍ଧିବାକୁ ପଡିଥିଲା।