Kangana Ranautଙ୍କ ଅଭିଯୋଗ ପରେ ଭାଇରାଲ ହେଉଛି Karan Joharଙ୍କ ଏହି ଭିଡିଓ
Advertisement
Article Detail0/zeeodisha/odisha714656

Kangana Ranautଙ୍କ ଅଭିଯୋଗ ପରେ ଭାଇରାଲ ହେଉଛି Karan Joharଙ୍କ ଏହି ଭିଡିଓ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ନେଇ କଙ୍ଗନା କିଛି ଗୁରୁତର ଅଭିଯୋଗ ଆଣିଥିଲେ ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ ଜଗତରେ ନେପୋନିଜମ ନେଇ ଚର୍ଚ୍ଚା ଜୋରଧରିଛି । ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ସହଜରେ ଅନେକ ଗ୍ରହଣ କରିପାରୁନାହାଁନ୍ତି । ଆରମ୍ଭରୁ ହିଁ ବଲିଉଡ ଜଗତରେ ରହି ଆସିଥିବା ନେପୋନିଜମକୁ ନେଇ ଖୁଲମଖୁଲା ସ୍ୱର ଉତ୍ତୋଳନ କରିଆସୁଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ(Kangana Ranaut)  । ନିକଟରେ କଙ୍ଗନା ପୁଣିଥରେ ଏକ ସାକ୍ଷାତକାରରେ ଫିଲ୍ମ ମେକର କରଣ ଜୋହରଙ୍କୁ ନିଶାନା କରିଛନ୍ତି । କଙ୍ଗନାଙ୍କ ପରି ଅଭିନେତ୍ରୀଙ୍କୁ ଇଣ୍ଡଷ୍ଟ୍ରିରୁ ବାହାର କରିଦେବା ଦରକାର ବୋଲି କୁଆଡ଼େ କହିଥିଲେ କରଣ ଜୋହର । ଯାହାକୁ ଏବେ ପୁଣିଥରେ ମନେପକାଇ ଦେଇଛନ୍ତି କଙ୍ଗନା । ଆଉ ସାକ୍ଷାତକାରରେ କଙ୍ଗନା ଏହା କହିବାପରେ ଟ୍ୱିଟରରେ ସେହି ଭିଡିଓ ଭାଇରାଲ ହେଉଛି, ଯେଉଁ ଭିଡିଓରେ କରଣ ଜୋହର କଙ୍ଗନାଙ୍କ ଉପରେ ଏପରି କିଛି ଟିପ୍ପଣୀ ରଖିଥିଲେ ।  

ଭାଇରାଲ ଭିଡିଓରେ କରଣ ଜୋହର କହୁଛନ୍ତି, ''କଙ୍ଗନା ଭିକ୍ଟିମ ଓ ମହିଳା କାର୍ଡ ଖେଳୁଥିବା ଦେଖି ମୁଁ ପୁରା ଧକ୍କି ଗଲିଣି । ଆପଣ ସବୁବେଳେ ଭିକ୍ଟିମ ହୋଇପାରିବେ ନାହିଁ କିମ୍ବା ଖରାପ ଦୁନିଆ ଓ ଇଣ୍ଡଷ୍ଟ୍ରି ଡରାଇବା ଓ ଧମକାଇବାର କାହାଣୀ ଶୁଣାଇପାରିବେ ନାହିଁ । ଯଦି ଏପରି କିଛି ହେଉଛି, ତେବେ ଆପଣ ଛାଡ଼ି ଦିଅନ୍ତୁ । ଆପଣଙ୍କ ମୁଣ୍ଡରେ ବନ୍ଧୁକ ରଖି ଇଣ୍ଡଷ୍ଟ୍ରିରେ ରହିବା ପାଇଁ କିଏ କହୁଛି ? ଆପଣ ଛାଡ଼ି ଦିଅନ୍ତୁ ଇଣ୍ଡଷ୍ଟ୍ରି, ଅନ୍ୟ କିଛି କାମ କରନ୍ତୁ ।''

କହିରଖୁଛୁ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ନେଇ କଙ୍ଗନା କିଛି ଗୁରୁତର ଅଭିଯୋଗ ଆଣିଥିଲେ । ଏପରିକି ଯଦି ନିଜର ଅଭିଯୋଗକୁ ପ୍ରମାଣ କରି ନ ପାରିବେ, ତେବେ ସରକାରଙ୍କ ଦ୍ୱାରା ମିଳିଥିବା ପଦ୍ମଶ୍ରୀ ପୁରସ୍କାରକୁ ମଧ୍ୟ ଫେରାଇଦେବେ ବୋଲି କହିଥିଲେ କଙ୍ଗନା ରଣାୱତ । 

;