Advertisement
Article Detail0/zeeodisha/odisha666886
Zee OdishaOdisha National-Internationalପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଶିଶୁଙ୍କ ସହ ୩ ଜଣଙ୍କ ମୃତ୍ୟୁ

ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଶିଶୁଙ୍କ ସହ ୩ ଜଣଙ୍କ ମୃତ୍ୟୁ

ପ୍ରଥମେ ପାକିସ୍ତାନୀ ସେନା ଅପରାହ୍ନ ୫ଟାରେ କୁପୱାରା ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ସେନା ପୋଷ୍ଟ ଏବଂ ଆବାସିକ ଅଞ୍ଚଳକୁ ଟାର୍ଗେଟ କରି ପ୍ରବଳ ଗୁଳିଗୋଳା କରିଥିଲା ପାକ୍ ସେନା ।  ଏହି ଗୁଳିଗୋଳାରେ ଜଣେ ଶିଶୁଙ୍କ ସମେତ ତିନି ଜଣ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ଘଟିଛି । ଗୁଳିଗୋଳାରେ ୨ ଡଜନରୁ ଅଧିକ ଘର ଏବଂ ୧ ଡଜନରୁ ଅଧିକ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । 

ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଶିଶୁଙ୍କ ସହ ୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କୁପୱାରା ଠାରେ ପାକିସ୍ତାନ ଦ୍ୱାରା କରାଯାଇଥିବା ଗୁଳିଗୋଳାରେ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଘର ନଷ୍ଟ ହୋଇଯାଇଛି । ପାକିସ୍ତାନୀ ସେନା କୁପୱାରାର କିରଣ ସେକ୍ଟରରେ LoC ଉପରେ ଗୁଳି ଚଳାଇଥିଲା । ମୃତ୍ୟୁବରଣ କରିଥିବା ତିନି ସାଧାରଣ ନାଗରିକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ପୁରୁଷ ଏବଂ ଏକ ଶିଶୁ ଅଛନ୍ତି । ଗୁଳି ବିନିମୟରେ ଅନେକ ଘର ଓ ଗାଡି ମଧ୍ୟ ନଷ୍ଟ ହୋଇଯାଇଛି । ଭୟ ଯୋଗୁଁ ଲୋକମାନେ ନିଜ ଘର ଛାଡ଼ି ବାହାରକୁ ଆସିଥିଲେ ।

ପ୍ରଥମେ ପାକିସ୍ତାନୀ ସେନା ଅପରାହ୍ନ ୫ଟାରେ କୁପୱାରା ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ସେନା ପୋଷ୍ଟ ଏବଂ ଆବାସିକ ଅଞ୍ଚଳକୁ ଟାର୍ଗେଟ କରି ପ୍ରବଳ ଗୁଳିଗୋଳା କରିଥିଲା ପାକ୍ ସେନା ।  ଏହି ଗୁଳିଗୋଳାରେ ଜଣେ ଶିଶୁଙ୍କ ସମେତ ତିନି ଜଣ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ଘଟିଛି । ଗୁଳିଗୋଳାରେ ୨ ଡଜନରୁ ଅଧିକ ଘର ଏବଂ ୧ ଡଜନରୁ ଅଧିକ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପାକିସ୍ତାନର ଏହି ଘୃଣ୍ୟ କାର୍ଯ୍ୟର ଭାରତୀୟ ସେନା ଦୃଢ଼ ଜବାବ ଦେଉଛି ।

ଏଠାରେ କହି ରଖୁଛୁ ଯେ, କେବଳ କାଶ୍ମୀର ନୁହେଁ, ଜମ୍ମୁ, ରାଜୋରି ଏବଂ ପୁଞ୍ଚରେ ମଧ୍ୟ ପାକିସ୍ତାନ LoC ନିକଟସ୍ଥ ଆବାସିକ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଟାର୍ଗେଟ କରି ପ୍ରବଳ ଗୁଳି ଚଳାଇଛି । ସନ୍ଧ୍ୟା ସାତଟାରୁ ପାକ୍ ସେନା ବାଲାକୋଟ ଏବଂ ମେଣ୍ଢକ ସେକ୍ଟରରେ ବିନା କୌଣସି ଉତ୍ତେଜନାରେ ମୋର୍ଟାରରୁ ଗୁଳି ଚଳାଇବା ଆରମ୍ଭ କରିଥିଲା । ସାଧାରଣ ଲୋକଙ୍କ ଉପରେ ପାକିସ୍ତାନୀ ଗୁଳିଗୋଳାର ଭାରତୀୟ ସେନା ଉପଯୁକ୍ତ ଉତ୍ତର ଦେଉଛି ।

Add Zee News as a Preferred Source
About the Author