Advertisement
Article Detail0/zeeodisha/odisha701206
Zee OdishaOdisha National-Internationalତୈଳବଜାରରେ ନିଆଁ, ୮୦ ଡେଇଁଲା ପେଟ୍ରୋଲ

ତୈଳବଜାରରେ ନିଆଁ, ୮୦ ଡେଇଁଲା ପେଟ୍ରୋଲ

ପୁଣି ବଢିଲା ତୈଳଦର

ତୈଳବଜାରରେ ନିଆଁ, ୮୦ ଡେଇଁଲା ପେଟ୍ରୋଲ

ନୂଆଦିଲ୍ଲୀ: ପୁଣି ବଢିଲା ତୈଳଦର। ଲଗାତାର ୧୯ତମ ଦିନ ପାଇଁ ଆଜି ତୈଳଦର ବଢିଛି। ଗତକାଲି ପେଟ୍ରୋଲ ଦର ବଢିନଥିବା ବେଳେ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢିଛି। ଆଜି ଦିଲ୍ଲୀରେ ଡିଜେଲ ଲିଟର ପିଛା ୧୪ ପଇସା ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲ ୧୬ ପଇସା ବୃଦ୍ଧି ପାଇଛି। ଫଳରେ କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ ଡିଜେଲ ଦର ୮୦ ଟଙ୍କା ଅତିକ୍ରମ କରିଛି । ଦିଲ୍ଲୀରେ ପେଟ୍ରୋଲ ଦର ୭୯।୯୨ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୮୦।୦୨ ଟଙ୍କା ରହିଛି ।

ସେହିପରି କୋଲକାତାରେ ପେଟ୍ରୋଲ ଦର ୮୧।୬୧ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ୮୩।୧୮ ଟଙ୍କା, ମୁମ୍ବାଇରେ ୮୬।୭୦ ଟଙ୍କାରେ ବିକ୍ରି ହେଉଛି । ଲିଟର ପିଛା ଡିଜେଲ ଦର କୋଲକାତାରେ ୭୫।୧୮ ଟଙ୍କା, ଚେନ୍ନାଇରେ ୭୭।୭୯ ଟଙ୍କା, ମୁମ୍ବାଇରେ ୭୮।୧୪ ଟଙ୍କା ରହିଛି । 

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୦।୩୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଦର ୭୮।୦୭ ପଇସା ରହିଛି। କଟକରେ ୮୦।୭୬ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଥିବା ବେଳେ ଡିଜେଲ ଦର ଲିଟର ପିଛା ୭୮।୪୪ ଟଙ୍କା ରହିଥିବା ଦେଖିବାକୁ ମିଳିଛି। 

Add Zee News as a Preferred Source
About the Author