Advertisement
Article Detail0/zeeodisha/odisha697522

ଲଗାତାର ୧୨ ଦିନରେ ତୈଳଦରରେ ବୃଦ୍ଧି, ୮୦ ଡେଇଁଲା ତୈଳଦର

ଦିନକୁ ଦିନ ମୁଣ୍ଡ ବିନ୍ଧାଉଛି ବର୍ଦ୍ଧିତ ତୈଳଦର

ଲଗାତାର ୧୨ ଦିନରେ ତୈଳଦରରେ ବୃଦ୍ଧି, ୮୦ ଡେଇଁଲା ତୈଳଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟୁଥିଲେ ମଧ୍ୟ ଭାରତୀୟ ତୈଳ ବଜାରରେ କୌଣସି ପ୍ରଭାବ ପଡ଼ୁନଥିବା ଦେଖିବାକୁ ମିଳିଛି। ଫଳରେ ଲଗାତାର ଦ୍ୱାଦଶ ଦିନରେ ମଧ୍ୟ ତୈଳଦରରେ ବୃଦ୍ଧି ଘଟିଛି। ୧୨ ଦିନ ମଧ୍ୟରେ ପେଟ୍ରୋଲ ଦରରେ ୬.୫୩ ପଇସା ଓ ଡିଜେଲ ଲିଟର ପିଛା ୭.୦୪ ପଇସା ବୃଦ୍ଧି ପାଇଛି। ଗୁରୁବାର ପେଟ୍ରୋଲ ଲିଟର ପିଛା ୫୩ ପଇସା ଓ ଡିଜେଲ ଦରରେ ୬୦ ପଇସା ବୃଦ୍ଧି ପାଇଛି।  

ଫଳରେ ଏହି ଦର ବୃଦ୍ଧି ଘଟିବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୭.୮୧ରେ ପହଞ୍ଚି ଥିବା ବେଳେ ଡିଜେଲ ଦର ଲିଟର ପିଛା ୭୬.୪୩ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୮୪.୬୬ ଟଙ୍କାରେ ବିକ୍ରି ହେଉଥିବା ବେଳେ କୋଲକାତାରେ ୭୯.୫୯ ଓ ଚେନ୍ନାଇରେ ୮୧.୩୨ ଟଙ୍କାରେ ପେଟ୍ରୋଲ ଦର ରହିଛି। ଡିଜେଲ ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି। ମୁମ୍ବାଇରେ ଡିଜେଲ ଲିଟର ପିଛା ୭୪.୯୩ ଟଙ୍କା ରହିଥିବା ବେଳେ କୋଲକାତାରେ ୭୧.୯୬ ଓ ଚେନ୍ନାଇରେ ୭୪.୨୩ ଟଙ୍କା ରହିଛି।  

ସୂଚନାଯୋଗ୍ୟ ଲକଡାଉନ ପାଇଁ କେନ୍ଦ୍ର ସରକାର ୮୦ ଦିନ ପାଇଁ ତୈଳଦରରେ କୌଣସି ପରିବର୍ତ୍ତନ କରିନଥିଲେ। ସେପଟେ ବିଦେଶୀ ମୁଦ୍ରାର ଦର ଓ ଅନ୍ତର୍ଜାତୀୟ ବଜାରରେ  କ୍ରୁଡ ଅଏଲ ବା ଅଶୋଧିତ ତୈଳଦରରେ ଦୈନନ୍ଦିନ ପରିବର୍ତ୍ତନ ଘଟିଥାଏ। ଫଳରେ ଏହାକୁ ଆଧାର କରି ଇଣ୍ଡିଆନ ଅଏଲ , ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟ ଭଳି ତୈଳ ବ୍ୟବସାୟକାରୀ ସଂସ୍ଥା ଗୁଡ଼ିକ ପ୍ରତିଦିନ ସକାଳ ପ୍ରାୟ ୬ଟାରେ ନୂତନ ତୈଳଦର ସମ୍ପର୍କରେ ଘୋଷଣା କରିଥାନ୍ତି।  

Add Zee News as a Preferred Source
About the Author