ରେଳ ଧାରଣାରେ ବସି ଗୀତ ଶୁଣିବା ହେଲା କାଳ, ଟ୍ରେନରେ କଟି ୩ ଯୁବକ ମୃତ
Advertisement

ରେଳ ଧାରଣାରେ ବସି ଗୀତ ଶୁଣିବା ହେଲା କାଳ, ଟ୍ରେନରେ କଟି ୩ ଯୁବକ ମୃତ

ରେଳ ଧାରଣାରେ ବସି ଗୀତ ଶୁଣିବା ବେଳେ ଟ୍ରେନରେ କଟିଯିବାରୁ ୩ ଯୁବକଙ୍କ ମୃତ୍ୟୁ ଘଟିଛି । 

ରେଳ ଧାରଣାରେ  ବସି ଗୀତ ଶୁଣିବା  ହେଲା କାଳ, ଟ୍ରେନରେ କଟି ୩ ଯୁବକ ମୃତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ରେଲୱେ ଟ୍ରାକରେ ବସି ଗୀତ ଶୁଣିବା ୩ଜଣ ଯୁବକଙ୍କ ଲାଗି ମହଙ୍ଗା ପଡିଛି । ଉଚ୍ଚସ୍ୱରରେ ଗୀତ ଶୁଣିବା ବେଳେ ଟ୍ରେନ ଆସିବାର ଶବ୍ଦ ଶୁଣି ପାରିନଥିଲେ ସେମାନେ । ଯାହାର ଫଳସ୍ୱରୂପ ଟ୍ରେନରେ କଟି ସେହି ତିନି ଯୁବକଙ୍କ ମୃତ୍ୟୁ ଘଟିଛ। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ଦିଲ୍ଲୀ-ହାୱାଡା ରେଳ ଟ୍ରାକରେ ଘଟିଛି। 

ଏ ଘଟଣାରେ ମତ ରଖି ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି ମୃତକ ୩ ଯୁବକ ରେଲୱେ ଟ୍ରାକରେ ବସି ମୋବାଇଲରେ ଗୀତ ଶୁଣୁଥିଲେ । ଏହି ସମୟରେ ଆଗରୁ ଆସୁଥିବା ଟ୍ରେନ ଧକ୍କା ହେବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଗ୍ରେଟର ନୋଏଡାର ବୋଡାକି ଗ୍ରାମ ନିକଟସ୍ଥ ରେଳ ଧାରଣାରେ ଏହି ଦୁର୍ଘଟଣା ଘଟିଛି । ପ୍ରାଣ ହରାଇଥିବା ଯୁବକଙ୍କ ମଧ୍ୟରେ ୨ ଜଣ ସମ୍ପର୍କୀୟ ଏବଂ ସେମାନଙ୍କ ଭାଇ ରହିଥିବା କୁହାଯାଇଛି । 
 
ବେଶ ଭୟାନକ ଥିଲା ଏହି ଦୁର୍ଘଟଣା । ଏନେଇ ଗ୍ରାମବାସୀଙ୍କ କହିବା ଅନୁସାରେ ସେହି ୩ ଯୁବକ ରେଲୱେ ଟ୍ରାକରେ ବସି ଗୀତ ଶୁଣିବା ସହ ହସଖୁସି । ଉଚ୍ଚ ଆବାଜରେ ଗୀତ ଶୁଣିବା ସମୟରେ ସେମାନେ ଟ୍ରେନ ଆସିବାର ଶବ୍ଦ ଶୁଣି ପାରିନଥିଲେ । ଯାହାର ଫଳ ସ୍ୱରୂପ ଏପରି ଦୁର୍ଘଟଣା ଘଟିଥିଲା ।  ଏ ସମ୍ପର୍କିତ ଖବର ପ୍ରସାରିତ ହେବା ପରେ ପୋଲିସ ଏବଂ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।