ପୋଲିସ ଭୟରେ ସାଢ଼େ ତିନି ଇଞ୍ଚର ମୋବାଇଲକୁ ଗିଳିଲା କଏଦୀ; ବିନା ଅପରେସନରେ କାଢ଼ିଲେ ଡାକ୍ତର
Advertisement

ପୋଲିସ ଭୟରେ ସାଢ଼େ ତିନି ଇଞ୍ଚର ମୋବାଇଲକୁ ଗିଳିଲା କଏଦୀ; ବିନା ଅପରେସନରେ କାଢ଼ିଲେ ଡାକ୍ତର

Tihar jail: ତିହାର ଜେଲର ପୋଲିସ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ କହିଛନ୍ତି ଯେ କଏଦୀ ମୋବାଇଲକୁ ଗିଳିଦେବା ପରେ ତାଙ୍କୁ ପ୍ରଥମେ ଦିଲ୍ଲୀର ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କଏଦୀଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ GB ପ୍ୟାଣ୍ଟ ହସ୍ପିଟାଲକୁ ରେଫର କରାଯାଇଥିଲା, ଯେଉଁଠାରେ ଡାକ୍ତରଙ୍କ ଟିମ୍ ମୋବାଇଲକୁ କଏଦୀଙ୍କ ପେଟରୁ ବାହାର କରିଦେଇଥିଲେ ।"

(ଫଟୋ-ANI)

ନୂଆଦିଲ୍ଲୀ: ତିହାର ଜେଲରେ (Tihar jail) ରହୁଥିବା ଜଣେ କଏଦୀ (Prisoner) ପୋଲିସ ଠାରୁ ଖସିଯିବା ପାଇଁ ଏକ ମୋବାଇଲ୍ ଫୋନ୍ (Mobile phone) ଗିଳି ଦେଇଥିଲେ, ଯେଉଁଥିପାଇଁ ତାଙ୍କୁ ଜେଲରୁ DDU ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ କଏଦୀଙ୍କ ଅବସ୍ଥା ଗୁରୁତର ଥିବାରୁ କଏଦୀ ରୋଗୀଙ୍କୁ ଜିବି ପ୍ୟାଣ୍ଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠାରେ ଡାକ୍ତରମାନେ ଏଣ୍ଡୋସ୍କୋପି (endoscopy) କୌଶଳ ସାହାଯ୍ୟରେ ମୋବାଇଲ୍ ଫୋନ୍ ବାହାର କରିଥିଲେ । ଯେତେବେଳେ ଡାକ୍ତରମାନେ ମୋବାଇଲ୍ ଫୋନର ଆକାରକୁ ଏକ ସ୍କେଲ ସହିତ ମାପ କଲେ, ସେତେବେଳେ ଏହାର ଲମ୍ବ ପ୍ରାୟ ସାଢେ ଛଅ ଇଞ୍ଚ ଏବଂ ଚଉଡା ତିନି ଇଞ୍ଚ ଥିବାର ଜଣା ପଡିଥିଲା ।

ଭାରତର ସବୁଠାରୁ ସୁରକ୍ଷିତ ଏବଂ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ରହିଥିବା ତିହାର ଜେଲ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଜେଲ ମହାନିର୍ଦ୍ଦେଶକ ସନ୍ଦୀପ ଗୋୟଲ କହିଛନ୍ତି ଯେ ୫ ଜାନୁୟାରୀ ୨୦୨୨ ରେ ତିହାର ଜେଲ ନମ୍ବର ୧ ର ଜଣେ ବନ୍ଦୀ ମୋବାଇଲ ଫୋନ ଗିଳି ଦେଇଥିଲା, ଯେତେବେଳେ ଆମର କର୍ମଚାରୀମାନେ ତାଙ୍କ ସହ ଯୋଗାଯୋଗ କରିଥିଲେ, ସେତେବେଳେ ଏହା ଜଣାପଡିଥିଲା ।

କଏଦୀଙ୍କ ନିକଟରେ କିପରି ପହଞ୍ଚିଲା ମୋବାଇଲ୍ ଆମେ ଯାଞ୍ଚ କରୁଛୁ: ଦିଲ୍ଲୀ ପୋଲିସ୍
ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ ଘଟଣାର କିଛି ସମୟ ପରେ କଏଦୀଙ୍କୁ ପ୍ରଥମେ ଦିଲ୍ଲୀର ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କଏଦୀଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଜିବି ପ୍ୟାଣ୍ଟ ହସପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରଙ୍କ ଟିମ୍ ମୋବାଇଲକୁ କଏଦୀଙ୍କ ପେଟରୁ ବାହାର କରିଦେଇଥିଲେ । ସନ୍ଦୀପ ଗୋୟଲ କହିଛନ୍ତି, 'ବର୍ତ୍ତମାନ କଏଦୀଙ୍କ ଅବସ୍ଥା ଭଲ ଅଛି, କଏଦୀଙ୍କ ପାଖକୁ ମୋବାଇଲ୍ ଫୋନ୍ କିପରି ଆସିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ? ଏହା ଯାଞ୍ଚ କରାଯାଉଛି ।'

ବିନା କୌଣସି ଅପରେସନ କରି କଏଦୀଙ୍କ ପେଟରୁ ମୋବାଇଲ ବାହାର କରିଥିଲେ ଡାକ୍ତର
ହସ୍ପିଟାଲର ବରିଷ୍ଠ ଡାକ୍ତର ସିଦ୍ଧାର୍ଥ ଶ୍ରୀବାସ୍ତବ ଏବଂ ଡାକ୍ତର ମନୀଷ ତୋମାର କହିଛନ୍ତି,"ସେମାନଙ୍କ ଦଳ ଏପର୍ଯ୍ୟନ୍ତ ପ୍ରାୟ ୧୦ ଟି ମାମଲା ଦେଖିଛନ୍ତି । ଅନେକ ସମୟରେ ଜେଲରେ ଥିବା କଏଦୀମାନେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ନାର୍କୋଟିକ୍ସ ବ୍ୟାଗ ଗିଳିଥାନ୍ତି । ସେଗୁଡିକୁ ବାହାର କରିବା ପାଇଁ କୌଣସି ଅପରେସନ୍ ତାକୁ କାଢ଼ିବର ତାଙ୍କର ଅଭିଜ୍ଞତା ଅଛି ।"

ଏହା ବି ପଢ଼ନ୍ତୁ: UIDAI ର ଏହି ଆଦେଶ ପରେ ଅବୈଧ ହେଲା କୋଟି କୋଟି ଲୋକଙ୍କ ଆଧାର କାର୍ଡ! ଚେକ୍ କରନ୍ତୁ

ଏହା ବି ପଢ଼ନ୍ତୁ: ମ୍ୟାଚ୍ ପୂର୍ବରୁ କୋଚ୍ ଚାହୁଁଥିଲେ ଟିମ୍ ଇଣ୍ଡିଆ କରୁ Sex, ପୁସ୍ତକରେ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା