୨୫ ପଇସାର ଏହି ମୁଦ୍ରା ଆପଣଙ୍କୁ କରିଦେବ ଲକ୍ଷପତି! ଏହିପରି କରନ୍ତୁ ବିକ୍ରି
Advertisement

୨୫ ପଇସାର ଏହି ମୁଦ୍ରା ଆପଣଙ୍କୁ କରିଦେବ ଲକ୍ଷପତି! ଏହିପରି କରନ୍ତୁ ବିକ୍ରି

୧୯୮୫ ମସିହାରେ ତିଆରି ହୋଇଥିବା ୨୫ ପଇସା ମୁଦ୍ରା ଯଦି ଆପଣଙ୍କ ପାଖରେ ଅଛି, ତେବେ ଆପଣ ସହଜରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । କାରଣ ଯେଉଁ ଲୋକମାନେ ପୁରୁଣା ମୁଦ୍ରା ସଂଗ୍ରହ କରନ୍ତି । ସେମାନେ ସର୍ବାଧିକ ମୂଲ୍ୟରେ ଏହି ପୁରୁଣା ମୁଦ୍ରା କିଣିଥାନ୍ତି ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ୨୫ ପଇସା ମୁଦ୍ରାରୁ ଲକ୍ଷ ଲକ୍ଷ ଟଙ୍କା ମିଳିବ ବିଷୟ ଯଦିଓ ଆପଣଙ୍କୁ ମଜାକ ଲାଗିପାରେ । କିନ୍ତୁ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହା ନିଶ୍ଚିତ ଭାବରେ ସମ୍ଭବ । କାରଣ ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ପୁରୁଣା ମୁଦ୍ରା ଓ ନୋଟ୍ ସଂଗ୍ରହ କରନ୍ତି । ଏଥିପାଇଁ ଆପଣଙ୍କୁ କେବଳ ସଠିକ୍ କ୍ରେତା ଖୋଜିବାକୁ ପଡିବ ଓ ୨୫ ପଇସାର ସଠିକ୍ ମୁଦ୍ରା ରହିବା ମଧ୍ୟ ଆପଣଙ୍କ ପାଖରେ ରହିବା ଆବଶ୍ୟକ । ଯେଉଁଥିରେ ଆପଣ ଲକ୍ଷପତି ହୋଇପାରିବେ । ଜାଣନ୍ତୁ ୨୫ ପଇସା ମୁଦ୍ରାରୁ ଆପଣ କିପରି ଲକ୍ଷ ଲକ୍ଷ ଟଙ୍କା ପାଇପାରିବେ.. 

ଏହି ପୁରୁଣା ମୁଦ୍ରା ଆବଶ୍ୟକ- ୧୯୮୫ ମସିହାରେ ତିଆରି ୨୫ ପଇସାର ମୁଦ୍ରା ଆପଣଙ୍କ ପାଖରେ ଥିଲେ ଆପଣ ସହଜରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । ଏଥିପାଇଁ ଆପଣଙ୍କୁ ଏହି ମୁଦ୍ରାର ଫଟୋ indiamart.com ୱେବସାଇଟରେ ଅପଲୋଡ୍ କରିବାକୁ ପଡିବ । ଯାହାଫଳରେ ଆପଣ ଏହି ମୁଦ୍ରାର ସଠିକ୍ କ୍ରେତା ପାଇପାରିବେ । ଏହା ସହିତ, ଆପଣ ଏହି ୱେବସାଇଟରେ ଗ୍ରାହକଙ୍କ ସହିତ ମୂଲଚାଲ ମଧ୍ୟ କରିପାରିବେ ।

ଅଧିକ ପଢ଼ନ୍ତୁ: HBD: ଡ୍ୟାନ୍ସିଂ ଆସିଷ୍ଟାଣ୍ଟରୁ 'ଡିସ୍କୋ ଡ୍ୟାନ୍ସର୍' ପର୍ଯ୍ୟନ୍ତ, ଏପରି ଥିଲା ମିଥୁନ ଚକ୍ରବର୍ତ୍ତୀଙ୍କ ବଲିଉଡ଼ ଯାତ୍ରା

ୱେବସାଇଟରେ ଲାଗିଥାଏ ବିଡ୍ - ଯେତେବେଳେ ଆପଣ ଏହି ମୁଦ୍ରାର ଫଟୋକୁ indiamart.com ୱେବସାଇଟରେ ଅପଲୋଡ୍ କରିନେବେ । ଏହା ପରେ ଏହି ମୁଦ୍ରା ନିଲାମ ହେବ । ଯେଉଁଠାରେ ଆପଣ ଏହି ମୁଦ୍ରା ବଦଳରେ ଲକ୍ଷ ଲକ୍ଷ ଟଙ୍କା ପାଇପାରିବେ । କାରଣ ଯେଉଁମାନେ ପୁରୁଣା ମୁଦ୍ରା ସଂଗ୍ରହ କରନ୍ତି । ସେମାନେ ସର୍ବାଧିକ ମୂଲ୍ୟରେ ଏହି ପୁରୁଣା ମୁଦ୍ରା କିଣିଥାନ୍ତି ।

ଅଧିକ ପଢ଼ନ୍ତୁ: Vaccine ନ ଲଗାଇଲେ ବ୍ଲକ୍ ହୋଇଯିବ ସିମ୍ କାର୍ଡ, ଏଠାରେ ନିଆଗଲା ଏହି ନିଷ୍ପତ୍ତି

କିପରି ଅପଲୋଡ୍ କରିବେ ମୁଦ୍ରା ଡିଟେଲ୍ସ- ଘରେ ବସି ଏହି ୨୫ ପଇସା କିମ୍ବା ଅନ୍ୟ କୌଣସି ମୁଦ୍ରା ବିକ୍ରୟ କରିବା ପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯାତାୟାତ କରିବାର ଆବଶ୍ୟକତା ନାହିଁ । ଘରେ ବସି ଇଣ୍ଡିଆମାର୍ଟରେ ଏକ ଆକାଉଣ୍ଟ ତିଆରି କରନ୍ତୁ ଓ ଏହି ମୁଦ୍ରାର ଫଟୋ ଅପଲୋଡ୍ କରି ଟଙ୍କା ରୋଜଗାର କରନ୍ତୁ । ଏଥିପାଇଁ indiamart.com ର ୱେବସାଇଟ୍ ଭିଜିଟ କରି ଆପଣଙ୍କୁ ଆକାଉଣ୍ଟ୍ ତିଆରି କରିବାକୁ ପଡିବ ଓ ଏହାପରେ ମୁଦ୍ରାର ବିବରଣୀ ଅପଲୋଡ୍ କରନ୍ତୁ ।