ଅଲମ୍ପିକରେ ବ୍ରେକ ଲଗାଇଲା କୋରୋନା

ଅଲିମ୍ପିକ୍ ଗେମ୍ସ ଚଳିତ ବର୍ଷ୨୪ ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା । ଏହା ବର୍ତ୍ତମାନ ୨୦୨୧ରେ ଖେଳାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ୍ -19 ଯୋଗୁଁ ସାରା ବିଶ୍ୱରେ ୧୭୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହାସହ ୩୮୦୦୦୦ରୁ ଉର୍ଦ୍ଧ୍ୱ ଲୋକ କୋରୋନା ଆକ୍ରାନ୍ତ ଅଛନ୍ତି ।

ଅଲମ୍ପିକରେ ବ୍ରେକ ଲଗାଇଲା କୋରୋନା

ନୂଆଦିଲ୍ଲୀ: କୋରୋନା ଭୂତାଣୁ ଯୋଗୁଁ ଟୋକିଓ ଅଲିମ୍ପିକ୍ସକୁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି । କୋଭିଡ -19 ପ୍ରକୋପ ଯୋଗୁଁ ଅଲିମ୍ପିକ୍ସର ଭବିଷ୍ୟତ ବିପଦରେ ପଡ଼ିଥିଲା । ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଅଲିମ୍ପିକ୍ ଗେମ୍ସ ପାଇଁ ଖେଳାଳି ନ ପଠାଇବାକୁ ନିଷ୍ପତ୍ତି ନେବା ପରେ ଖେଳର ଏହି ମହାକୁମ୍ଭକୁ ଏକ ବର୍ଷ ସ୍ଥଗିତ ରଖିବାକୁ ଚାପ ପଡିଥିଲା ।

ଅଲିମ୍ପିକ୍ ଗେମ୍ସ ଚଳିତ ବର୍ଷ୨୪ ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା । ଏହା ବର୍ତ୍ତମାନ ୨୦୨୧ରେ ଖେଳାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ୍ -19 ଯୋଗୁଁ ସାରା ବିଶ୍ୱରେ ୧୭୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହାସହ ୩୮୦୦୦୦ରୁ ଉର୍ଦ୍ଧ୍ୱ ଲୋକ କୋରୋନା ଆକ୍ରାନ୍ତ ଅଛନ୍ତି ।

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି । ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ସଭାପତି ଥୋମାସ୍ ବାକ୍ ସହ ଆଲୋଚନାରେ ସେ ଟୋକିଓ ଅଲିମ୍ପିକ୍ ଗେମ୍ସକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେବେ ବୋଲି ଆବେ ସ୍ପଷ୍ଟ କରିସାରିଛନ୍ତି ।