Advertisement
Article Detail0/zeeodisha/odisha691491
Zee OdishaOdisha National-Internationalଆହୁରି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ଆହୁରି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୨୦ ଟଙ୍କାର ହ୍ରାସ ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୪୮୦ ଟଙ୍କା ରହିଛି । ଯାହା ଗତକାଲି ୪୮,୫୦୦ ଟଙ୍କା ଥିଲା । 

ଆହୁରି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟରେ ହ୍ରାସ ବୃଦ୍ଧି ଲାଗି ରହିଛି । ଯାହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ଭାରତରେ ମଧ୍ୟ ୨ ମାସରୁ ଅଧିକ ସମୟ ଧରି ଲକଡାଉନ୍ ଜାରି ରହିଛି । ବର୍ତ୍ତମାନ ଲକଡାଉନକୁ ହଟାଇବା ପାଇଁ ମୋଦି ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ଏହି ସମୟରେ ଦେଶରେ ସୁନା-ରୁପା ପରି ମୂଲ୍ୟବାନ ଧାତୁର ଦୋକାନ ମଧ୍ୟ ଖୋଲାଯାଉଛି । ଆଜି(ଶୁକ୍ରବାର) ମୂଲ୍ୟବାନ ଧାତୁର ମୂଲ୍ୟରେ ହ୍ରାସ ଘଟିଛି । ଆଜି ସୁନା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଦେଶରେ ୧୦ ଗ୍ରାମ ସୁନା ମୂଲ୍ୟରେ ୧୦୦ ଟଙ୍କା ଖସିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୦୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୬,୧୦୦ ଟଙ୍କା ଥିଲା । 

ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୨୦ ଟଙ୍କାର ହ୍ରାସ ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୪୮୦ ଟଙ୍କା ରହିଛି । ଯାହା ଗତକାଲି ୪୮,୫୦୦ ଟଙ୍କା ଥିଲା । 

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟରେ ମଧ୍ୟ ସାମାନ୍ୟ ବୃଦ୍ଧି ଘଟିଛି । ଆଜି ସୁନା ମୂଲ୍ୟରେ ୧୯୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୮୩୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୬୪୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୧୧ କ୍ୟାରେଟ ସୁନା ମୂଲ୍ୟରେ ମଧ୍ୟ ୧୯୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୭୫୦ ଟଙ୍କା ରହିଛି । ଯାହା ଗତକାଲି ୪୪,୫୬୦ ଟଙ୍କା ରହିଥିଲା । 

Add Zee News as a Preferred Source

ଅନ୍ୟପକ୍ଷେ ଭୁବନେଶ୍ୱରରେ ମଧ୍ୟ ରୁପା ମୂଲ୍ୟରେ ହ୍ରାସ ଦେଖାଦେଇଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୨୦ ଟଙ୍କା ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୪୮୦ ଟଙ୍କା ରହିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୫୦୦ ଟଙ୍କା ଥିଲା । 

About the Author