)
Diwali gifts 51 brand new cars: ଦୀପାବଳି ପର୍ବ ଅବସରରେ ଅନେକ କମ୍ପାନୀ ନିଜ କର୍ମଚାରୀମାନଙ୍କୁ ଉପହାର ପ୍ରଦାନ କରିଥାନ୍ତି । ପଞ୍ଚକୁଲାର ଏକ କମ୍ପାନୀର ୫୧ ଜଣ କର୍ମଚାରୀଙ୍କୁ ମାଗଣାରେ ୫୧ଟି ନୂଆ କାର ବଣ୍ଟନ କରିଛନ୍ତି। ପଞ୍ଚକୁଲାର ପ୍ରତିଷ୍ଠାତା ଏମକେ ଭାଟିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ଟିମ୍ ସଦସ୍ୟମାନଙ୍କୁ ନୂଆ କାର ଚାବି ପ୍ରଦାନ କରିଥିଲେ । ସେମାନଙ୍କୁ "ରକଷ୍ଟାର ସେଲିବ୍ରିଟି" ବୋଲି ନାମ ଦେଇଥିଲେ। କୃତଜ୍ଞତା ପ୍ରକାଶ କରି, ଏମକେ ଭାଟିଆ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଅନେକ ପ୍ରଶଂସା କରିଥିଲେ।
ପିଟିଆଇ ରିପୋର୍ଟ ଅନୁଯାୟୀ, ଲଗାତାର ତୃତୀୟ ବର୍ଷ ଏମକେ ଭାଟିଆ ନିଜ କମ୍ପାନୀର ଶ୍ରେଷ୍ଠ ପ୍ରଦର୍ଶନକାରୀ ସହକର୍ମୀଙ୍କୁ କାର ଉପହାର ଦେଉଛନ୍ତି। ସୋସିଆଲ ମିଡିଆର ଏକ ପୋଷ୍ଟରେ, ଭାଟିଆ ଲେଖିଛନ୍ତି ଯେ, “ଗତ ଦୁଇ ବର୍ଷ ପରି, ଆମେ ଦୀପାବଳିରେ ଆମର ଶ୍ରେଷ୍ଠ କର୍ମଚାରୀମାନଙ୍କୁ କାର ଉପହାର ଦେଇ ଆସୁଛୁ, ଚଳିତ ବର୍ଷ ମଧ୍ୟ ସମାନ ଢଙ୍ଗରେ ଏହି ଉତ୍ସବ ଜାରି ରହିଛି!
ଏମକେ ଭାଟିଆଙ୍କ କହିବାନୁସାରେ “ ଆମ କମ୍ପାନୀରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ମୁଁ କେବେ କର୍ମଚାରୀ ବୋଲି କହେନାହିଁ କାରଣ ସେମାନେ ମୋ ଫିଲ୍ମି ଜୀବନର ରକଷ୍ଟାର ସେଲିବ୍ରିଟି । ଆମର ଯାତ୍ରାର ସାହସିକତାକୁ ବ୍ଲକବଷ୍ଟର କରୁଥିବା ତାରକା ମୋ ସହଯୋଗୀମାନେ । କିଛି ପଥ ଆମେ ଅତିକ୍ରମ କରିସାରିଛୁ ଏବଂ ଆଗକୁ ପଥ ଯିବାର ଅଛି । ମୋ ସହଯୋଗୀଙ୍କ ପ୍ରୟାସକୁ ଚିହ୍ନିବା ଏବଂ ପ୍ରେରଣା ଦେବା ମୋର ଏକମାତ୍ର ଲକ୍ଷ୍ୟ। ବୋଲି ସେ କହିଛନ୍ତି”
ଭାଟିଆଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି, ୟୁଜର୍ସ ତାଙ୍କ ଉଦାରତାକୁ ଖୁବ ପ୍ରଶଂସା କରୁଛନ୍ତି। ଜଣେ ୟୁଜର୍ସ ଏହା ଲେଖିଛନ୍ତି ଯେ, "ମୋ କମ୍ପାନୀ ମୋତେ ଦୀପାବଳି ଉପହାର ସ୍ୱରୂପ ଏକ ଛୋଟ ଜାର ଡ୍ରାଏ ଫ୍ରୁଟ୍ସ ଏବଂ 4 ଟି ଦିଆସିଲି ଦେଇଥିଲା।" ଆଉ ଜଣେ ଲେଖିଛନ୍ତି, "ଆପଣଙ୍କ ମୂଲ୍ୟବାନ ଟିମ୍ ସଦସ୍ୟମାନଙ୍କ ପାଇଁ ଏହା ଖୁସିର ମୁହୂର୍ତ୍ତ ଏବଂ ସେମାନେ ଆଶୀର୍ବାଦପ୍ରାପ୍ତ।" ସେହିପରି ଅନ୍ୟଜଣେ ମନ୍ତବ୍ୟ ଦେଇଛନ୍ତି ଯେ, "ଏମକେ ଭାଟିଆ ଜୀ, ଏହି ଯୁଗରେ ଆପଣଙ୍କ ପରି ବ୍ୟକ୍ତି ଆମେ ଦେଖିନାହୁଁ, ଆପଣ କର୍ମଚାରୀଙ୍କ ପାଇଁ ଗୋଟିଏ ଚମତ୍କାର କାମ କରିଛନ୍ତି, ଆମେ ଭଗବାନଙ୍କୁ ପ୍ରାର୍ଥନା କରୁଛୁ ଯେ, ଆପଣ ବହୁତ ଖୁସିରେ ରୁହନ୍ତୁ।"