Advertisement
Article Detail0/zeeodisha/odisha672117
Zee OdishaOdisha National-Internationalଦିଲ୍ଲୀର ଚିଡ଼ିଆଖାନାରେ ବାଘୁଣୀର ମୃତ୍ୟୁ, କୋରୋନା ପରୀକ୍ଷା ପାଇଁ ପଠାଗଲା ନମୁନା

ଦିଲ୍ଲୀର ଚିଡ଼ିଆଖାନାରେ ବାଘୁଣୀର ମୃତ୍ୟୁ, କୋରୋନା ପରୀକ୍ଷା ପାଇଁ ପଠାଗଲା ନମୁନା

ରିବେଶ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ବୁଧବାର ସନ୍ଧ୍ୟାରେ କଳ୍ପନା ନାମକ ଗୋଟିଏ ୧୪ ବର୍ଷୀୟ ବାଘୁଣୀର ମୃତ୍ୟୁ ଘଟିଛି । ଗୁରୁବାର ତାଙ୍କୁ ପୋତି ଦିଆଯାଇଥିଲା । ଏହି ବାଘୁଣୀ ଦୁର୍ବଳ ହୋଇଯାଇଥିଲା । ତାର ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ କ୍ରିଏଟିନିନ୍ ସ୍ତର ବହୁତ ବଢ଼ିଯାଇଥିଲା ।

ଦିଲ୍ଲୀର ଚିଡ଼ିଆଖାନାରେ ବାଘୁଣୀର ମୃତ୍ୟୁ, କୋରୋନା ପରୀକ୍ଷା ପାଇଁ ପଠାଗଲା ନମୁନା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ପ୍ରାଣୀ ଉଦ୍ୟାନରେ "କିଡନୀ ଫେଲ୍" ହେବାରୁ ଗୋଟିଏ ବାଘୁଣୀର ମୃତ୍ୟୁ ଘଟିଛି । କୋରୋନା ଭାଇରସ୍ ପରୀକ୍ଷା ପାଇଁ କର୍ତ୍ତୃପକ୍ଷ ବାଘୁଣୀର ନମୁନା ପଠାଇଛନ୍ତି । ପରିବେଶ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ବୁଧବାର ସନ୍ଧ୍ୟାରେ କଳ୍ପନା ନାମକ ଗୋଟିଏ ୧୪ ବର୍ଷୀୟ ବାଘୁଣୀର ମୃତ୍ୟୁ ଘଟିଛି । ଗୁରୁବାର ତାଙ୍କୁ ପୋତି ଦିଆଯାଇଥିଲା । ଏହି ବାଘୁଣୀ ଦୁର୍ବଳ ହୋଇଯାଇଥିଲା । ତାର ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ କ୍ରିଏଟିନିନ୍ ସ୍ତର ବହୁତ ବଢ଼ିଯାଇଥିଲା ।

ସେ କହିଛନ୍ତି ଯେ, "କରୋନା ଭାଇରସକୁ ଦୃଷ୍ଟିରେ ରଖି ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସମାଧି ସମୟରେ ଅଳ୍ପ ସଂଖ୍ୟକ ଅଧିକାରୀ ଉପସ୍ଥିତ ଥିଲେ ।" କୋରୋନା ଭୂତାଣୁ ପରୀକ୍ଷା ପାଇଁ ସେ ନମୁନାକୁ ଭାରତୀୟ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନ ବରେଲିକୁ ପଠାଇଛନ୍ତି । କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନର ପୂର୍ବତନ ସଦସ୍ୟ ସଚିବ ଡି.ଏନ୍ ସିଂ ଶୁକ୍ରବାର ପ୍ରାଣୀ ଉଦ୍ୟାନର ଅଧିକାରୀଙ୍କ ବିରୋଧରେ ଅବହେଳା କରିଥିବାର ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି ଯେ, ଡିହାଇଡ୍ରେସନ୍ (ଶରୀରରେ ଜଳ ଅଭାବ) ଯୋଗୁଁ ବାଘୁଣୀର ମୃତ୍ୟୁ ହୋଇଥିବା ଜଣାପଡିଛି । ଡିହାଇଡ୍ରେସନ୍ କମ୍ କରିବା ପାଇଁ ବାଘୁଣୀର ଶରୀରରେ ସିଲେଇନ ଦେବା ପାଇଁ ଜବଲପୁରର ଜଣେ ବରିଷ୍ଠ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରାଣୀ ଉଦ୍ୟାନର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ଏହା କରିବାକୁ ମନା କରିଦେଇଥିଲେ ।ଏହା ବ୍ୟତୀତ ବାଘୁଣୀର ଅନ୍ତିମ ସଂସ୍କାର ସମୟରେ କୌଣସି ବରିଷ୍ଠ ଅଧିକାରୀ ଉପସ୍ଥିତ ନଥିଲେ, ଯାହା ନିୟମର ଉଲ୍ଲଂଘନ ବୋଲି ସେ କହିଛନ୍ତି ।

Add Zee News as a Preferred Source
About the Author