ଅନ୍ୟପଟେ ଆଜି ରୁପା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୪୦୦ ଟଙ୍କା ଖସିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୨,୨୦୦ ଟଙ୍କା ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୨,୬୦୦ ଟଙ୍କା ଥିଲା ।
Trending Photos
ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ବୈଶ୍ୱିକ ବଜାରରେ ଅସ୍ଥିରତା ଲାଗି ରହିଛି । ଏହାସହ ମୂଲ୍ୟବାନ ଧାତୁର ଦରରେ ମଧ୍ୟ ହ୍ରାସ-ବୃଦ୍ଧି ଦେଖାଦେଉଛି । ଫଳରେ ଏହାର ପ୍ରଭାବ ଭାରତର ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ଦେଶରେ ଲକଡାଉନ୍ ଜାରି ରହିଛି । ଫଳରେ ସାରା ଦେଶରେ ସୁନା-ରୁପା ପରି ମୂଲ୍ୟବାନ ଧାତୁ ଦୋକାନ ବନ୍ଦ ରହିଛି । ଅନ୍ୟପଟେ ଆଜି(ସୋମବାର) ମୂଲ୍ୟବାନ ଧାତୁ ମୂଲ୍ୟରେ ପୁଣି ବୃଦ୍ଧି ଦେଖାଦେଇଛି । ଦେଶରେ ସୁନା ମୂଲ୍ୟରେ ୬୮୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୩୦୦ ଟଙ୍କା ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୫,୬୨୦ ଟଙ୍କାରେ ବନ୍ଦ ହୋଇଥିଲା ।
ଅନ୍ୟପଟେ ଆଜି ରୁପା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୪୦୦ ଟଙ୍କା ଖସିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୨,୨୦୦ ଟଙ୍କା ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୨,୬୦୦ ଟଙ୍କା ଥିଲା ।
ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ଭୁବନେଶ୍ୱରରେ ସୁନା ମୂଲ୍ୟରେ ୯୭୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୯୦୦ ଟଙ୍କା ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୫,୯୩୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ୪୪,୭୪୦ ଟଙ୍କା ରହିଛି । ଯାହା ଗତକାଲି ୪୨,୬୨୦ ଟଙ୍କା ରହିଥିଲା ।
ଅନ୍ୟପକ୍ଷେ ଭୁବନେଶ୍ୱରରେ ରୁପା ମୂଲ୍ୟରେ ମଧ୍ୟ ୪୦୦ ଟଙ୍କାର ହ୍ରାସ ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୨,୨୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୨,୬୦୦ ଟଙ୍କା ଥିଲା ।