Advertisement
Article Detail0/zeeodisha/odisha700714
Zee OdishaOdisha National-Internationalକୋରୋନା ନେଲା ବିଧାୟକଙ୍କ ଜୀବନ

କୋରୋନା ନେଲା ବିଧାୟକଙ୍କ ଜୀବନ

ଦେଶରେ କୋରୋନା ଭୟଙ୍କର ରୂପ ନେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୧୪ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। କୋରୋନା କବଳରୁ କେହି ମଧ୍ୟ ବାଦ ପଡ଼ୁନାହାନ୍ତି। ନିକଟରେ ତୃଣମୂଳ କଂଗ୍ରେସର ବିଧାୟକ ତମୋନାଶ ଘୋଷ କୋରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାତ୍ର ଆଜି ତାଙ୍କର ସକାଳୁ ମୃତ୍ୟୁ ହୋଇ ସାରିଛି। କ୍ଷମତାସୀନ ଥିବା

କୋରୋନା ନେଲା ବିଧାୟକଙ୍କ ଜୀବନ

କୋଲକାତା: ଦେଶରେ କୋରୋନା ଭୟଙ୍କର ରୂପ ନେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୧୪ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। କୋରୋନା କବଳରୁ କେହି ମଧ୍ୟ ବାଦ ପଡ଼ୁନାହାନ୍ତି। ନିକଟରେ ତୃଣମୂଳ କଂଗ୍ରେସର ବିଧାୟକ ତମୋନାଶ ଘୋଷ କୋରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାତ୍ର ଆଜି ତାଙ୍କର ସକାଳୁ ମୃତ୍ୟୁ ହୋଇ ସାରିଛି। କ୍ଷମତାସୀନ ଥିବା ଏହି ଶାସକ ଦଳର ବିଧାୟକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକବ୍ୟକ୍ତ କରିଛନ୍ତି। 

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି କି, ଏହା ଅତ୍ୟନ୍ତ ଦୁଃଖଦାୟକ, ଦଳର କୋଷାଧ୍ୟକ୍ଷ ଥିବା ତମୋନାଶ ଘୋଷଙ୍କ ମୃତ୍ୟୁରେ ଦଳର ସମସ୍ତ କର୍ମଚାରୀ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।  ସେ ଦୀର୍ଘ ଦିନ ହେବ ଆମ ସହିତ ଜଡ଼ିତ ରହିଥିଲେ। ବର୍ତ୍ତମାନ କୋରୋନା ସଂକଟ ସମୟରେ ଆମକୁ ଛାଡ଼ି ଚାଲିଯାଇଛନ୍ତି ବୋଲି ଦିଦି କହିଛନ୍ତି। ମମତା ଆହୁରି ମଧ୍ୟ କହିଛନ୍ତି ତମୋନାଶ ଲୋକଙ୍କ ପାଇଁ ବହୁତ କିଛି କାମ କରିସାରିଛନ୍ତି। ତାଙ୍କ ସ୍ଥାନ କେହି ମଧ୍ୟ ପୁରଣ କରିପାରିବେ ନାହିଁ ବୋଲି ସେ କହିଛନ୍ତି। 

ସୂଚନା ଯୋଗ୍ୟ ଦୀର୍ଘ ୩୫ ବର୍ଷ ଧରି ଦଳ ସହିତ ଜଡ଼ିତ ଥିଲେ ତମୋନାଶ। ୧୯୯୮ ମସିହାରୁ ଦଳର କୋଷାଧ୍ୟକ୍ଷ ଦାୟିତ୍ୱ ତୁଲାଇ ଆସିଥିଲେ। ସେ ୨୪ ପ୍ରଗଣା ଜିଲ୍ଲା ଫଳଟାରୁ ୩ ଥର ବିଧାୟକ ହୋଇ ସାରିଛନ୍ତି। ସୂଚନା ଯୋଗ୍ୟ ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। 

Add Zee News as a Preferred Source

 

 

About the Author