ଏହି ଟିକା କୋରୋନା ଭାଇରସକୁ ୯୯ ପ୍ରତିଶତ ମାରି ପାରୁଥିବା ଦାବି
Advertisement

ଏହି ଟିକା କୋରୋନା ଭାଇରସକୁ ୯୯ ପ୍ରତିଶତ ମାରି ପାରୁଥିବା ଦାବି

ଏହି ଟିକା କୋରୋଲା ଭାଇରସ୍ ଉପରେ ବହୁତ ପ୍ରଭାବ ପକାଉଥିବା ସମ୍ପୃକ୍ତ କମ୍ପାନୀ କହିଛି । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ବ୍ୟଶ୍ୱବ୍ୟାପୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ଯେ ଦିନେ ଟପିବ, ଏବେ ଏଭଳି କିଛି ଆଶଙ୍କା ପ୍ରକାଶ ପାଇଲାଣି । ଅନେକ ଦେଶ କୋରୋନା ଯୋଗୁ ବେଶ ପ୍ରଭାବିତ ହେଲେଣି । କୋରୋନା ଟୀକା ବାହାର କରିବା ପାଇଁ ଗବେଷଣା ଜାରି ରଖିଛନ୍ତି ହଜାର ହଜାର ବୈଜ୍ଞାନିକ । ତେବେ ଏସବୁ ଭିତରେ ଏକ ଔଷଧ କମ୍ପାନୀ କୋରୋନା ଟୀକା ପ୍ରସ୍ତୁତ ହୋଇଥିବା ନେଇ ଦାବି କରିଛି । ଏହି ଟିକା କୋରୋଲା ଭାଇରସ୍ ଉପରେ ବହୁତ ପ୍ରଭାବ ପକାଉଥିବା ସମ୍ପୃକ୍ତ କମ୍ପାନୀ କହିଛି । ତେବେ ଏପର୍ଯ୍ୟନ୍ତ ଏହାର କ୍ଲିନିକାଲ ଟେଷ୍ଟ ସରିନାହିଁ । 

ଇଂଲଣ୍ଡରେ ଚାଲିଛି କ୍ଲିନିକାଲ ଟେଷ୍ଟ

ଔଷଧ ପ୍ରସ୍ତୁତ କମ୍ପାନୀ ସିନୋବେକ ବାୟୋଟିକ ଦାବି କରିଛି, କୋରୋନା ଭାଇରସ ସହ ଲଢ଼ିବା ପାଇଁ ଟୀକା ପ୍ରସ୍ତୁତ ହୋଇଯାଇଛି । ଏହି ଟୀକା ଯୋଗୁ କୋରୋନା ଭାଇରସ୍ ଉପରେ ୯୯ ପ୍ରତିଶତ ପ୍ରଭାବ ପଡ଼ୁଛି । ଏହା ବେଶ ଫଳପ୍ରଦ କାମ କରୁଛି । ତେବେ ଟୀକାର ୨ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟ (Clinical Trial) ଜାରି ରହିଛି । ଟୀକାର ପ୍ରଭାବ ଜାଣିବା ପାଇଁ ଇଂଲଣ୍ଡର ୧ ହଜାର ରୋଗୀଙ୍କ କ୍ଲିନିକାଲ ଟେଷ୍ଟ କରାଯାଉଛି । ବହୁତ ଶୀଘ୍ର ଏହାର ତୃତୀୟ ପର୍ଯ୍ୟନ୍ତ ଅର୍ଥାତ ଶେଷ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟ କରାଯିବ । 

୧୦ ଭ୍ୟାକସିନ ପ୍ରସ୍ତୁତିର ଦ୍ୱାର ଦେଶରେ

ଯାହା ଜଣାପଡ଼ିଛି, କୋଭିଡ ୧୯ ସହ ଲଢ଼ିବା ପାଇଁ ଭିନ୍ନ ଭିନ୍ନ ଦେଶରେ ୧୦ ଟୀକା ପ୍ରସ୍ତୁତି ଚାଲିଛି । ଏହା ଏବେ ଶେଷ ପର୍ଯ୍ୟାୟରେ । ଆମେରିକାର ଏକ ଔଷଧ କମ୍ପାନୀ ଏକ ଟିକର କ୍ଲିନିକାଲ ଟେଷ୍ଟ ଆରମ୍ଭ କରିଛି । ସେହିପରି ଇଂଲଣ୍ଡ ଅକ୍ସଫୋଡ ୟୁନିଭରସିନିରେ ମଧ୍ୟ ପ୍ରସ୍ତୁତ ହେଉଛି କୋରୋନା ଟୀକା ।