ଏବେ ବି କିଛି ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି । ସର୍ଚ୍ଚ ଅପରେସନ ଜାରିରହିଛି ।
Trending Photos
)
ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ । ଆଜି ସକାଳୁ ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଏହି ଏନକାଉଣ୍ଟର ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି ।
ଯାହା ଜଣାପଡ଼ିଛି, ଆତଙ୍କବାଦୀମାନେ ଦକ୍ଷିଣ ଖୁଲଚୋରା ଅଞ୍ଚଳରେ ଲୁଚିଥିଲେ । ତେବେ ଏହା ଜଣାପଡ଼ିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି ।
Encounter has started at Khulchohar area of Anantnag. Jammu & Kashmir Police and security forces are on the job. Further details shall follow: Kashmir Zone Police
— ANI (@ANI) June 28, 2020
ଅନ୍ୟପଟେ ଏବେ ବି କିଛି ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି । ସର୍ଚ୍ଚ ଅପରେସନ ଜାରିରହିଛି । ମୃତ ଆତଙ୍କବାଦୀଙ୍କ ଠାରୁ ଏକେ-୪୭ ବନ୍ଧୁକ ଏବଂ ଦୁଇଟି ପିସ୍ତଲ ଜବତ ହୋଇଛି ।