)
ନୂଆଦିଲ୍ଲୀ: ଆଜିଠୁ ୧୫ ସହର ପାଇଁ ଟ୍ରେନ ଚଳାଚଳ ଆରମ୍ଭ ହେଉଛି । ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡ଼ା ଟ୍ରେନ ଚଳାଚଳ କରିବ । ଏଥିପାଇଁ ଅନଲାଇନ୍ ମାଧ୍ୟମରେ ଟିକେଟ ବୁକିଂ ହୋଇଛି । ରେଳ ଯାତ୍ରୀଙ୍କ ପାଇଁ ବହୁ ଗାଇଡ୍ ଲାଇନ ଜାରି କରିଛନ୍ତି ସରକାର । ତେବେ ଆସନ୍ତୁ ଜାଣିବା, କେଉଁ ୧୫ ସହରକୁ ରେଳ ଚଳାଚଳ କରୁଛି ଏବଂ ତାର ସମୟ ବିବରଣୀ ବିଷୟରେ ।
ଦେଶର ଚତୁଃପାର୍ଶ୍ୱରେ ଥିବା ୧୫ ପ୍ରମୁଖ ସହରକୁ ରେଳ ସେବା ଆରମ୍ଭ ହେଉଛି । ତେବେ ସମସ୍ତ ୧୫ରୁଟ୍ ନୂଆଦିଲ୍ଲୀ ସହ ଯୋଡି ହୋଇଛି । ନୂଆଦିଲ୍ଲୀରୁ ଦିବ୍ରୁଗଡ଼, ଅଗରତାଲା, ହାୱଡ଼ା, ପାଟନା, ବିଲାସପୁର, ରଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ମୁମ୍ବାଇ, ମାଡଗାଓଁ, ଅହମ୍ମଦାବାଦ, ଜମ୍ମୁତୱୀ, ଥିରୁଅନନ୍ତପୁରମ୍ ଏବଂ ଚେନ୍ନାଇକୁ ରେଳ ସେବା ଆରମ୍ଭ ହେଉଛି ।
ଟ୍ରେନ ଯାତ୍ରା ଆରମ୍ଭ ସମୟ
ହାୱଡ଼ା-ନୂଆଦିଲ୍ଲୀ: 5.05 PM
ନୂଆଦିଲ୍ଲୀ-ହାୱଡ଼ା: 4.55 PM
ମୁମ୍ବାଇ ସେଣ୍ଟ୍ରାଲ-ନୂଆଦିଲ୍ଲୀ: 5.30 PM
ନୂଆଦିଲ୍ଲୀ-ମୁମ୍ବାଇ ସେଣ୍ଟ୍ରାଲ: 4.55 PM
ଅହମ୍ମଦାବାଦ-ନୂଆଦିଲ୍ଲୀ: 6.20 PM
ନୂଆଦିଲ୍ଲୀ-ଅହମ୍ମଦାବାଦ: 8.25 PM
ରାଜେନ୍ଦ୍ର ନଗର(ପାଟନା)-ନୂଆଦିଲ୍ଲୀ: 7.20 PM
ନୂଆଦିଲ୍ଲୀ-ରାଜେନ୍ଦ୍ର ନଗର(ପାଟନା): 5.15 PM
ବେଙ୍ଗାଲୁରୁ-ନୂଆଦିଲ୍ଲୀ: 8.30 PM
ନୂଆଦିଲ୍ଲୀ-ବେଙ୍ଗାଲୁରୁ: 9.15 PM
ଦିବ୍ରୁଗଡ଼-ନୂଆଦିଲ୍ଲୀ: 9.10 PM
ନୂଆଦିଲ୍ଲୀ-ଦିବ୍ରୁଗଡ଼: 4.45 PM
ବିଲାସପୁର-ନୂଆଦିଲ୍ଲୀ: 2.40 PM
ନୂଆଦିଲ୍ଲୀ-ବିଲାସପୁର: 4 PM
ଭୁବନେଶ୍ୱର-ନୂଆଦିଲ୍ଲୀ: 10 AM
ନୂଆଦିଲ୍ଲୀ-ଭୁବନେଶ୍ୱର: 5.05 PM
ଜମ୍ମୁତୱୀ-ନୂଆଦିଲ୍ଲୀ: 8.10 PM
ନୂଆଦିଲ୍ଲୀ-ଜମ୍ମୁତୱୀ: 9.10 PM
ଚେନ୍ନାଇ-ନୂଆଦିଲ୍ଲୀ: 4.35 PM
ନୂଆଦିଲ୍ଲୀ-ଚେନ୍ନାଇ: 4.00 PM
ରାଞ୍ଚି-ନୂଆଦିଲ୍ଲୀ: 5.40 PM
ନୂଆଦିଲ୍ଲୀ-ରାଞ୍ଚି: 3.30 PM
ମଡ଼ଗାଓଁ-ନୂଆଦିଲ୍ଲୀ: 10.30 AM
ନୂଆଦିଲ୍ଲୀ-ମଡ଼ଗାଓଁ: 11.25 AM
ସିକନ୍ଦରାବାଦ-ନୂଆଦିଲ୍ଲୀ: 1.15 PM
ନୂଆଦିଲ୍ଲୀ-ସିକନ୍ଦରାବାଦ: 4.00 PM
ଥିରୁଅନନ୍ତପୁରମ୍-ନୂଆଦିଲ୍ଲୀ: 1.15 PM
ନୂଆଦିଲ୍ଲୀ-ଥିରୁଅନନ୍ତପୁରମ୍: 4.00 PM
ଅଗରତାଲା-ନୂଆଦିଲ୍ଲୀ: 7.00 PM
ନୂଆଦିଲ୍ଲୀ-ଅଗରତାଲା: 7.50 PM
ତେବେ ମନେରଖନ୍ତୁ, ରେଳ ଯାତ୍ରା କରିବାର ୯୦ ମିନିଟ ପୂର୍ବରୁ ଆପଣଙ୍କୁ ଷ୍ଟେସନରେ ପହଞ୍ଚିବାକୁ ହେବ ।